Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପାକିସ୍ତାନ ପାଇଁ କର ବା ମର ପରିସ୍ଥିତି: ଭାରତ ଠାରୁ ପରାସ୍ତ ହେଲେ ବିଶ୍ଵକପରୁ ଲାଗିବ ଝଟକା!
ଆଜିର ଖବର

ପାକିସ୍ତାନ ପାଇଁ କର ବା ମର ପରିସ୍ଥିତି: ଭାରତ ଠାରୁ ପରାସ୍ତ ହେଲେ ବିଶ୍ଵକପରୁ ଲାଗିବ ଝଟକା!

June 9, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପାକିସ୍ତାନ
ସେମିଫାଇନାଲ ଖେଳିପାରିବ କି ପାକିସ୍ତାନ?: ବୁଝନ୍ତୁ ସମ୍ପୂର୍ଣ୍ଣ ଗଣିତ

ନୂଆଦିଲ୍ଲୀ: ଆଜି ଭାରତ ସହିତ ପାକିସ୍ତାନ ମୁହାଁମୁହିଁ ହେବ, ଯାହାର ଟି -୨୦ ବିଶ୍ୱକପରେ ଏହାର ଦ୍ୱିତୀୟ ମ୍ୟାଚ୍ ହେବ। ପ୍ରଥମ ମୁକାବିଲାରେ ପାକିସ୍ତାନ ଦଳକୁ ଆମେରିକା ହାତରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ଯଦି ବାବର ଆଜାମଙ୍କ ଅଧିନାୟକତ୍ୱରେ ପାକିସ୍ତାନ ଦଳ ଭାରତକୁ ପରାସ୍ତ କରିବାରେ ସକ୍ଷମ ହେବ ନାହିଁ, ତା’ହେଲେ ସୁପର -୮ ଯିବାର ଆଶାକୁ ଝଟକା ଲାଗିପାରେ। ଅନ୍ୟପକ୍ଷରେ, ଆୟର୍ଲାଣ୍ଡ ବିପକ୍ଷରେ ଭାରତ ପ୍ରଥମ ମ୍ୟାଚ୍ ଜିତିଥିବାରୁ ଟେବୁଲ୍ ର ଦ୍ଵିତୀୟ ସ୍ଥାନରେ ରହିଥିବା ବେଳେ ଶତପ୍ରତିଶତ ବିଜୟ ସହ ଆମେରିକା ଟେବୁଲ୍ ଟପ୍ପର ରହିଛି। ଏଭଳି ପରିସ୍ଥିତିରେ ପ୍ରଶ୍ନ ହେଉଛି ପାକିସ୍ତାନ ପରବର୍ତ୍ତୀ ମ୍ୟାଚରେ ବିଜୟର ସ୍ଵାଦ ଚାଖିପାରୁଛି କି ନାହିଁ?

ଗ୍ରୁପ୍ ଏ ପଏଣ୍ଟ ଟେବୁଲର ସ୍ଥିତି କ’ଣ?:

ସମ୍ପ୍ରତି, ଆୟୋଜକ ୟୁଏସ୍ ୨ ମ୍ୟାଚରୁ ନେଟ୍ ରନ୍-ରେଟ୍ +୦.୬୨୬ ସହିତ ୪ ପଏଣ୍ଟ ପାଇ ଶୀର୍ଷରେ ରହିଛି। ୨ ପଏଣ୍ଟ ସହ ଭାରତ ଦ୍ୱିତୀୟ ସ୍ଥାନରେ ଅଛି ଏବଂ ନେଟ ରନ୍ ହାର ହେଉଛି +୦.୩୦୬୫। ୨ ପଏଣ୍ଟ ସହ କାନାଡା ତୃତୀୟ ସ୍ଥାନରେ ରହିଛି। ଯେହେତୁ ପାକିସ୍ତାନ ଏବଂ ଆୟର୍ଲାଣ୍ଡ ଏପର୍ଯ୍ୟନ୍ତ କୌଣସି ପଏଣ୍ଟ ସଂଗ୍ରହ କରିବାରେ ସକ୍ଷମ ହୋଇ ନାହାଁନ୍ତି, ସେହି ଦୁଇ ଦଳ ଯଥାକ୍ରମେ ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ରହିଛନ୍ତି।

ପାକିସ୍ତାନ ସୁପର -୮କୁ ଯାଇପାରିବ କି?:

ଗ୍ରୁପ୍ ଏ’ରେ ପାକିସ୍ତାନ ଦଳ ଅବଶିଷ୍ଟ ସମସ୍ତ ମ୍ୟାଚ୍ ଜିତିଲେ ମଧ୍ୟ ସୁପର- ୮ ପର୍ଯ୍ୟାୟରେ ପହଞ୍ଚିବା ସହଜ ନୁହେଁ। ଦଳ ଏଭଳି ପରିସ୍ଥିତିକୁ ଆସିପାରେ ଯେଉଁଠାରେ ଭାରତ, ପାକିସ୍ଥାନ ଏବଂ ଆମେରିକା ୬ ପଏଣ୍ଟ ପାଇପାରନ୍ତି। ଏଭଳି ପରିସ୍ଥିତିରେ ୨ ଟି ଦଳ ନେଟ୍ ରନ୍-ରେଟ୍ ଆଧାରରେ ସୁପର- ୮ କୁ ଯିବେ। ଯେହେତୁ ଭାରତ ଏବଂ ଆମେରିକା ତୁଳନାରେ ପାକିସ୍ତାନର ନେଟ୍ ରନ୍ ହାର ଅତ୍ୟନ୍ତ ଖରାପ, ତେଣୁ ବର୍ତ୍ତମାନ ସମୟରେ ସୁପର-୮ କୁ ଯିବା ପ୍ରାୟ ଅସମ୍ଭବ ମନେହୁଏ।

ପାକିସ୍ତାନ ସୁପର-୮ ରେ କିପରି ପହଞ୍ଚିବ?:

ଯଦି ପରବର୍ତ୍ତୀ ପର୍ଯ୍ୟାୟରେ ପାକିସ୍ତାନକୁ ଯିବା ପାଇଁ ହେଲେ ଆମେରିକାକୁ ପରବର୍ତ୍ତୀ ଦୁଇଟି ମ୍ୟାଚ୍ ହାରିବାକୁ ପଡିବ। କେବଳ ଆମେରିକା ନୁହେଁ ପାକିସ୍ତାନ ଦଳକୁ ଆଶା କରିବାକୁ ପଡିବ ଯେ, ଅନ୍ୟ ମ୍ୟାଚର ଫଳାଫଳ ମଧ୍ୟ ଏହାର ସପକ୍ଷରେ ଯିବ। କିନ୍ତୁ ସତ୍ୟ ହେଉଛି ଯେ, ସୁପର -୮ ଯିବା ପାକିସ୍ତାନ ପାଇଁ କଷ୍ଟସାଧ୍ୟ ନୁହେଁ କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଅସମ୍ଭବ ମନେହୁଏ।

IND VS PAK IND Vs PAK Live India Vs Pakistan T20 World Cup 2024 T20 WORLD CUP LIVE
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026
Latest News

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.