ଭାରତର ବହୁତ ଗୁଡ଼ିଏ ସହର ଏବେ ଭୀଷଣ ଜଳସଂକଟରେ ରହିଛନ୍ତି । ଚେନ୍ନାଇ ସହରରେ ପ୍ରବଳ ମାତ୍ରାରେ ଜଳସଂକଟ ଦେଖାଦେଇଛି । ଜଳସମସ୍ୟା ପାଇଁ ଚେନ୍ନାଇରେ ବହୁତ ଗୁଡ଼ିଏ କମ୍ପାନୀ କର୍ମଚାରୀଙ୍କୁ ଅଫିସ୍ ଆସିବାକୁ ମନା କରିବା ସହିତ ‘ଓ୍ବାର୍କ ଫ୍ରମ୍ ହୋମ୍’ ଲାଗୁ କରିଛନ୍ତି । ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ‘ଆଧାରରେ ଚେନ୍ନାଇ କେବଳ ଭାରତର ନୁହେଁ ବିଶ୍ବର ସବୁଠୁ ଅତ୍ୟଧିକ ଜଳ ସଂକଟ ସହର ଭାବେ ପରିଗଣିତ ହୋଇଛି । ଚେନ୍ନାଇ ସହିତ କୋଲକାତା ମଧ୍ୟ ଦ୍ବିତୀୟ ଜଳ ସଂକଟ ସହର ଭାବେ ରହିଛି । ସେହିପରି ତୃତୀୟ ସ୍ଥାନରେ ରହିଛି ତୁର୍କୀର ଇସ୍ତାବୁଲ୍ ସହର । ଚେନ୍ନାଇ ଓ କଲିକତା ସହିତ ଭାରତର ଆହୁରି ୨୦ଟି ସହର ଜଳ ସଂକଟ ସହର ଭାବେ ପରିଚିହ୍ନିତ ହୋଇଛନ୍ତି । ସାରା ବିଶ୍ବରେ ଜଳ ସଂକଟରେ ୪୦୦ଟି ସହର ମଧ୍ୟରେ ଆଗରେ ଭାରତର ଚେନ୍ନାଇ ସହର ରହିଛି । ତେହେରାନ୍ ଷଷ୍ଠ ସ୍ଥାନରେ ଥିବାବେଳେ ଜାପାନର ଜାକାର୍ତ୍ତା ସପ୍ତମ ସ୍ଥାନରେ ରହିଛି । ସେହିପରି ଭାରତର ମୁମ୍ବାଇ ଏକାଦଶ ସ୍ଥାନରେ ରହିଥିବାବେଳେ ଦିଲ୍ଲୀ ୧୫ ତମ ସ୍ଥାନରେ ରହିଛି । ଜଳସଂକଟରେ ରହିଥିବା ସହରଗୁଡ଼ିକ ଅଧିକାଂଶ ନଦୀକୂଳିଆ ଅଞ୍ଚଳ ରହିଛି । ଜଳବାୟୁ ପରିବତ୍ତର୍ନ ତଥା ବିଳମ୍ବିତ ମୌସୁମୀ ଏହି ସମସ୍ୟାକୁ ଆହୁରି ଜଟିିଳ କରିଦେଇଛି । ୧୯୭୦ରୁ ଏପର୍ଯ୍ୟନ୍ତ ବିଶ୍ବରେ ୩୫ଟି ଜଳ ସ୍ରୋତ ଶୁଖିଯାଇଛି । ରିପୋର୍ଟ ଅନୁସାରେ ଯେଉଁ ପରିମାଣରେ ଜଙ୍ଗଲ କ୍ଷୟ ହେଉଛି ତା’ଠୁ ଅଧିକ ପରିମାଣରେ ଜଳର ସ୍ରୋତ ଶୁଖୁଛି ।