ନୂଆଦିଲ୍ଲୀ: ଦୀର୍ଘ ବର୍ଷ ପରେ ପୁଣି ଥରେ ଓଡିଶାକୁ ଫେରିଛି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ। ଆଜି ନୂଆ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ ବେଳେ ତାହା ଜଣାପଡିଛି। ଓଡିଶା ସାଂସଦ ଅଶ୍ବିନୀ ବୈଷ୍ଣବଙ୍କୁ ମିଳିଛି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ। ଏହି ବିଭାଗ ପୂର୍ବରୁ ଅନୁରାଗ ଠାକୁରଙ୍କ ହାତରେ ଥିଲେ।
ଅଶ୍ବିନୀ ବୈଷ୍ଣବ ମୋଦିଙ୍କ ପୂର୍ବ ମନ୍ତ୍ରୀ ମଣ୍ଡଳରେ ରେଳ, ଯୋଗାଯୋଗ ଏବଂ ଆଇଟି ମନ୍ତ୍ରୀ ଥିଲେ। ହେଲେ ଏଥର ତାଙ୍କୁ କେବଳ ଗୋଟିଏ ବିଭାଗ ଦିଆଯାଇଛି। ପୂର୍ବରୁ କଂଗ୍ରେସ ଶାସନ ବେଳେ ଢେଙ୍କାନାଳ ସାଂସଦ ଥିବା କାମାକ୍ଷ ପ୍ରସାଦ ସିଂହଦେଓ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଥିଲେ।