ଲୋକତନ୍ତ୍ରର ଏକ କଳାଅଧ୍ୟାୟ ହେଉଛି ଇମରଜେନ୍ସି। ୧୯୭୫ ମସିହା ଜୁନ୍ ୨୫ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଜରୁରୀକାଳୀନ ପରିସ୍ଥିତି (ଇମରଜେନ୍ସି) ଘୋଷଣା କରିଥିଲେ। ଇମରଜେନ୍ସିକୁ ୪୪ ବର୍ଷ ପୂରିଥିବାବେଳେ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇନ୍ଦିରା ଗାନ୍ଧୀଙ୍କ ଜରୁରୀକାଳୀନ ପରିସ୍ଥିତିକୁ ନେଇ ଏକ ଭିଡ଼ିଓ ଜାରି କରିଥିବା ବେଳେ ଗୃହମନ୍ତ୍ରୀ ଅମିତ ଶାହା ଟ୍ୱିଇଟ ଜରିଆରେ ରାଜନୈତିକ ହିତ ପାଇଁ ଦେଶର ଲୋକତନ୍ତ୍ରକୁ ହତ୍ୟା କରାଯାଇଥିଲା ବୋଲି କହିଛନ୍ତି। ତେବେ ଇମରଜେନ୍ସିକୁ ନେଇ ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ , ୧୯୭୫ରେ ଘୋଷଣା ହୋଇଥିବା ଜରୁରୀକାଳୀନ ପରିସ୍ଥିତର ଆଜି ୪୪ତମ ବର୍ଷ। ମୋଦୀଙ୍କୁ ଆକ୍ଷେପ କରି ମମତା କହିଛନ୍ତି , ଗତ ପାଞ୍ଚ ବର୍ଷରେ ଦେଶରେ “ସୁପର ଏମରଜେନ୍ସି” ଚାଲିଛି। ଦେଶକୁ ଲୋକତାନ୍ତ୍ରିକ ସୁରକ୍ଷା ପାଇଁ ଲଢିବାକୁ ପଡ଼ିବ। ତେବେ ଏହାକୁ ନେଇ ଉତ୍ତର ରଖିଛି ବିଜେପି। ବିଜେପିର ମନ୍ତ୍ରୀ ପ୍ରକାଶ ଜାଭେଡ୍କର କହିଛନ୍ତି ଯେ, ପଶ୍ଚିମବଙ୍ଗରେ ଇମରିଜେନ୍ସି ପରି ଅବସ୍ଥା ରହିଛି। ପଶ୍ଚିମବଙ୍ଗରେ ନିର୍ବାଚନ ପୂର୍ବରୁ ଓ ନିର୍ବାଚନ ପରେ ବେଶ୍ ଉତ୍ତେଜନାମୟ ବାତାବରଣ ଲାଗିରହିଛି। ଏଠାରେ ପ୍ରତ୍ୟେହ ହିଂସାକାଣ୍ଡ ଘଟୁଥିବାବେଳେ ଉଭୟ ବିଜେପି ଓ ଟିଏମ୍ସି କର୍ମୀମାନେ ଏଥିରେ ସାମିଲ୍ ରହୁଛନ୍ତି। ନିକଟରେ ଜୟଶ୍ରୀରାମ ନାରାକୁ ନେଇ ପଶ୍ଚିମବଙ୍ଗରେ ତୁମୁଳକାଣ୍ଡ ଘଟିଯାଇଛି।
ଇମରଜେନ୍ସିକୁ ନେଇ ଟିଏମ୍ସି ଓ ବିଜେପିର ବାକ୍ଯୁଦ୍ଧ
Published:
Jun 25, 2019, 2:05 pm IST
Tags: