ପ୍ରକାଶ ପାଇଲା ଇ-ପୁସ୍ତକ “ଓଡ଼ିଶାର ରତ୍ନ”

Published: Jun 11, 2024, 11:04 am IST

ଭୁବନେଶ୍ଵର: ଯୁବ ସ୍ତମ୍ଭକାର ବିଶ୍ବବିଜୟୀ ଦାଶଙ୍କ ଦ୍ବାରା ଲିଖିତ ଓଡ଼ିଶାର ରତ୍ନ (ଭାଗ-୧) ଇ-ପୁସ୍ତକ ପ୍ରକାଶିତ ହୋଇସାରିଛି। ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ବହୁ ଯୁଗପୁରୁଷ ଜନ୍ମନେଇ ନିଜସ୍ଵ ପ୍ରତିଭା ବଳରେ ଏହି ମାଟିକୁ ଗୈାରବାନ୍ବିତ କରିଛନ୍ତି। ଏହି ପୁସ୍ତକରେ ଓଡ଼ିଶାର ୧୫ ଜଣ ଯୁଗ ପୁରୁଷଙ୍କ ଜୀବନୀ ସମ୍ପର୍କରେ ଉଲ୍ଲେଖ ରହିଅଛି।

ଏହି ପୁସ୍ତକ ସମ୍ପର୍କରେ ଲେଖକ ଶ୍ରୀ ଦାଶ କହିଛନ୍ତି ଯେ, ଆଜିର ଯୁବ ଓ ଛାତ୍ର ସମାଜ ଆମ ଓଡ଼ିଶା ମାଟିର ମହାପୁରୁଷ ମାନଙ୍କ ବିଷୟରେ ଜାଣିପାରିବେ ଓ ସେହି ମହାପୁରୁଷ ମାନଙ୍କ ଆଦର୍ଶରେ ଅନୁପ୍ରାଣିତ‌ ହୋଇ‌ ନିଜ ରାଜ୍ୟ ଓ ଦେଶ ଗଠନରେ ସହାୟକ ହେବେ। ଆଗାମୀ ଦିନରେ ଓଡ଼ିଶାର ରତ୍ନ (ଭାଗ-୨ ) ପ୍ରକାଶିତ ନିମନ୍ତେ ଆଶାବାଦୀ ଅଛି। ସୃଷ୍ଟି ସମ୍ଭାର ଡ଼ିଜିଟାଲ ପବ୍ଲିକେଶନ ଓ ପ୍ରକାଶକ କାହ୍ନୁଚ଼ରଣ ସାହୁ ଏହି ପୁସ୍ତକକୁ ପ୍ରକାଶିତ କରିଥିଲେ।

Related posts