Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆସନ୍ତାକାଲିଠୁ ରାଜ୍ୟରେ ନୂଆ ସରକାର: ଶପଥ ଗ୍ରହଣ ଉତ୍ସବ ପାଇଁ ଭୁବନେଶ୍ଵରରେ ଟ୍ରାଫିକ କଟକଣା
ଆଜିର ଖବର

ଆସନ୍ତାକାଲିଠୁ ରାଜ୍ୟରେ ନୂଆ ସରକାର: ଶପଥ ଗ୍ରହଣ ଉତ୍ସବ ପାଇଁ ଭୁବନେଶ୍ଵରରେ ଟ୍ରାଫିକ କଟକଣା

June 11, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଜୁନ ୪ ତାରିଖରେ ଓଡିଶା ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଚଳିତ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଇତିହାସ ସୃଷ୍ଟି କରିଛି। ଓଡିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ କରିବାକୁ ଯାଉଛି। ୧୪୭ ଟି ଆସନ ବିଶିଷ୍ଟ ବିଧାନସଭାରେ ବିଜେପି ୭୮ ଟି ଆସନ ଜିତି ସଂଖ୍ୟାଗରିଷ୍ଠତା ହାସଲ କରିଛି।

ତେବେ ବିଜେପି ପକ୍ଷରୁ ସରକାର ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଆସନ୍ତାକାଲି ନୂଆ ସରକାର ଶପଥ ଗ୍ରହଣ କରିବାକୁ ଯାଉଛି। ଯାହା ଅପରାହ୍ନ ୪.୪୫ ରେ ରାଜ୍ୟର ନୂଆ ସରକାର ପାଇଁ ଶପଥ ଗ୍ରହଣ ସମାରୋହ ଆରମ୍ଭ ହେବ। ଉକ୍ତ ଶପଥ ଗ୍ରହଣ ସମାରୋହ ପାଇଁ ପ୍ରଶାସନ ସପୂର୍ଣ୍ଣ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଭୁବନେଶ୍ଵର ଜନତା ମୈଦାନରେ ହେବାକୁ ଥିବା ଶପଥ ଗ୍ରହଣ ସମାରୋହ ପାଇଁ ଟ୍ରାଫିକ ବ୍ୟବସ୍ଥା କଡାକଡି କରାଯାଇଛି। ଏନେଇ ଅନେକ ସ୍ଥାନରେ କଟକଣା ଲଗାଯାଇଛି।

ପ୍ରଶାସନ ପକ୍ଷରୁ ଲାଗିଥିବା କଟକଣା ଅନୁଯାୟୀ, ଆସନ୍ତାକାଲି ଅପରାହ୍ନ ୨ ଟାରୁ ସନ୍ଧ୍ୟା ୭ ଟା ଯାଏଁ ଜୟଦେବ ବିହାର ଛକ ଠାରୁ ନାଲକୋ ଛକ ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତା ବନ୍ଦ ରହିବ। ଏହା ସହିତ ଏହି ରାସ୍ତାକୁ ସଂଯୋଗ କରୁଥିବା ସମସ୍ତ ଛୋଟ ବଡ ରାସ୍ତାଗୁଡିକ ମଧ୍ୟ ବନ୍ଦ ରହିବ।

କଟକ ପଟୁ ଅସୁଥିବା ବସ: ରସୁଲଗଡ଼ ରେଲୱେ ଓଭର ବ୍ରିଜଠାରୁ ସର୍ଭିସ ରୋଡ଼ରେ ଆସି ବାଣୀବିହାର ଛକ, ଆଚାର୍ଯ୍ୟ ବିହାର ଛକରେ ଡାହାଣ ମୋଡ଼ ନେଇ ଆପୋଲୋ ହସ୍ପିଟାଲ, ସୈନିକ ସ୍କୁଲ ରାସ୍ତା, ଓ.ଏସ.ଏ.ପି. ୭ମ ବି.ଏନ. ପଡ଼ିଆ ଗେଟ ପାଖରେ ଯାତ୍ରୀମାନଙ୍କୁ ଓହ୍ଲାଇ ଦେବା ପରେ ଗାଡ଼ି ଗୁଡ଼ିକ ନାଲକୋ ଛକ, କଳିଙ୍ଗ ହସ୍ପିଟାଲ ରାସ୍ତା ଦେଇ ରେଲୱେ କଲୋନୀ ଗୋଲେଇ ଛକ ଠାରୁ ଉତ୍କଳ ହସ୍ପିଟାଲ ଏବଂ ହାତିଆସୁଣୀ ଛକ ରାସ୍ତାରେ ଏକ ଲାଇନ ରେ ପାର୍କିଂ କରିପାରିବେ।

ଖୋର୍ଦ୍ଧା ଆଡୁ ଆସୁଥିବା ବସ: ଜୟଦେବ ବିହାର ଫ୍ଲାଏ ଓଭର ବ୍ରିଜ ଅତିକ୍ରମ କଲାପରେ ସର୍ଭିସ ରୋଡ ଦେଇ ଆଚାର୍ଯ୍ୟ ବିହାର ଛକରେ ବାମ ମୋଡ଼ ନେଇ ଆପୋଲୋ ହସ୍ପିଟାଲ ସୈନିକ ସ୍କୁଲ ରାସ୍ତା ଓ.ଏସ.ଏ.ପି. ୭ମ ବି.ଏନ. ପଡ଼ିଆ ଗେଟ ପାଖରେ ଯାତ୍ରୀମାନଙ୍କୁ ଓହ୍ଲାଇ ଦେବା ପରେ ଗାଡ଼ି ଗୁଡ଼ିକ ନାଲକୋ ଛକ, କଳିଙ୍ଗ ହସ୍ପିଟାଲ ରାସ୍ତା ଦେଇ ରେଲୱେ କଲୋନୀ ଗୋଲେଇ ଛକ ଠାରୁ ଉତ୍କଳ ହସ୍ପିଟାଲ ଏବଂ ହାତିଆସୁଣୀ ଛକ ରାସ୍ତାରେ ଏକ ଲାଇନରେ ପାର୍କିଂ କରିପାରିବେ।

ନନ୍ଦନକାନନ ପଟୁ ଆସୁଥିବା ବସ: ଓମଫେଡ ଛକରେ ବାମ ମୋଡ଼ ନେଇ ଏମ.ସି.ଏଲ ଅତିଥି ଭବନ ପାଖରେ ଡାହାଣ ମୋଡ଼, ପ୍ରେସ କଲୋନୀ ଛକ ଡାହାଣ ମୋଡ଼ ନେଇ ଓ.ଏସ.ଏ.ପି. ୭ମ ବି.ଏନ. ପଡ଼ିଆ ଗେଟ ପାଖରେ ଯାତ୍ରୀମାନଙ୍କୁ ଓହ୍ଲାଇ ଦେବା ପରେ ଗାଡ଼ି ଗୁଡ଼ିକ ନାଲକୋ ଛକ କଳିଙ୍ଗ ହସ୍ପିଟାଲ ରାସ୍ତା ଦେଇ ରେଲୱେ କଲୋନୀ ଗୋଲେଇ ଛକ ଠାରୁ ଉତ୍କଳ ହସ୍ପିଟାଲ ଏବଂ ହାଡିଆସୁଣୀ ଛକ ରାସ୍ତାରେ ଏକ ଲାଇନରେ ପାର୍କିଂ କରିପାରିବେ।

କଟକ ପଟୁ ଅସୁଥୁବା ଚାରି ଚକିଆ ଯାନ: ରସୁଲଗଡ଼ ରେଲୱେ ଓଭର ବ୍ରିଜ ଠାରୁ ସର୍ଭିସ ରୋଡ, ବାଣୀବିହାର ଛକ, ଆଚାର୍ଯ୍ୟ ବିହାର ଛକ, ଡାହାଣ ମୋଡ଼ ନେଇ ଆପୋଲୋ ହସ୍ପିଟାଲ, ଦୂରଦର୍ଶନ ଲେନରେ ଯାତ୍ରୀମାନଙ୍କୁ ଓହ୍ଲାଇ ଦେବା ପରେ ଗାଡ଼ି ଗୁଡ଼ିକ ସୈନିକ ସ୍କୁଲ କ୍ୟାମ୍ପସରେ ପାର୍କିଂ କରିବେ।

ଖୋର୍ଦ୍ଧା ପଟୁ ଆସୁଥିବା ଚାରି ଚକିଆ ଯାନ: ଜୟଦେବ ବିହାର ଫ୍ଲାଏ ଓଭର ବ୍ରିଜ ଅତିକ୍ରମ କଲାପରେ ସର୍ଭିସ ରୋଡ, ଆଚାର୍ଯ୍ୟ ବିହାର ଛକଠାରେ ବାମ ମୋଡ଼ ନେଇ ଆପୋଲୋ ହସ୍ପିଟାଲ, ଦୂରଦର୍ଶନ ଲେନରେ ଯାତ୍ରୀମାନଙ୍କୁ ଓହ୍ଲାଇ ଦେବା ପରେ ଗାଡ଼ି ଗୁଡ଼ିକ ସୈନିକ ସ୍କୁଲ କ୍ୟାମ୍ପସରେ ପାର୍କିଂ କରିବେ।

ନନ୍ଦନକାନନ ପଟୁ ଅସୁଥୁବା ଚାରି ଚକିଆ ଯାନ: ନାଲକୋ ଛକରେ ବାମ ମୋଡ଼ ନେଇ ଓ.ଏସ.ଏ.ପି. ୭ମ ବି.ଏନ. ପଡ଼ିଆ ଗେଟ ପାଖରେ ଯାତ୍ରମାନଙ୍କୁ ଓହ୍ଲାଇ ଦେବା ପରେ ଗାଡ଼ି ଗୁଡ଼ିକ ପ୍ରେସ କଲୋନୀ ଛକ ସୈନିକ ସ୍କୁଲ କ୍ୟାମ୍ପସରେ ପାର୍କିଂ କରିବେ। ଯାତ୍ରୀ ମାନେ ଓ.ଏସ.ଏ.ପି. ୭ମ ବି.ଏନ. ପଡ଼ିଆ ଗେଟ ପାଖରେ ଓହ୍ଲାଇବା ପରେ ଓ.ଏସ.ଏ.ପି. ୭ମ ବି.ଏନ. କ୍ୟାମ୍ପସ ଭିତର ରାସ୍ତା, ଇଗ୍ଲୋ ଗେଟଠାରେ ଡାହାଣ ମୋଡ ଏବଂ ସର୍ଭେ ଅଫ ଇଣ୍ଡିଆ ଅଫିସ ପାଖରେ ବାମ ମୋଡ଼ ନେଇ ଜନତା ମଇଦାନ ଗେଟ ନମ୍ବର -୩ ରେ ପ୍ରବେଶ କରିବେ।

ଯାତ୍ରୀ ଦୂରଦର୍ଶନ ଲେନ ରେ ଓହ୍ଲାଇବା ପରେ ୱାଇ ଜଙ୍କସନ, ବାମ ମୋଡ଼ ନେବେ, ଆଇ.ଆଇ.ଟି ବିଲ୍ଡିଂଙ୍ଗରେ ଡାହାଣ ମୋଡ଼ ନେଇ ୧୦୦ ମିଟର ଯିବା ପରେ ବାମ ମୋଡ଼ କରି ଜନତା ମଇଦାନ ଗେଟ ନମ୍ବର -୬ ରେ ପ୍ରବେଶ କରିବେ।

ଓଡିଶା ବିଧାନସଭା ନିର୍ବାଚନ ଭାରତୀୟ ଜନତା ପାର୍ଟି ଭୁବନେଶ୍ଵର
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026
Latest News

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.