Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆସନ୍ତା ୧୬ ଜୁନ ସନ୍ଧ୍ୟା ୬:୩୦ରେ ଜୀ ସାର୍ଥକ ଫିଲ୍ମସର ଅପକମିଙ୍ଗ ଫିଲ୍ମ “ବୋହୂ ଆମର ମେଟ୍ରିକ ଫେଲ” 
ଆଜିର ଖବର

ଆସନ୍ତା ୧୬ ଜୁନ ସନ୍ଧ୍ୟା ୬:୩୦ରେ ଜୀ ସାର୍ଥକ ଫିଲ୍ମସର ଅପକମିଙ୍ଗ ଫିଲ୍ମ “ବୋହୂ ଆମର ମେଟ୍ରିକ ଫେଲ” 

June 11, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଜୀ ସାର୍ଥକରେ ଖୁବ ଶୀଘ୍ର ଏକ ନୂଆ ଓଡିଆ କାହାଣୀକୁ ଦର୍ଶକ ଦେଖିବାକୁ ପାଇବେ, ଯାହା ନିଃସ୍ୱାର୍ଥପର ପ୍ରେମକୁ ବଖାଣିବ। କାହାଣୀର ଆରମ୍ଭ ଏକ ପ୍ରତିଜ୍ଞାରୁ। ବନ୍ଧୁତାର ସମ୍ପର୍କକୁ ଆଉ ପାଦେ ଆଗକୁ ନେବାକୁ କାହାଣୀରେ ଜଗଦୀଶ ଓ ଜଗବନ୍ଧୁ କରିଛନ୍ତି ପ୍ରତିଜ୍ଞା ଯେ ତାଙ୍କ ପୁଅ ଝିଅ ଉଭୟେ ବିବାହ ବନ୍ଧନରେ ହେବେ ବାନ୍ଧି। ବାପାଙ୍କୁ ନେଇ କରାଯାଇଥିବା ପ୍ରତିଜ୍ଞା ଛୋଟବେଳେ ପୂରଣ ମଧ୍ୟ ହୋଇଛି। ଗାଁରେ ରହୁଥିବା ଜଣେ ଝିଅ ଗୌରୀ ମଧ୍ୟରେ ସ୍ନେହର ଗୁଣ ଭରିରହିଛି ଯାହା ସମସ୍ତଙ୍କ ମନ ଜିଣିିନିଏ। ସମୟର ଡୋରିରେ ଶିକ୍ଷାରେ ପଛୁଆ ରହିଯାଇଥିବା ଝିଅ ଜଣେ ସଫଳ ବିଜନେସ୍‌ମ୍ୟାନ ବିବେକ ସହିତ କେମିତି ନିଜକୁ ଖାପଖୁଆଇ ଆଗକୁ ନେବ କାରଣ ବିବେକ ମନରେ ଗୌରୀ ପାଇଁ ପ୍ରେମ ନାହିଁ।

ଅପର ପକ୍ଷରେ ବିବେକଙ୍କ ଭଉଣୀ ସହିତ ଗୌରୀଙ୍କ ସମ୍ପର୍କ ଭଲ କିନ୍ତୁ ଅନ୍ୟ ଭାଇ ଭଉଣୀ ଗୌରୀଙ୍କୁ ପସନ୍ଦ କରନ୍ତି ନାହିଁ । କାହାଣୀରେ ଚକ୍ରାନ୍ତ ଖେଳୁଛି ବିବେକର ବିଜନେସ୍ ପାର୍ଟନର ତନୟା। ବିବେକଙ୍କ ସମ୍ପତ୍ତି ଉପରେ ରହିଛି ତା’ର ଲୋଭ। ବିବେକ ଏହି କଥା ଜାଣିସାରିବା ପରେ ଗୌରୀ ସହିତ ମିଶି କେମିତି ଏହି ସମସ୍ୟାର ସାମାଧାନ ଖୋଜିବେ ଓ ତାଙ୍କ ମଧ୍ୟରେ କେମିତି ପ୍ରେମ ଗଢିଉଠିବ ଜାଣିବାପାଇଁ ଏହି ଫିଲ୍ମକୁ ଦେଖିବାକୁ ପଡିବ।

ସୋମନାଥ ସାଇନ ପ୍ରଡକସନ ହାଉସ ଦ୍ୱାରା ଖୁବ ଶୀଘ୍ର ରିଲିଜ ହେବାକୁ ଥିବା ଏହି ଫିଲ୍ମର ପ୍ରଯୋଜକ ରହିଛନ୍ତି ସୁନୀଲ କୁମାର ପଟ୍ଟନାୟକ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ମୃତ୍ୟୁଞ୍ଜୟ ସାହୁ। ପ୍ରିୟବ୍ରତ କାହାଣୀ ଲେଖିଥିବା ବେଳେ ବେଳେ ସଂଗୀତ ଦେଇଛନ୍ତି ବୈଦ୍ୟନାଥ ଦାଶ। ଫିଲ୍ମରେ ଗୌରୀ ଚରିତ୍ରରେ ଅଭିନୟ କରୁଛନ୍ତି ଓଲିଉଡ ଜଗତର ଲୋକପ୍ରିୟ ଅଭିନେତ୍ରୀ ନିକିତା ମିଶ୍ର ଯାହାଙ୍କୁ ଆମେ ଅନେକ ଫିଲ୍ମ ଓ ଧାରାବାହିକ ଜରିଆରେ ଆଗରୁ ଦେଖିଛେ।  ସେହିପରି ନାୟକ ଭୂମିକାରେ ରାକେଶ ଅଛନ୍ତି ଯାହାଙ୍କୁ ଦର୍ଶକ ଆଗରୁ ଢେର ଭଲ ପାଇବା ଦେଇଆସିଛନ୍ତି। ଅନ୍ୟାନ୍ୟ ଭୂମିକାରେ ଅଛନ୍ତି ଚୌଧୁରୀ ଜୟପ୍ରକାଶ ଦାସ, ପୁଷ୍ପା ପଣ୍ଡା, ଅନନ୍ତ ମିଶ୍ର ଏବଂ ଧରିତ୍ରୀ ଖଣ୍ଡୁଆଳ।

ଓଡିଶାର ଅଗଣିତ ଦର୍ଶକ ଏହି ଭଳି ପ୍ରେମ କାହାଣୀକୁ ନିଶ୍ଚୟ ଭଲପାଇବା ଦେବେ ବୋଲି କହିଛନ୍ତି ଫିଲ୍ମର ପ୍ରଯୋଜକ ସୁନୀଲ କୁମାର ପଟ୍ଟନାୟକ। ତେବେ ଏହି ଫିଲ୍ମ ଆସନ୍ତା ୧୬ ଜୁନ ରବିବାର ସନ୍ଧ୍ୟା ୬:୩୦ ରେ ଦେଖି ଦର୍ଶକ ଖୁବ ମନୋରଞ୍ଜନ ପାଇବେ ବୋଲି ଜୀ ସାର୍ଥକ ଚିଫ ଚ୍ୟାନେଲ ଅଫିସର ପ୍ରତୀକ ସିଲ୍ ପ୍ରକାଶ କରିଛନ୍ତି।

ଜୀ ସାର୍ଥକ
Share. Facebook Twitter LinkedIn Email WhatsApp Copy Link

Related Posts

ଜାତୀୟ ଏଫପିଓ କନକ୍ଲେଭ ୨୦୨୫ର ଉଦଘାଟନ କଲେ କେନ୍ଦ୍ର କୃଷିମନ୍ତ୍ରୀ

October 30, 2025

ରାଷ୍ଟ୍ରୀୟ ଏକତା ଦିବସ-୨୦୨୫ ଅବସରରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କଲେ ଗୃହମନ୍ତ୍ରୀ

October 30, 2025

କ୍ରିକେଟ୍ ମଇଦାନକୁ ଫେରିଲେ ରିଷଭ ପନ୍ତ, କିନ୍ତୁ ଛଡାଇନେଲେ କି ବିରାଟ କୋହଲିଙ୍କ ୧୮ ନମ୍ବର ଜର୍ସି?

October 30, 2025

ପୂର୍ବତଟ ରେଳପଥ ଦ୍ୱାରା ଡିସ୍ଲେକ୍ସିଆ ସଚେତନତା ମାସ ପାଳନ ପାଇଁ “ଗୋ ରେଡ୍” ଅଭିଯାନ

October 30, 2025
Latest News

ଅଷ୍ଟ୍ରେଲିଆର ସ୍ଵପ୍ନକୁ ଧୂଳିସାତ କଲା ଭାରତ: ବିଶ୍ୱ ରେକର୍ଡ ସହ ବିଶ୍ଵକପ ଫାଇନାଲରେ ପହଞ୍ଚିଲା ଟିମ ଇଣ୍ଡିଆ

October 30, 2025

ଜାତୀୟ ଏଫପିଓ କନକ୍ଲେଭ ୨୦୨୫ର ଉଦଘାଟନ କଲେ କେନ୍ଦ୍ର କୃଷିମନ୍ତ୍ରୀ

October 30, 2025

ରାଷ୍ଟ୍ରୀୟ ଏକତା ଦିବସ-୨୦୨୫ ଅବସରରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କଲେ ଗୃହମନ୍ତ୍ରୀ

October 30, 2025

ଦେଶର ନୂତନ CJI ହେବେ ଜଷ୍ଟିସ ସୂର୍ଯ୍ୟକାନ୍ତ: ସୁପାରିଶକୁ ଅନୁମୋଦନ କଲେ ରାଷ୍ଟ୍ରପତି

October 30, 2025

କ୍ରିକେଟ୍ ମଇଦାନକୁ ଫେରିଲେ ରିଷଭ ପନ୍ତ, କିନ୍ତୁ ଛଡାଇନେଲେ କି ବିରାଟ କୋହଲିଙ୍କ ୧୮ ନମ୍ବର ଜର୍ସି?

October 30, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.