Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିନା ଘୋଷଣାରେ ବିରୋଧୀ ଦଳନେତା ପ୍ରସଙ୍ଗ : ବାଚସ୍ପତି ଭୁଲ୍‌ କରିଛନ୍ତି ବୋଲି କହିଲେ ନରସିଂହ ମିଶ୍ର
ଆଜିର ଖବର

ବିନା ଘୋଷଣାରେ ବିରୋଧୀ ଦଳନେତା ପ୍ରସଙ୍ଗ : ବାଚସ୍ପତି ଭୁଲ୍‌ କରିଛନ୍ତି ବୋଲି କହିଲେ ନରସିଂହ ମିଶ୍ର

June 25, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନର ପ୍ରଥମ ଦିନରେ କଂଗ୍ରେସ ଉଭୟ ବିଜେପି ଓ ବିଜେଡିକୁ ଘେରିଛି । ଚଳିତଥର ପ୍ରଥମ ଥର ପାଇଁ ବିଜେପି ବିରୋଧୀ ଦଳର ଭୂମିକା ନିଭାଉଛି । ବିଜେପି ତରଫରୁ ବିରୋଧୀ ଦଳର ନେତା ଭାବେ ପ୍ରଦୀପ୍ତ ନାଏକ ରହିଥିବାବେଳେ ତାଙ୍କ ନାମ ଗୃହରେ ଘୋଷଣା  କରାଯାଇ ନଥିଲା ।  ବିନା ବୈଧାନିକ ଘୋଷଣାରେ ବାଚସ୍ପତି ବିରୋଧୀ ଦଳ ନେତାଙ୍କୁ ସମ୍ବୋଧନ କରିଥିବା ହେତୁ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ବିଧାନସଭା ଇତିହାସରେ ଏହା ଏକ ଦୁର୍ଭାଗ୍ୟଜନକ ଘଟଣା ବୋଲି କହିଛନ୍ତି ନରସିଂହ ମିଶ୍ର । ବିରୋଧୀ ଦଳ ନେତା କିଏ, ବାଚସ୍ପତି ଗୃହରେ ଘୋଷଣା କରିନାହାନ୍ତି । ଘୋଷଣା ନ କରି କିଭଳି ତାଙ୍କୁ ଭାଷଣ ଦେବାକୁ ଡାକିଲେ ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି ।  ସରକାରୀ ଦଳ ମୁଖ୍ୟ ସଚେତକ ବି ତାଙ୍କୁ ଧନ୍ୟବାଦ ଦେଲେ । ମେଣ୍ଟ ଘୋଷଣା ନହେଲେ ବି  ଉଭୟ ଦଳ ଏକାଠି ଅଛନ୍ତି ବୋଲି କହିଛନ୍ତି ନରସିଂହ ମିଶ୍ର । ରାଜ୍ୟସଭା ଆସନ ବିଜେପିକୁ  ଛାଡ଼ିଦେବା ଫଳରେ  ବିଜେପି ବିଜେଡ଼ିର ଅଂଶୀଦାର ଦଳ ବୋଲି ସୂଚାଉଛି । ତେଣୁ ରାଜ୍ୟପାଳଙ୍କ ଅଭିଭାଷଣରେ କେନ୍ଦ୍ର ଅବହେଳା କଥା ଉଠାଇନାହାନ୍ତି ବୋଲି କହିଛନ୍ତି କଂଗ୍ରେସ ନେତା ।

Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୩ ବିଶ୍ୱକପ୍ ପରେ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ ରୋହିତ ଶର୍ମା: ବହୁତ ବଡ଼ ନିଷ୍ପତ୍ତି ନେବାକୁ କରୁଥିଲେ ବିଚାର

December 22, 2025

ସୁନାର ମୂଲ୍ୟ କମିଲା ନା ବଢିଲା?: ଜାଣନ୍ତୁ ଆଜିର ଦର

December 22, 2025

ଉଡ଼ାଣର କିଛି ମିନିଟ୍ ରେ ବିମାନର ଜରୁରୀକାଳୀନ ଅବତରଣ: ଅଳ୍ପକେ ବର୍ତ୍ତିଲେ ଶତାଧିକ ଯାତ୍ରୀ

December 22, 2025

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସୁରକ୍ଷାରେ ତ୍ରୁଟି: ୧୭ ଦିନ ମଧ୍ୟରେ ଏହା ତୃତୀୟ ଘଟଣା

December 22, 2025
Latest News

ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗର ତୁରନ୍ତ ପୁନର୍ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ

December 22, 2025

୨୦୨୩ ବିଶ୍ୱକପ୍ ପରେ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ ରୋହିତ ଶର୍ମା: ବହୁତ ବଡ଼ ନିଷ୍ପତ୍ତି ନେବାକୁ କରୁଥିଲେ ବିଚାର

December 22, 2025

ଓଡିଶାର ଚିଟଫଣ୍ଡ ଜମାକାରୀଙ୍କୁ ମିଳିବ ଟଙ୍କା, ବାହାରିଲା ବିଜ୍ଞପ୍ତି, ଜାଣନ୍ତୁ କେମିତି କରିବେ ଆବେଦନ

December 22, 2025

ଟ୍ରମ୍ପଙ୍କୁ ଝଟକା!: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ହେଲା ମୁକ୍ତ ବାଣିଜ୍ୟ ଚୁକ୍ତିନାମା

December 22, 2025

ସୁନାର ମୂଲ୍ୟ କମିଲା ନା ବଢିଲା?: ଜାଣନ୍ତୁ ଆଜିର ଦର

December 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.