Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବଜ୍ରପାତ ଜନିତ ମୃତ୍ୟସଂଖ୍ୟା ବଢୁଛି : ଗତ ୪ ବର୍ଷରେ ଯାଜପୁରରେ ବଜ୍ରପାତରେ ୭୯ ଲୋକ ମଲେଣି
ଆଜିର ଖବର

ବଜ୍ରପାତ ଜନିତ ମୃତ୍ୟସଂଖ୍ୟା ବଢୁଛି : ଗତ ୪ ବର୍ଷରେ ଯାଜପୁରରେ ବଜ୍ରପାତରେ ୭୯ ଲୋକ ମଲେଣି

June 25, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଓଡ଼ିଶାର ଯାଜପୁର ଜିଲ୍ଲାରେ ବ୍ରଜପାତ ଜନିତ ମୃତ୍ୟ ସଂଖ୍ୟା ବଢିବାରେ ଲାଗିଛି। ଗତ ୪ ବର୍ଷ ମଧ୍ୟରେ ଏହି ମୃତ୍ୟୁସଂଖ୍ୟା ୭୯ରେ ପହଞ୍ଚିଛି। ପ୍ରତ୍ୟେକ ବର୍ଷ ପାଖାପାଖି ୧୮ଜଣ ଲୋକ ବଜ୍ରପାତରେ ମୃତ୍ୟୁବରଣ କରୁଛନ୍ତି। ୨୦୧୫ରେ ୧୬ ଜଣ, ୨୦୧୬ରେ ୮ଜଣ, ୨୦୧୭ରେ ୨୬ ଜଣ ଓ ୨୦୧୮ରେ ୧୮ଜଣ ଲୋକ ବ୍ରଜପାତରେ ମୃତ୍ୟୁବରଣ କରିଛନ୍ତି। ଚଳିତ ବର୍ଷ ଜୁନ୍‌ ମାସ ସରିନଥିବାବେଳେ ଯାଜପୁର ଜିଲ୍ଲାରେ ବଜ୍ରପାତରେ ୧୧ଜଣ ଲୋକଙ୍କ ମୃତ୍ୟୁଘଟିଛି ବୋଲି ସୂଚନା ରହିଛି। ସୁକିନ୍ଦା, ଧାନଗଦି, କୋରେଇ ବରି ସମେତ ଅଞ୍ଚଳରେ ବଜ୍ରପାତ ଜନିତ ମୃତ୍ୟସଂଖ୍ୟା ଅଧିକ ରହିଛି। ଭାରତୀୟ ପାଣିପାଗ ବିଭାଗ ତରଫରୁ ପୂର୍ବରୁ ବଜ୍ରପାତ ନେଇ ସୂଚନା ଦିଆଯାଉଥିଲେ ହେଁ ସଚେତନତା ଅଭାବରୁ ଏହା ଘଟୁଛି। ଲୋକମାନେ ସତର୍କ ନ ରହିବା ଯୋଗୁଁ ପ୍ରାଣହାନି ଘଟୁଛି। ବିଶେଷକରି ଚାଷୀ ଓ ମୂଲିଆମାନେ ଏହି ବଜ୍ରପାତର ଶିକାର ହେଉଛନ୍ତି। ଲୋକଙ୍କୁ ସଚେତନ କରିବା ପାଇଁ ସରକାରଙ୍କ ତରଫରୁ ବିଶେଷ ଉଦ୍ୟମ କରିବା ଆବଶ୍ୟକ ବୋଲି ସାମାଜିକ କାର୍ଯ୍ୟକର୍ତ୍ତା କହିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା ପ୍ରଶାସନର ବଡ ନିଷ୍ପତ୍ତି: ପାର୍ବଣରେ ଭସାଣି ଶୋଭାଯାତ୍ରା ଓ ସ୍ବଚ୍ଛତା ମେଢ଼ କମିଟି ହେବେ ପୁରସ୍କୃତ

September 19, 2025

ରାଜ୍ୟରେ ବନ୍ଦ ହୋଇଛି ୪୬୧୯ ଟି ପ୍ରାଥମିକ ବିଦ୍ୟାଳୟ, କେଉଁ ଜିଲ୍ଲାରୁ କେତେ ? ଉତ୍ତର ରଖିଲେ ମନ୍ତ୍ରୀ

September 19, 2025

ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସରେ କଳିଙ୍ଗ ଷ୍ଟାଡିୟମ ଠାରେ ହେବ ବିଶାଳ ଗଣଦୌଡ,ଜର୍ସି ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

September 19, 2025

ସ୍କୁଲରେ ପାଠ ହେବ ଭଗବତ ଗୀତା, ବିଧାନସଭାରେ ଉତ୍ତର ରଖିଲେ ଶିକ୍ଷା ମନ୍ତ୍ରୀ

September 19, 2025
Latest News

ଖୋର୍ଦ୍ଧା ପ୍ରଶାସନର ବଡ ନିଷ୍ପତ୍ତି: ପାର୍ବଣରେ ଭସାଣି ଶୋଭାଯାତ୍ରା ଓ ସ୍ବଚ୍ଛତା ମେଢ଼ କମିଟି ହେବେ ପୁରସ୍କୃତ

September 19, 2025

ରାଜ୍ୟରେ ବନ୍ଦ ହୋଇଛି ୪୬୧୯ ଟି ପ୍ରାଥମିକ ବିଦ୍ୟାଳୟ, କେଉଁ ଜିଲ୍ଲାରୁ କେତେ ? ଉତ୍ତର ରଖିଲେ ମନ୍ତ୍ରୀ

September 19, 2025

ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସରେ କଳିଙ୍ଗ ଷ୍ଟାଡିୟମ ଠାରେ ହେବ ବିଶାଳ ଗଣଦୌଡ,ଜର୍ସି ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

September 19, 2025

ସ୍କୁଲରେ ପାଠ ହେବ ଭଗବତ ଗୀତା, ବିଧାନସଭାରେ ଉତ୍ତର ରଖିଲେ ଶିକ୍ଷା ମନ୍ତ୍ରୀ

September 19, 2025

ଚିଲିକା ବିଜେପି ପକ୍ଷରୁ ଆସନ୍ତା ରବିବାର ଦିନ ମାଗଣା ସ୍ବାସ୍ଥ୍ୟ ଶିବିର

September 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.