Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାର ସବୁଜ ଶକ୍ତି ସମ୍ଭାବନା ଉପରେ ସମ୍ମିଳନୀ ଆୟୋଜିତ
ଆଜିର ଖବର

ଓଡ଼ିଶାର ସବୁଜ ଶକ୍ତି ସମ୍ଭାବନା ଉପରେ ସମ୍ମିଳନୀ ଆୟୋଜିତ

June 13, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ (ଏମ୍ଏନ୍ଆରଇ) ପକ୍ଷରୁ ଭାରତୀୟ ଅକ୍ଷୟ ଶକ୍ତି ବିକାଶ ଏଜେନ୍ସି ଲିମିଟେଡ୍ (ଆଇଆରଇଡିଏ) ସହଯୋଗରେ ଆଜି ଭୁବନେଶ୍ୱରସ୍ଥିତ ଏକ ଘରୋଇ ହୋଟେଲରେ ଗ୍ଲୋବାଲ ୱିଣ୍ଡ ଡେ’ ପାଇଁ ଏକ ପ୍ରାକ୍‌ କାର୍ଯ୍ୟକ୍ରମ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

ଆଇଆରଇଡିଏ ନିର୍ଦ୍ଦେଶକ (ଅର୍ଥ) ଡ. ବିକେ ମହାନ୍ତି ଏହି ଅବସରରେ ଏମଏନଆରଇ ଯୁଗ୍ମ ସଚିବ ଲଳିତ ବୋହରାଙ୍କ ଅଭିଭାଷଣ ପାଠ କରିଥିଲେ । ଏଥିରେ ସେ ସମଗ୍ର ଭାରତରେ ଅକ୍ଷୟ ଶକ୍ତିର ଦ୍ରୁତ ବିକାଶ ଉପରେ ଗୁରୁତ୍ୱାରୋପ କରିବା ସହ ଓଡ଼ିଶା ରାଜ୍ୟ ସରକାରଙ୍କ ସମେତ ଭାରତ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । ନେସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ୱିଣ୍ଡ ଏନର୍ଜି (ଏନଆଇଡବ୍ଲୁଇ) ସୂଚନା ଅନୁଯାୟୀ, ଭାରତର ଉପକୂଳବର୍ତ୍ତୀ ବାୟୁ ଶକ୍ତି କ୍ଷମତା ଭୂପୃଷ୍ଠଠାରୁ ୧୫୦ ମିଟର ଉଚ୍ଚତାରେ ୧୧୬୪ ଗିଗାୱାଟ୍ ହେବ ବୋଲି ଆକଳନ କରାଯାଇଛି। ଏଥିସହିତ ଓଡ଼ିଶାର ସମ୍ଭାବନା ୧୨ ଗିଗାୱାଟ୍‌ ରହିଛି।

ଶ୍ରୀ ବୋହରା ବ୍ୟକ୍ତିଗତ ଭାବେ ସମ୍ମିଳନୀରେ ଯୋଗ ଦେଇପାରିନଥିଲେ।

ମୁଖ୍ୟବକ୍ତା ଭାବେ ଆଇଆରଇଡିଏର ସିଏମଡି ପ୍ରଦୀପ କୁମାର ଦାସ ଓଡ଼ିଶାର ଉଲ୍ଲେଖନୀୟ ସବୁଜ ଶକ୍ତି ସମ୍ଭାବନା ଓ ରାଜ୍ୟ ଭିତରେ ଆଶାଜନକ ସୁଯୋଗ ସମ୍ପର୍କରେ ଆଲୋକପାତ କରିଥିଲେ। ସବୁଜ ହାଇଡ୍ରୋଜେନ ପ୍ରକଳ୍ପରେ ଓଡ଼ିଶାର ନେତୃତ୍ୱ ନେବାର ସମ୍ଭାବନା ଉପରେ ସେ ଆଲୋକପାତ କରିବା ସହ ସ୍ଥାୟୀ ଶକ୍ତି କାର୍ଯ୍ୟକ୍ରମକୁ ଆଗେଇ ନେବାରେ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱ ଦେଇଥିଲେ । ୨୦୨୪ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା, ଆଇଆରଇଡିଏ ଅକ୍ଷୟ ଶକ୍ତି କ୍ଷେତ୍ରରେ ସମୁଦାୟ ୧,୨୫,୯୧୭ କୋଟି ଟଙ୍କା ଋଣ ବଣ୍ଟନ କରିଛି ଏବଂ ଦେଶବ୍ୟାପୀ ପବନ ଶକ୍ତି ପ୍ରକଳ୍ପ ପାଇଁ ୨୬,୯୧୩ କୋଟି ଟଙ୍କା ପ୍ରଦାନ କରାଯାଇଛି। ବିଶେଷ କରି ଓଡ଼ିଶାରେ ଅକ୍ଷୟ ଶକ୍ତି ପ୍ରକଳ୍ପ ପାଇଁ ଇରେଡା ପକ୍ଷରୁ ୧୬୩୭ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି। ଶ୍ରୀ ଦାସ ଓଡ଼ିଶାର ଅକ୍ଷୟ ଶକ୍ତି ନୀତି ୨୦୨୨ ଉପରେ ଆଲୋକପାତ କରିଥିଲେ, ଯେଉଁଥିରେ ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ଏହି ନୀତିରେ ସବୁଜ ହାଇଡ୍ରୋଜେନ, ସବୁଜ ଆମୋନିଆ ଏବଂ ଫ୍ଲୋଟିଂ ସୋଲାର ଭଳି ଅକ୍ଷୟ ଶକ୍ତି ଉତ୍ପାଦନ ଏବଂ ଉଦୀୟମାନ ଜ୍ଞାନକୌଶଳ ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ନିରନ୍ତର ଜାତୀୟ ବିକାଶ ପାଇଁ ଅକ୍ଷୟ ଶକ୍ତିର ଉପଯୋଗ ଉପରେ ଗୁରୁତ୍ୱାରୋପ କରିବା ସହ ଓଡ଼ିଶା ଓ ଅନ୍ୟ ରାଜ୍ୟରେ ବିସ୍ତାରିତ ସୁଯୋଗର ଫାଇଦା ଉଠାଇବା ପାଇଁ ଅକ୍ଷୟ ଶକ୍ତି ବିକାଶକାରୀମାନଙ୍କୁ ଉତ୍ସାହିତ କରିଥିଲେ।

ଆଇଆରଇଡିଏ ଏମଏନଆରଇ ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ବଙ୍ଗଳାରେ ବନ୍ଦ ହେବ ୨୫୨ଟି ମଦ୍ରାସା: କଡ଼ା ଆପତ୍ତି ଜଣାଇଲେ ମୌଲାନା ସାଜିଦ ରଶିଦି

September 14, 2026

ପୁଣି ଷ୍ଟାଡିୟମରେ ଅପମାନିତ ହେଲେ ମୋହସିନ୍ ନକଭି: ଟ୍ରଫି ପାଇଁ ମନା କଲା ଭାରତୀୟ ଦଳ

September 14, 2026

ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

September 14, 2026

ରେଳ ଧାରଣାରୁ ବୃଦ୍ଧଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

September 14, 2026
Latest News

କେତେ ସଫଳ ହେଲା ବ୍ରିକ୍ସ ସମ୍ମିଳନୀ?: ବ୍ୟାଖ୍ୟା କଲେ ଯଶୱନ୍ତ ସିହ୍ନା

September 14, 2026

ବଙ୍ଗଳାରେ ବନ୍ଦ ହେବ ୨୫୨ଟି ମଦ୍ରାସା: କଡ଼ା ଆପତ୍ତି ଜଣାଇଲେ ମୌଲାନା ସାଜିଦ ରଶିଦି

September 14, 2026

ଆସନ୍ତୁ ଜାଣିବା ପୂଜାବ୍ରତରେ କାହିଁକି ପିଆଜ ରସୁଣ ଖାଇବାକୁ ମନା

September 14, 2026

ପୁଣି ଷ୍ଟାଡିୟମରେ ଅପମାନିତ ହେଲେ ମୋହସିନ୍ ନକଭି: ଟ୍ରଫି ପାଇଁ ମନା କଲା ଭାରତୀୟ ଦଳ

September 14, 2026

ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

September 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.