Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୩ ଡକାୟତ ଗିରଫ: କାର, ବନ୍ଧୁକ, ଗୁଳି ଜବତ ସହ ଚୋରି ସାମଗ୍ରୀ ଉଦ୍ଧାର
ଆଜିର ଖବର

୩ ଡକାୟତ ଗିରଫ: କାର, ବନ୍ଧୁକ, ଗୁଳି ଜବତ ସହ ଚୋରି ସାମଗ୍ରୀ ଉଦ୍ଧାର

June 13, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର: ନୟାଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ରଣପୁର ପୋଲିସର ତତ୍ପରତାରେ ରଣପୁରରେ ହତ୍ୟା, ଚୋରି, ଡକାୟତ ଘଟଣାଗୁଡିକୁ ଗୁରୁତ୍ୱ ଦିଆଯାଇ ସମାଧାନ ନିମନ୍ତେ ତୁରନ୍ତ ପଦକ୍ଷେପ ନିଆଯାଉଛି। ଯାହା ଫଳରେ ଖୁବ କମ ଦିନ ଭିତରେ ଘଟଣାଗୁଡିକର ସମାଧାନ ସହିତ ଅପରାଧୀମାନଙ୍କୁ ପୋଲିସ ଗିରଫ କରିବାରେ ସଫଳତା ଲାଭ କରିପାରୁଛି। ରଣପୁର ଥାନା ଅଧିକାରୀ ନିହାର ରଞ୍ଜନ ମହାନ୍ତିଙ୍କ ତତ୍ୱାବଧାନରେ ରଣପୁର ପୋଲିସ ସଫଳତା ହାସଲ କରିବାରେ ଲାଗିଛି। ଦୁଇ ଦିନ ତଳେ ଏକ ପ୍ରେସ ମିଟ୍ ମାଧ୍ୟମରେ ଏକ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଥିଲା ରଣପୁର ପୋଲିସ।

ଆଜି ପୁଣି ଏକ ଡକାୟତତି ଘଟଣାର ପର୍ଦ୍ଦା ଫାଶ କରିବା ସହିତ ଡକାୟମାନଙ୍କୁ ଗିରଫ କରିବାରେ ସଫଳତା ହାସଲ କରିଛି ରଣପୁର ପୋଲିସ। କିଛି ଡକାୟତ କିଛି ଦିନ ହେବ ବିଭିନ୍ନ ପଞ୍ଚାୟତ ଘର, ଲୋକଙ୍କୁ ଘରୁ ବିଭିନ୍ନ ଦାମୀ ଜିନିଷ ଚୋରି କରି ନେଉଥିବାର ଅଭିଯୋଗ ହେଉଥିଲା। ଗତ ୩ ତାରିଖରେ କାଣ୍ଡପଡା ସରପଞ୍ଚ ବିଜୟ କୁମାର ବେହେରା ନିଜ ଘରେ ଖାଇ ସାରି ଶୋଇଥିବା ବେଳେ ରାତି ୧ଟା ବେଳେ କାଣ୍ଡପଡା ଗ୍ରାମର କିଛି ଗ୍ରାମବାସୀ ତାଙ୍କୁ ଫୋନ କରିଥିଲେ। ପଞ୍ଚାୟତ ଅଫିସ ଆଗରେ ଧଳା ରଙ୍ଗର ଓଡି-୦୭-ଆର-୧୦୬୦ ନମ୍ବର ବିଶିଷ୍ଟ ଏକ କାର ସନ୍ଦେହ ଜନକ ଭାବେ ଠିଆ ହୋଇଥିବା ଘଟଣା ଗ୍ରାମବାସୀମାନେ ସରପଞ୍ଚଙ୍କୁ ଫୋନ ଯୋଗେ ଜଣାଇ ଥିଲେ। ଏହା ପରେ ସରପଞ୍ଚ କିଛି ଗ୍ରାମବାସୀଙ୍କ ସହିତ ପଞ୍ଚାୟତ ଅଫିସରେ ପହଂଚି ଥିଲେ।

ସରପଞ୍ଚ ପହଂଚିବା ପରେ କାରର ଡ୍ରାଇଭର ଦୌଡ଼ି ପଳାଇବା ପାଇଁ ଚେଷ୍ଟା କରିବା ସମୟରେ କାରଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସି ଯାଇଥିଲା ଓ ଡ୍ରାଇଭର ମଧ୍ୟ ଦୌଡ଼ି ପଳାଇବାରେ ସକ୍ଷମ ହୋଇଥିଲା। କାର ଭିତରେ ଥିବା ଅନ୍ୟ ଜଣେ ଡକାୟତ ଲୋକଙ୍କୁ ବନ୍ଧୁକ ଦେଖାଇ ସେଠାରୁ ପଳାଇ ଯାଇଥିଲା। ଏହା ପରେ ଗ୍ରାମବାସୀ କାରର ତଲାସୀ ନେଇଥିଲେ। କାର ଭିତରୁ ଦୁଇଟି ଏଲଇଡ଼ି ଟିଭି, ଗୋଟିଏ ଇନଭର୍ଟର ବ୍ୟାଟେରୀ, ଗୋଟିଏ ଇନଭର୍ଟର ଥିବାର ଦେଖିଥିଲେ। ଏ ନେଇ କାଣ୍ଡପଡା ସରପଞ୍ଚ ଥାନାରେ ଏକ ଅଭିଯୋଗ କରିଥିଲେ।

ଏହାପରେ ରଣପୁର ପୋଲିସ କେସ ନମ୍ବର -୨୧୧ ରେ ଏକ ମାମଲା ରୁଜୁ କରି ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ। ଘଟଣା ସ୍ଥଳରୁ କାର ସହ ଚୋରି ସମାଗ୍ରୀ ମଧ୍ୟ ଜବତ କରିଥିଲା ରଣପୁର ପୋଲିସ। ସବ-ଇନ୍ସପେକ୍ଟର ରାଜେଶ କୁମାର ଶ୍ରୀଚନ୍ଦନ ଏହି ଘଟଣାର ତଦନ୍ତ କରୁଥିଲେ। ପରେ ଏହି ଘଟଣାରେ ବିହାର ରାଜ୍ୟ ବଙ୍କା ଜିଲ୍ଲାର ପଠାନ ଗ୍ରାମର ରତନ କୁମାର (୧୯), କଟକ ଜିଲ୍ଲା ରାମଚଣ୍ଡୀ ଗ୍ରାମର ଶଙ୍କର ସ୍ୱାଇଁ (୨୪) ଓ ରତଗଡା ଗ୍ରାମର ଅଶୋକ ବାରିକ (୩୪) କୁ ଗିରଫ କରାଯାଇଥିଲା ବେଳେ ମୁଖ୍ୟ ଅଭିଯୁକ୍ତ ବାଙ୍କୀ ଗ୍ରାମର ସୁଶାନ୍ତ ପାତ୍ର ଓରଫ ବଣ୍ଟି ଫେରାର ଥିବା ପୋଲିସ କହିଛି।

ମୁଖ୍ୟ ଅଭିଯୁକ୍ତ ବଣ୍ଟିକୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଏସ.ଡି.ପି.ଓ ସୁଧାକର ସାହୁ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏହା ସହ ସେମାନଙ୍କ ନାମରେ ଆଉ କେଉଁ କେଉଁ ଥାନାରେ କେଉଁ ଅଛି କି ନାହିଁ ତାହାର ତଦନ୍ତ ଚାଲିଥିବା କହିଛନ୍ତି। ଏହା ସହ ସେମାନେ ଆଉ କେଉଁ ଜାଗାରେ ଚୋରି ଡକାୟତି କରିଛନ୍ତି, ତାହାର ମଧ୍ୟ ତଦନ୍ତ ଚାଲିଛି ବୋଲି କହିଥିଲେ।

ଏହି ପ୍ରେସ ମିଟରେ ରଣପୁର ଥାନା ଅଧିକାରୀ ନିହାର ରଞ୍ଜନ ମହାନ୍ତି, ଅତିରିକ୍ତ ଥାନା ଅଧିକାରୀ ପଞ୍ଚାନନ ପରିଡା, ସବ-ଇନ୍ସପେକ୍ଟର ରାଜେଶ କୁମାର ଶ୍ରୀଚନ୍ଦନ, ବିଶ୍ୱଭୂଷଣ ସିଂ, ଦର୍ପନାରାୟଣପୁର ଫାଣ୍ଡି ଅଧିକାରୀ ଧର୍ମେନ୍ଦ୍ର ଶିଆଳ, ହାବିଲଦାର ପ୍ରଶାନ୍ତ କୁମାର ବରାଡ଼ଙ୍କ ସହିତ ସମସ୍ତ ଥାନା ଅଧିକାରୀ ଉପସ୍ଥିତ ଥିଲେ।

ଗୁଳି ଜବତ ନୟାଗଡ଼ ଜିଲ୍ଲା ବନ୍ଧୁକ ରଣପୁର ପୋଲିସ
Share. Facebook Twitter LinkedIn Email WhatsApp Copy Link

Related Posts

“ଗର୍ଭ ଧାରଣ ସମୟରେ ଅଧିକ ବିପଦ” ପ୍ରସଙ୍ଗକୁ ସିଏମ୍‌ଇ ଆୟୋଜିତ

September 14, 2025

ସୋଆରେ ‘ଆଇଏସ୍‌ଏସିଓଏନ୍‌- ୨୦୨୫’ର ରାଜ୍ୟ ସ୍ତରୀୟ ୫୨ତମ ବାର୍ଷିକ ସମ୍ମିଳନୀ ଉଦ୍‌ଘାଟିତ

September 14, 2025

ସମ୍ବଲପୁରରେ “ଆସ ସ୍କୁଲ ଯିବା” ପଦଯାତ୍ରାରେ ସାମିଲ ହେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

September 14, 2025

GST ହ୍ରାସ ପରେ Hero Glamour କେତେ ଶସ୍ତା ହେବ? କିଣିବା ପୂର୍ବରୁ ଜାଣନ୍ତୁ ବିବରଣୀ

September 14, 2025
Latest News

“ଗର୍ଭ ଧାରଣ ସମୟରେ ଅଧିକ ବିପଦ” ପ୍ରସଙ୍ଗକୁ ସିଏମ୍‌ଇ ଆୟୋଜିତ

September 14, 2025

ସୋଆରେ ‘ଆଇଏସ୍‌ଏସିଓଏନ୍‌- ୨୦୨୫’ର ରାଜ୍ୟ ସ୍ତରୀୟ ୫୨ତମ ବାର୍ଷିକ ସମ୍ମିଳନୀ ଉଦ୍‌ଘାଟିତ

September 14, 2025

ସମ୍ବଲପୁରରେ “ଆସ ସ୍କୁଲ ଯିବା” ପଦଯାତ୍ରାରେ ସାମିଲ ହେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

September 14, 2025

GST ହ୍ରାସ ପରେ Hero Glamour କେତେ ଶସ୍ତା ହେବ? କିଣିବା ପୂର୍ବରୁ ଜାଣନ୍ତୁ ବିବରଣୀ

September 14, 2025

ବିଦ୍ୟାର୍ଥୀଙ୍କ ମଧ୍ୟରେ ନବସୃଜନ ଆଣିଲା ‘ସୋଆ ଆଇଡିଆଥନ୍‌’

September 14, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.