Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୁନ ୧୭ରୁ ସନ୍ଧ୍ୟା ୫ଟାରେ ଜୀ ସାର୍ଥକରେ ଆରମ୍ଭ ହେବ “ଦିଦି ନମ୍ବର ୧- ନୂଆ ଓଡିଶାର ନୂଆ ଉତ୍ସବ” 
ଆଜିର ଖବର

ଜୁନ ୧୭ରୁ ସନ୍ଧ୍ୟା ୫ଟାରେ ଜୀ ସାର୍ଥକରେ ଆରମ୍ଭ ହେବ “ଦିଦି ନମ୍ବର ୧- ନୂଆ ଓଡିଶାର ନୂଆ ଉତ୍ସବ” 

June 15, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଓଡିଶାର ୧ ନମ୍ବର ଚ୍ୟାନେଲ ଜୀ ସାର୍ଥକ ସବୁବେଳେ ଲୋକଙ୍କ ପସନ୍ଦକୁ ଗୁରୁତ୍ବ ଦେଇ ଆସୁଛି। ଦର୍ଶକେ ଦେଖିବାକୁ ଭଲ ପାଉଥିବା କାହାଣୀକୁ ଆଧାରିତ କରି ଅନେକ ଧାରାବାହିକ ସହିତ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ଭେଟି ଦେଇଛି ଜୀ ସାର୍ଥକ। ଯେଉଁଥିରେ ଓଡିଆ ଜାତି ଓ ଓଡିଶାର ପ୍ରଥା, ପରମ୍ପରାକୁ ଅତି ନିଖୁଣ ଭାବେ ଦେଖି ଦର୍ଶକେ ଉପଭୋଗ କରିପାରନ୍ତି। ଯାହାପାଇଁ ଚ୍ୟାନେଲକୁ ମିଳିଛି ଅଗଣିତ ଦର୍ଶକଙ୍କ ଦ୍ବାରା ଅଶେଷ ଭଲପାଇବା। ଠିକ ସେମିତି ଜୀ ସାର୍ଥକ ନେଇ ଆସୁଛି ନୂଆ ଭାବରେ ଦିଦି ନମ୍ବର ୧ ରିଆଲିଟି ଶୋ ଯାହା ଓଡିଶାର ୩୦ଟି ଜ଼ିଲ୍ଲାର ସାଂସ୍କୃତିକ ବିବିଧତାକୁ ଏକ ଭିର୍ଣ୍ଣ ଅନ୍ଦାଜରେ ଲିପି ମହାପାତ୍ର ବଖାଣିବେ ଓ ଦର୍ଶକଙ୍କ ମୁହଁରେ ଫୁଟାଇବ ହସ।

‘ଦିଦି ନମ୍ବର ୧ – ନୂଆ ଓଡିଶାର ନୂଆ ଉତ୍ସବ’। ଏହି ରିଆଲିଟି ଶୋ ରେ ଓଡିଶାର ୩୦ଟି ଜ଼ିଲ୍ଲାର କୋଣ ଅଣୁକୋଣରୁ ପ୍ରତିଯୋଗୀ ଭାଗ ନେବାକୁ ଯାଉଛନ୍ତି। କହିହେବ ଯେ ଓଡିଶାର ସମସ୍ତ ଜିଲ୍ଲାର ସଂସ୍କୃତି ଓ ପରମ୍ପରାର ହେବାକୁ ଯାଉଛି ମହାମିଳନ। ଏହା ମାଧ୍ୟମରେ ଓଡିଶାର ବିଭିନ୍ନ ପ୍ରାନ୍ତର ଖାଦ୍ୟ , ପ୍ରଥା , ପରମ୍ପରା , ସଂସ୍କୃତି , ଭାଷାର ପ୍ରଦର୍ଶନ କରାଯିବ। ଗୋଟିଏ ଶୋ ରେ ଦର୍ଶକେ ସାରା ଓଡିଶାର ଖାସ କଥା ଜାଣିବାକୁ ପାଇବେ ଏହାଠୁ ବଡ କଥା ଆଉ କଣ ବା ହୋଇପାରେ। ଅଡିସନ ମାଧ୍ୟମରେ ୩୦ଟି ଜିଲ୍ଲାର ୩୦ ଜଣ ପ୍ରତିଯୋଗୀ ଚୟନ ହେବାପରେ ଏହି ଶୋ ରେ ଭାଗ ନେଇ ବିଭିନ୍ନ ପର୍ଯ୍ୟାୟରେ।

ପ୍ରତିଭାଶାଳୀ ପ୍ରତିଯୋଗୀ ଚୟନ ହୋଇ ଆଗକୁ ବଢିବେ ଏବଂ ଟପ୍ ୬ ଜଣ ପ୍ରତିଯୋଗୀଙ୍କୁ ନେଇ ଗ୍ରାଣ୍ଡ ଫାଇନାଲ ଅନୁଷ୍ଠିତ ହେବ। ପ୍ରତି ମାସରେ ଜଣେ ପ୍ରତିଯୋଗୀ ‘ଦିଦି ନମ୍ବର ୧ ’ ର ଟାଇଟଲ ହାସଲ କରିବେ। ତେବେ କିଏ ହେବ ଓଡିଶାର ଦିଦି ନମ୍ବର ୧ ଜାଣିବାପାଇଁ ଦେଖିବାକୁ ଭୁଲିବେନି ଜୀ ସାର୍ଥକର ନୂଆ ରିୟାଲିଟି ଶୋ ‘ଦିଦି ନମ୍ବର ୧ – ନୂଆ ଓଡିଶାର ନୂଆ ଉତ୍ସବ’। ଏହା ଦର୍ଶକଙ୍କୁ ଖୁବ ମନୋରଞ୍ଜନ ଦେବ ଏଥିରେ କୌଣସି ଦ୍ବିମତ ନାହିଁ ଓ ଏହି ରିଆଲିଟି ଶୋ ଦେଖି ଭଲପାଇବା ଦେବାକୁ ଅନୁରୋଧ କରିଛନ୍ତି ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର ପ୍ରତୀକ ସିଲ୍। ଏହା ସହିତ ଏହି ରିଆଲିଟି ଶୋ ଜରିଆରେ ମହିଳା ମାନେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିବେ। ଏହି ରିଆଲିଟି ଶୋ ର ଅଡିସନରେ ଭାଗ ନେବା ପାଇଁ ୧୮ ରୁ ୩୫ ବର୍ଷର ମହିଳା ମାନେ ଏହି ୯୧୨୪୩୩୪୪୭୩ ନମ୍ବରରେ ଯୋଗାଯୋଗ କରି ପାରିବେ।

ଜୀ ସାର୍ଥକ ଦିଦି ନମ୍ବର-୧
Share. Facebook Twitter LinkedIn Email WhatsApp Copy Link

Related Posts

କଟକ ମେଡିକାଲ କଲେଜ ଅଗ୍ନିକାଣ୍ଡ ଘଟଣା ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କଲେ ନବୀନ ପଟ୍ଟନାୟକ

March 17, 2026

ତିନି ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଚିଠି ଲେଖିଲା କଂଗ୍ରେସ

March 17, 2026

ଓଡ଼ିଶା ପୋଲିସର “ଅପରେସନ ସାଇବର କବଚ”: ୩୭୯ ଅଭିଯୁକ୍ତ ଗିରଫ

March 17, 2026

ଲୋକସଭା ନିର୍ବାଚନ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବରୁଣ ଗାନ୍ଧୀ: ସାମ୍ନାକୁ ଆସିଲା ଫଟୋ

March 17, 2026
Latest News

କଟକ ମେଡିକାଲ କଲେଜ ଅଗ୍ନିକାଣ୍ଡ ଘଟଣା ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କଲେ ନବୀନ ପଟ୍ଟନାୟକ

March 17, 2026

ତିନି ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଚିଠି ଲେଖିଲା କଂଗ୍ରେସ

March 17, 2026

ଓଡ଼ିଶା ପୋଲିସର “ଅପରେସନ ସାଇବର କବଚ”: ୩୭୯ ଅଭିଯୁକ୍ତ ଗିରଫ

March 17, 2026

ଲୋକସଭା ନିର୍ବାଚନ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବରୁଣ ଗାନ୍ଧୀ: ସାମ୍ନାକୁ ଆସିଲା ଫଟୋ

March 17, 2026

LPG ରୁ PNG କୁ ପରିବର୍ତ୍ତନ କଲେ ମିଳୁଛି ବଡ଼ ରିହାତି: ଜାଣନ୍ତୁ ଅଫର

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.