ଏଥର ବି କଡା ଟକ୍କର ଦେଲା ଆୟର୍ଲାଣ୍ଡ: 107 ରନ ଲକ୍ଷ୍ୟ ପାଇଁ ପାକିସ୍ତାନ କଲା ସଂଘର୍ଷ

Published: Jun 17, 2024, 8:38 am IST

ନୂଆଦିଲ୍ଲୀ: 2024 ଟି -20 ବିଶ୍ୱକପ୍ ର ଶେଷ ଲିଗ୍ ମ୍ୟାଚ୍ ରେ ପାକିସ୍ତାନ ଆୟର୍ଲାଣ୍ଡକୁ 3 ୱିକେଟ୍ ରେ ପରାସ୍ତ କରିଛି। ତେବେ 107 ରନର ଲକ୍ଷ୍ୟ ହାସଲ କରିବା ପାଇଁ ପାକିସ୍ଥାନକୁ ସଂଘର୍ଷ କରିବାକୁ ପଡିଛି। ପାକିସ୍ତାନ ପାଇଁ ପ୍ରଥମେ ଶାହିନ୍ ଆଫ୍ରିଦି ଏବଂ ଇମାଦ୍ ୱାସିମ୍ ବୋଲିଂ କରି ହଇଚଇ ସୃଷ୍ଟି କରିଥିଲେ ଏବଂ ପରେ ବାବର ଆଜାମ ବ୍ୟାଟିଂ କରିବା ସମୟରେ କାନ୍ଥ ହୋଇ ଛିଡା ହୋଇଥିଲେ। ଦୁଇଟି ଚୌକା ସହାୟତାରେ 34 ବଲରେ 32 ରନ୍ ସ୍କୋର କରି ବାବର ଆଜାମ ଅପରାଜିତ ଫେରିଥିଲେ।

ଆୟର୍ଲାଣ୍ଡର 107 ରନ୍‌ର ଟାର୍ଗେଟକୁ ପିଛା କରି ପାକିସ୍ତାନ ଏକ ସମୟରେ 11 ଓଭରରେ 62 ରନ୍ ପାଇଁ 6 ୱିକେଟ୍ ହରାଇଥିଲା। ତା’ପରେ ଲାଗୁଥିଲା ଯେପରି ଏଥର ବି ପାକିସ୍ଥାନକୁ ଝଟକା ଲାଗିବ, କିନ୍ତୁ ବାବର ଆଜାମ ଅବ୍ବାସ ଆଫ୍ରିଦିଙ୍କ ସହ ସପ୍ତମ ୱିକେଟ୍ ପାଇଁ 33 ରନର ଭାଗିଦାରୀ କରି ତାଙ୍କ ଦଳକୁ ଅସୁବିଧାରୁ ବାହାର କରିଦେଇଥିଲେ। 18.5 ଓଭରରେ ପାକିସ୍ତାନ ଜିତିଥିଲା।

Related posts