Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୧୮ତମ ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ‘୭୫ କ୍ରିଏଟିଭ୍ ମାଇଣ୍ଡ୍‌ସ ଅଫ୍ ଟୁମୋରୋ’
ଆଜିର ଖବର

୧୮ତମ ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ‘୭୫ କ୍ରିଏଟିଭ୍ ମାଇଣ୍ଡ୍‌ସ ଅଫ୍ ଟୁମୋରୋ’

June 19, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ସମ୍ମାନଜନକ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍‌ଏଫ୍‌ଆଇ) ର ଅନ୍ୟତମ ବିଶେଷ ଆକର୍ଷଣ ଠାରୁ ଆରମ୍ଭ କରି ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଏମ୍‌ଆଇଏଫ୍‌ଏଫ୍‌) ରେ ପରଦାର ଶୋଭା ବୃଦ୍ଧି କରିବା ପର୍ଯ୍ୟନ୍ତ, ଦେଶର ଉଦୀୟମାନ ଯୁବ ପ୍ରତିଭା, ‘୭୫ କ୍ରିଏଟିଭ୍ ମାଇଣ୍ଡସ୍ ଅଫ୍ ଟୁମୋରୋ’ (ସିଏମ୍‌ଓଟି) କଳାତ୍ମକ ଉତ୍କର୍ଷତାର ଏକ ପ୍ରେରଣାଦାୟୀ ଯାତ୍ରା ଅତିକ୍ରମ କରିଛନ୍ତି।

ଏମ୍‌ଆଇଏଫ୍‌ଏଫ୍‌ର ୧୮ତମ ସଂସ୍କରଣରେ ଏହି ଆକାଂକ୍ଷୀ ଯୁବ ଚଳଚ୍ଚିତ୍ର ନିର୍ମାତାଙ୍କ କିଛି ଆକର୍ଷଣୀୟ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ , ଯେଉଁଥିରେ ଗୋଆର ୫୪ତମ ଆଇଏଫ୍‌ଏଫ୍‌ଆଇରେ ଶ୍ରେଷ୍ଠ ସିଏମ୍‌ଓଟି ଚଳଚ୍ଚିତ୍ରର ବିଜେତା ‘ଓଡିଏଚ୍‌’ ମଧ୍ୟ ଅନ୍ତର୍ଭୁକ୍ତ।

ଏମ୍‌ଆଇଏଫ୍‌ଏଫ୍‌ରେ ପ୍ରଦର୍ଶିତ ହେବାକୁ ଥିବା ୭୫- ସିଏମ୍‌ଓଟିର ଚଳଚ୍ଚିତ୍ର ତାଲିକା

ଆଲମ୍

ଆଲମ୍ ହେଉଛି ଜଣେ ଆତ୍ମଗ୍ଲାନିରେ ପରିପୂର୍ଣ୍ଣ ବ୍ୟକ୍ତିଙ୍କ କାହାଣୀ, ଯିଏ ପ୍ରକୃତି ବିଷୟରେ ଚିନ୍ତା କରନ୍ତି ନାହିଁ। ଖୁବ୍ ଶୀଘ୍ର ବୃକ୍ଷ, ବାୟୁ, ଜଳ ଓ ବଜ୍ରପାତ ଭଳି ସମସ୍ତ ତତ୍ତ୍ୱ ତାଙ୍କୁ ସାମ୍ନା କରି ଅନୁଭବ କରାଇଥାନ୍ତି ଯେ ତାଙ୍କ କାର୍ଯ୍ୟ କେବଳ ପ୍ରକୃତିକୁ ପ୍ରଭାବିତ କରେ ନାହିଁ, ବରଂ ତାଙ୍କ ଆଖପାଖରେ ଥିବା ଲୋକମାନଙ୍କୁ ମଧ୍ୟ ପ୍ରଭାବିତ କରିଥାଏ।

 ଲା ମେର

ଏହି ଚଳଚ୍ଚିତ୍ରରେ ଦର୍ଶାଯାଇଛି ଯେ, ମହାମାରୀ ପରବର୍ତ୍ତୀ ବିଶ୍ୱରେ ବରିଷ୍ଠ ବୈଜ୍ଞାନିକ ଜାକର୍ତ୍ତା ଜଳ ସଂକଟ ମଧ୍ୟରେ ଆଶା ଓ ନିରାଶା ସହ ସଂଘର୍ଷ କରୁଛନ୍ତି। ବିଶୁଦ୍ଧ ଜଳର ଶେଷ ଉତ୍ସକୁ ନେଇ ଧମକ ଦେଉଥିବା ଏକ ନିଷ୍ଠୁର ଗୋଷ୍ଠୀକୁ ସମ୍ମୁଖୀନ ହେବା ସମୟରେ, ଏକ ଦୁଃଖଦାୟକ ମୁକାବିଲା ଏକ ଅପ୍ରତ୍ୟାଶିତ ସହଯୋଗୀକୁ ପ୍ରକଟ କରେ, ଯାହା ଏକ ନିର୍ଜନ ପରିବେଶରେ ବିଶ୍ୱାସ ଏବଂ ଅଭିନବତା ପୁନରୁଦ୍ଧାର କରିବା ପାଇଁ ଏକ ମାର୍ମିକ ଯାତ୍ରା ଆରମ୍ଭ କରେ। ଚାର୍ଲ୍ସ ଟ୍ରେନେଟଙ୍କ ଏକ ଗୀତ ଉପରେ ଆଧାରିତ।

ଓଡିଏଚ

ଚଳଚ୍ଚିତ୍ରର କାହାଣୀ ଜଣେ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଦୁର୍ଦ୍ଦଶାକୁ ପ୍ରଦର୍ଶିତ କରେ,  ଯିଏ ସମୁଦ୍ର କୂଳରେ ତାଙ୍କ ଡଙ୍ଗା ରଖିବା ପାଇଁ ସ୍ଥାନ ପାଆନ୍ତି ନାହିଁ ଏବଂ ତାଙ୍କ ଡଙ୍ଗାକୁ ସହର ଭିତରକୁ ନେବା ପାଇଁ ସାହାରା ନେଇଛନ୍ତି।

ବୀରୱା

ଏହି ଚଳଚ୍ଚିତ୍ରରେ ଏକ ବିଷାକ୍ତ ସମ୍ପର୍କକୁ ଦର୍ଶାଯାଇଛି ଯାହା ଭାଙ୍ଗିବା ଅବସ୍ଥାରେ ଅଛି , ଯାହା ମଣିଷ ଏବଂ ପ୍ରକୃତି ମଧ୍ୟରେ ଖରାପ ହେଉଥିବା ସମ୍ପର୍କକୁ ପ୍ରତିଫଳିତ କରେ। କିନ୍ତୁ କିଛି ଉପାୟ ଅଛି କି?

ଅଙ୍କୁରନ

ପ୍ରକୃତି ଉପରେ ମାନବ ପ୍ରଜାତିର ଉତ୍ପୀଡନ କାରଣରୁ ବିଷାକ୍ତ ବାୟୁ ସୃଷ୍ଟି ହେବା ଯୋଗୁଁ ସୃଷ୍ଟି ହୋଇଥିବା ପରବର୍ତ୍ତୀ ପ୍ରଭାବକୁ ଏହି ଚଳଚ୍ଚିତ୍ରରେ ଦର୍ଶାଯାଇଛି। ଏହି ଚଳଚ୍ଚିତ୍ରଟି ଏକ ଛୋଟ ଝିଅ ଏବଂ ଏକ ଉତ୍ତମ ଭବିଷ୍ୟତ ପାଇଁ ତା’ର  ଆଶା ବିଷୟ ଉପରେ ପର୍ଯ୍ୟବସିତ।

“ଆସନ୍ତାକାଲିର ୭୫ଟି ସୃଜନଶୀଳ ମସ୍ତିଷ୍କ” (‘୭୫ କ୍ରିଏଟିଭ୍ ମାଇଣ୍ଡ୍‌ସ ଅଫ୍ ଟୁମୋରୋ’) ବିଷୟରେ

‘୭୫ କ୍ରିଏଟିଭ୍ ମାଇଣ୍ଡସ୍ ଅଫ୍ ଟୁମୋରୋ’ ହେଉଛି ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଏକ ଅଭିନବ ପ୍ରୟାସ, ଯେଉଁଥିରେ ଦେଶର ଯୁବ ସିନେ ପ୍ରତିଭାମାନଙ୍କୁ ଚିହ୍ନଟ କରିବା, ପ୍ରୋତ୍ସାହିତ କରିବା ଏବଂ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ପ୍ରତିଭା ବିକାଶ ଅଭିଯାନର ଏକ ଅଂଶ ଭାବରେ ପ୍ରତିଯୋଗୀମାନେ ଅନ୍ତର୍ଜାତୀୟ ମଞ୍ଚରେ ଚଳଚ୍ଚିତ୍ର ନିର୍ମାଣରେ ନିଜର ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପାଇଥାନ୍ତି। ୨୦୨୧ରେ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍‌ଏଫ୍‌ଆଇ)ର ୫୨ତମ ସଂସ୍କରଣରେ ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଏହାର ଶୁଭାରମ୍ଭ କରାଯାଇଥିଲା ଏବଂ ସେବେଠାରୁ ଆଇଏଫ୍‌ଏଫ୍‌ଆଇ ଅବସରରେ ତିନୋଟି ସଫଳ ସଂସ୍କରଣ ଅନୁଷ୍ଠିତ ହୋଇଛି, ଯେଉଁଥିରେ ୨୨୫ ଜଣ ପୂର୍ବତନ ଛାତ୍ରଛାତ୍ରୀଙ୍କୁ ନେଇ ଏକ ପ୍ରତିଭା ଭଣ୍ଡାର ନିର୍ମାଣ କରାଯାଇଛି।

ପ୍ରତିବର୍ଷ ଅଭିଜ୍ଞ ଚଳଚ୍ଚିତ୍ର ନିର୍ମାତାଙ୍କ ସହିତ ନୂତନ ଚଳଚ୍ଚିତ୍ର ନିର୍ମାତା କିମ୍ବା ଚଳଚ୍ଚିତ୍ର ନିର୍ମାଣ ଏବଂ ଆନୁଷଙ୍ଗିକ କଳା ପ୍ରତି ଗଭୀର ରୁଚି ରଖିଥିବା ବ୍ୟକ୍ତିବିଶେଷଙ୍କ ଠାରୁ ନିମ୍ନଲିଖିତ ବର୍ଗରେ ହଜାର ହଜାର ଆବେଦନ ଗ୍ରହଣ କରାଯାଏ: ନିର୍ଦ୍ଦେଶନା, ପଟ୍ଟକଥା ଲିଖନ, ସିନେମାଟୋଗ୍ରାଫି, ଅଭିନୟ, ସମ୍ପାଦନା, ପାଶ୍ୱର୍ ଗାୟନ, ସଙ୍ଗୀତ ରଚନା, କଷ୍ଟ୍ୟୁମ ଏବଂ ମେକଅପ୍‌, ଆର୍ଟ ଡିଜାଇନ୍ ଏବଂ ଆନିମେସନ୍‌, ଭିଜୁଆଲ ଇଫେକ୍ଟସ୍ (ଭିଏଫଏକ୍ସ), ଅଗମେଣ୍ଟେଡ୍ ରିୟଲିଟି (ଏଆର) ଏବଂ ଭର୍ଚୁଆଲ ରିୟଲିଟି (ଭିଆର)।

ସମଗ୍ର ଭାରତରୁ ୭୫ ଜଣ ଯୁବ ସୃଜନଶୀଳ ପ୍ରତିଭା ମଧ୍ୟ ‘ଫିଲ୍ମ ଚ୍ୟାଲେଞ୍ଜ’ରେ ଭାଗ ନେଉଛନ୍ତି, ଯେଉଁଥିପାଇଁ ସେମାନଙ୍କୁ ଆଇଏଫ୍‌ଏଫ୍‌ଆଇରେ ୪୮ ଘଣ୍ଟା ମଧ୍ୟରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିବାକୁ ପଡ଼ିବ। ଗତ ତିନୋଟି ସଂସ୍କରଣରେ ଯୁବ ସୃଜନଶୀଳ ପ୍ରତିଭାମାନଙ୍କ ଦ୍ୱାରା ଅଭିନବତା ଏବଂ କାହାଣୀ କହିବାର ଦକ୍ଷତାର ଗତିଶୀଳ ଉତ୍ସବ ଦେଖିବାକୁ ମିଳିଥିଲା।

ଆଇଏଫଏଫଆଇ-୫୪ରେ ଏକ ସିଏମଓଟି ପ୍ରତିଭା ଶିବିର ଆୟୋଜନ କରାଯାଇଥିଲା, ଯେଉଁଥିରେ ପ୍ରତିଯୋଗୀମାନେ ପ୍ରଡକ୍ସନ ହାଉସ, ଏଭିଜିସି କମ୍ପାନୀ ଏବଂ ଷ୍ଟୁଡିଓ ସମେତ ଭାରତର ମିଡିଆ ଏବଂ ମନୋରଞ୍ଜନ କ୍ଷେତ୍ରର ଅଗ୍ରଣୀ କମ୍ପାନୀର ପ୍ରତିନିଧିମାନଙ୍କ ସହିତ ବାର୍ତ୍ତାଳାପ କରିପାରିଥିଲେ। ଏହି ନିଯୁକ୍ତି ଅଭିଯାନରେ , ଅଂଶଗ୍ରହଣକାରୀମାନେ ସେମାନଙ୍କର ଧାରଣା ଉପସ୍ଥାପନ କରିବା ଏବଂ ଶିଳ୍ପର ଅଗ୍ରଣୀ ପେସାଦାରମାନଙ୍କ ନିକଟରେ ସେମାନଙ୍କର ପୂର୍ବ କାର୍ଯ୍ୟ ଉପସ୍ଥାପନ କରିବାର ଅନନ୍ୟ ସୁଯୋଗ ପାଇଥିଲେ। ଏହାବ୍ୟତୀତ ଯୁବ ପ୍ରତିଭାମାନେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ମାଷ୍ଟରକ୍ଲାସ୍‌, ବାର୍ତ୍ତାଳାପ ଅଧିବେଶନ ଏବଂ ଖୋଲା ମଂଚ ଆଲୋଚନାରେ ଶିଳ୍ପ ବିଶେଷଜ୍ଞଙ୍କ ସହ ଯୋଗଦେବା ଓ ବାର୍ତ୍ତାଳାପ କରିବାର ସୁଯୋଗ ପାଇଥାନ୍ତି।

ଆଇଏଫ୍‌ଏଫ୍‌ଆଇ ସିଏମ୍‌ଓଟି
Share. Facebook Twitter LinkedIn Email WhatsApp Copy Link

Related Posts

ଯୁବମୋର୍ଚ୍ଚା ସଭାପତିଙ୍କ ବିରୋଧରେ ଥାନାରେ ଏତଲା ଦେଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ

July 23, 2025

ନୂଆଦିଲ୍ଲୀରେ ଭାରତ ଓ ନେପାଳ ମଧ୍ୟରେ ସ୍ୱରାଷ୍ଟ୍ର ସଚିବ ସ୍ତରୀୟ ଆଲୋଚନା

July 23, 2025

ପୂର୍ବାଞ୍ଚଳୀୟ ଲେଖକ ସମ୍ମିଳନୀ ଉଦଯାପିତ: ପୂର୍ବାଞ୍ଚଳୀୟ ଭାଷାର ସାହିତ୍ୟ ଖୁବ୍ ପ୍ରଭାବଶାଳୀ

July 23, 2025

ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ: ଛତିଶଗଡ଼ ସହିତ ମହାନଦୀ ଜଳବିବାଦର ଆପୋଷ ସମାଧାନ ଉପରେ ଗୁରୁତ୍ୱାରୋପ

July 23, 2025
Latest News

ଯୁବମୋର୍ଚ୍ଚା ସଭାପତିଙ୍କ ବିରୋଧରେ ଥାନାରେ ଏତଲା ଦେଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ

July 23, 2025

ମୋହନ ସରକାରଙ୍କ ବିରୋଧରେ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିଲେ କଂଗ୍ରେସ ସମର୍ଥନ କରିବ, ଭକ୍ତ ଦାସ

July 23, 2025

ନୂଆଦିଲ୍ଲୀରେ ଭାରତ ଓ ନେପାଳ ମଧ୍ୟରେ ସ୍ୱରାଷ୍ଟ୍ର ସଚିବ ସ୍ତରୀୟ ଆଲୋଚନା

July 23, 2025

ପୂର୍ବାଞ୍ଚଳୀୟ ଲେଖକ ସମ୍ମିଳନୀ ଉଦଯାପିତ: ପୂର୍ବାଞ୍ଚଳୀୟ ଭାଷାର ସାହିତ୍ୟ ଖୁବ୍ ପ୍ରଭାବଶାଳୀ

July 23, 2025

ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ: ଛତିଶଗଡ଼ ସହିତ ମହାନଦୀ ଜଳବିବାଦର ଆପୋଷ ସମାଧାନ ଉପରେ ଗୁରୁତ୍ୱାରୋପ

July 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.