Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମିଡିଆ ମହାନାୟକ ରାମୋଜୀ ରାଓଙ୍କୁ ଓଡ଼ିଶା ଗଣମାଧ୍ୟମ ପରିବାର ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ଆଜିର ଖବର

ମିଡିଆ ମହାନାୟକ ରାମୋଜୀ ରାଓଙ୍କୁ ଓଡ଼ିଶା ଗଣମାଧ୍ୟମ ପରିବାର ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

June 19, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link
ମିଡିଆ ମହାନାୟକ ରାମୋଜୀ ରାଓଙ୍କୁ ଓଡ଼ିଶା ଗଣମାଧ୍ୟମ ପରିବାର ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଭାରତୀୟ ଗଣମାଧ୍ୟମ ଓ ମନୋରଞ୍ଜନ ଜଗତକୁ ନୂଆ ଦିଗ ଦେଖାଇଥିବା ରାମୋଜୀ ରାଓଙ୍କୁ ଓଡ଼ିଶା ଗଣମାଧ୍ୟମ ପରିବାର ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ମଙ୍ଗଳବାର ଏକାଦଶାହ ଅବସରରେ ଭୁବନେଶ୍ୱର ଜୟଦେବ ଭବନଠାରେ ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ମିଡିଆ ଓ ମନୋରଞ୍ଜନ ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଈଟିଭି ଓଡ଼ିଆ ସାଟେଲାଇଟ୍ ଚ୍ୟାନେଲର ପୂର୍ବତନ ସହଯୋଗୀ, ରାମୋଜୀ ଗ୍ରୁପର କର୍ମଚାରୀ ଏବଂ ଓଡ଼ିଶାର ବିଭିନ୍ନ ଗଣମାଧ୍ୟମ ଓ ମନୋରଞ୍ଜନ ଜଗତର ବ୍ୟକ୍ତିବିଶେଷ ଏକାଠି ହୋଇଥିଲେ। ଏହି ଅବସରରେ ସ୍ୱର୍ଗତ ରାଓଙ୍କ ଅମର ଆତ୍ମାର ସଦଗତି ପାଇଁ ଗୀତା ପାଠ ସହ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ, ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ, ବରିଷ୍ଠ ପ୍ରଶାସନିକ ଅଧିକାରୀ କଲ୍ୟାଣୀ ସଂଘମିତ୍ରା, ପୂର୍ବତନ ସୂଚନା କମିଶନର ଦିଲ୍ଲୀପ ବିଷୋୟୀ, ବରିଷ୍ଠ ଅଭିନେତା କୁନା ତ୍ରିପାଠୀ, ବିଶିଷ୍ଟ ଲେଖକ ଅସିତ ମହାନ୍ତି ପ୍ରମୁଖ ଯୋଗଦେଇ ରାମୋଜୀ ରାଓଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ଏହି ଅବସରରେ ରାମୋଜୀ ରାଓଙ୍କ ଜୀବନ ଏବଂ ମିଡିଆ ଓ ମନୋରଞ୍ଜନ ଜଗତ ପ୍ରତି ତାଙ୍କର ବିଶେଷ ଅବଦାନକୁ ନେଇ ପ୍ରସ୍ତୁତ ଏକ ସ୍ୱତନ୍ତ୍ର ଭିଡିଓ ପ୍ରଦର୍ଶନ କରାଯାଇଥିଲା। ଏହା ସହ ରାମୋଜୀ ରାଓଙ୍କ ସ୍ମୃତିରେ ପ୍ରସ୍ତୁତ ନ୍ୟୁଜ ଲେଟର ଲୋକାର୍ପଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ରାମୋଜୀ ରାଓଙ୍କର ଏକ ଲାଇଭ୍ ପେଣ୍ଟିଂ କରାଯାଇଥିଲା। ଯୁବ ଚିତ୍ରଶିଳ୍ପୀ ସୁଶାନ୍ତ ସିଂସାମନ୍ତ ଏବଂ ମାନଗୋବିନ୍ଦ ପୁହାଣଙ୍କ ଦ୍ୱାରା ପ୍ରସ୍ତୁତ ଏହି ଲାଇଭ୍ ପେଣ୍ଟିଂ ଶ୍ରଦ୍ଧାଞ୍ଜଳି ସଭାର ପ୍ରମୁଖ ଆକର୍ଷଣ ହୋଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ଈଟିଭିର ପୂର୍ବତନ ସହଯୋଗୀ ତଥା ଓଡ଼ିଶା ରାଜ୍ୟ ଖାଦ୍ୟ କମିଶନଙ୍କ ସଦସ୍ୟ ଦୟାନିଧି ଦାଶ, ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ମିଶ୍ର, କେଦାର ମିଶ୍ର, ଶିଶିର ଭଟ୍ଟମିଶ୍ର, ଅର୍ଦ୍ଧେନ୍ଦୁ ଦାସ, ଭକ୍ତ ତ୍ରିପାଠୀ, ମାୟାଧର ପ୍ରଧାନ, ରାଧାମାଧବ ମିଶ୍ର, ଅପୂର୍ବ ମହାନ୍ତି, କପିଳାସ ଭୂୟାଁ, ଲିଙ୍ଗରାଜ ମିଶ୍ର, ଶରତ ପାଇକରାୟ, ଦୁର୍ଗାଶିଷ, ଅଶୋକ ସାହୁ, ପ୍ରଣତି ପରିଡ଼ା, ସୌମ୍ୟା ପରିଡ଼ା, ମୌସୁମୀ ମହାନ୍ତି, ମୃଣାଳକାନ୍ତି ନନ୍ଦ ପ୍ରମୁଖ ଯୋଗଦେଇ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ସେହିପରି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ବହୁ ଅଭିନେତା, ଅଭିନେତ୍ରୀ, ନିର୍ଦ୍ଦେଶକ, ପ୍ରଯୋଜକ ଏବଂ ଟେକନିସିଆନମାନେ ଯୋଗଦେଇ ସ୍ୱର୍ଗତ ରାଓଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଏହି ଅବସରରେ ଗଣମାଧ୍ୟମ ଏବଂ ମନୋରଞ୍ଜନ ଦୁନିଆର ବ୍ୟକ୍ତିମାନେ ଏକାଠି ହୋଇ ରାମୋଜୀ ରାଓଙ୍କୁ ସ୍ମରଣ କରିବା ସହ ଈଟିଭି ନେଟୱର୍କରେ କାମ କରିବାର ଦିନକୁ ମନେପକାଇଥିଲେ।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ରାମୋଜୀ ରାଓଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିବାରୁ, ଈଟିଭି ପରିବାରର ପୂର୍ବତନ ସଦସ୍ୟ ଏବଂ ଓଡ଼ିଶା ଗଣମାଧ୍ୟମ ଓ ମନୋରଞ୍ଜନ ଜଗତର ବ୍ୟକ୍ତିବିଶେଷଙ୍କୁ କୃତଜ୍ଞତା ଜଣାଇଛନ୍ତି କାର୍ଯ୍ୟକ୍ରମର ଆବାହକ ତଥା ବରିଷ୍ଠ ସାମ୍ବାଦିକ ନୀଳାମ୍ବର ରଥ।

ଏହି ଅବସରରେ ଜୟଦେବ ଭବନଠାରେ ଭଜନ କାର୍ଯ୍ୟକ୍ରମ କରାଯାଇଥିଲା। ବରିଷ୍ଠ ସାମ୍ବାଦିକ ସଂଗ୍ରାମ ଷଡ଼ଙ୍ଗୀ ଏବଂ ଇତିଶ୍ରୀ ନାୟକ ମଞ୍ଚ ସଂଚାଳନ କରିଥିଲେ।

ପ୍ରିଣ୍ଟ୍, ଟେଲିଭିଜନ, ସିନେମା, ପର୍ଯ୍ୟଟନ ଏବଂ ବିଭିନ୍ନ କ୍ଷେତ୍ରରେ ସଫଳ ଉଦ୍ୟୋଗ ପ୍ରତିଷ୍ଠା କରି ରାମୋଜୀ ରାଓ ଏକ ବିଶାଳ ଅନୁଷ୍ଠାନ ଠିଆ କରିଥିଲେ। ବିଶେଷକରି, ଗତ ୫ ଦଶନ୍ଧି ଧରି ବିଭିନ୍ନ ମାଧ୍ୟମରେ ସାମ୍ବାଦିକତାର ପ୍ରସାର କ୍ଷେତ୍ରରେ ସେ ଏକ ବଳିଷ୍ଠ ଭୂମିକା ଗ୍ରହଣ କରିଥିଲେ। ବିଭିନ୍ନ ଆଞ୍ଚଳିକ ଭାଷାରେ, ଟେଲିଭିଜନ ଚ୍ୟାନେଲ ଆରମ୍ଭକରି ରାମୋଜୀ, ଈଟିଭିକୁ ଦେଶର ସବୁଠାରୁ ବଡ଼ ନେଟୱର୍କ ଭାବେ ପ୍ରତିଷ୍ଠା କରିପାରିଥିଲେ।

୨୦୦୨ ମସିହାରେ ରାମୋଜୀ ରାଓ ଓଡ଼ିଶାକୁ ଭେଟି ଦେଇଥିଲେ ରାଜ୍ୟର ପ୍ରଥମ ଘରୋଇ ସାଟେଲାଇଟ୍ ଚ୍ୟାନେଲ୍ ‘ଈଟିଭି ଓଡ଼ିଆ’। ଏଥିରେ ଦେଶ ବିଦେଶର ଖବର ସହିତ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ପ୍ରସାରିତ ହେଉଥିଲା। ଓଡ଼ିଶାର ଘରେ ଘରେ ଈଟିଭି ଓଡ଼ିଆ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ବିଶେଷକରି ଓଡ଼ିଶାରେ ଟେଲିଭିଜନ୍ ସାମ୍ବାଦିକତା ଏବଂ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମର ପ୍ରସ୍ତୁତି ଓ ପ୍ରସାରଣ କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆଣିଥିଲା ଈଟିଭି ଓଡ଼ିଆ।

ଇଟିଭି ଓଡିଆ ରାମୋଜୀ ରାଓ
Share. Facebook Twitter LinkedIn Email WhatsApp Copy Link

Related Posts

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ କଲେ ସ୍ବାଗତ

February 2, 2026
Latest News

ଭାରତ ଉପରେ ଶୁଳ୍କ ହ୍ରାସ କଲା ଆମେରିକା: ମୋଦିଙ୍କ ସହ ଫୋନ୍ କଲ୍ ପରେ ଟ୍ରମ୍ପଙ୍କ ବଡ ଘୋଷଣା

February 2, 2026

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ କଲେ ସ୍ବାଗତ

February 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.