ବିଜେପି ସାଂସଦ ତଥା ଟେଲିକମ୍ ମନ୍ତ୍ରାଳୟ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଦଳୀୟ ସାଂସଦ ରାଜୀବ ପ୍ରତାପ ରୁଡ୍ଡୀ ବିରୋଧ କରିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଟେଲିକମ୍ ସଂସ୍ଥା ମାଗଣା ସେବା ପ୍ରଦାନ କରାଯିବା ଉଚିତ୍ କି ନାହିଁ ବୋଲି ଏକ ପ୍ରଶ୍ନ ଉପରେ ପ୍ରସାଦଙ୍କ ଉତ୍ତରକୁ ରୁଡ୍ଡୀ ସମାଲୋଚନା କରିଥିଲେ। ପ୍ରଶ୍ନକାଳ ସମୟରେ ପ୍ରସାଦ କହିଥିଲେ କି ବନ୍ୟା ଏବଂ ବାତ୍ୟା ସମୟରେ କେବଳ ସରକାରଙ୍କ ଦ୍ବାରା ପରିଚାଳିତ ବିଏସ୍ଏନ୍ଏଲ୍ ଏବଂ ଏମ୍ଟିଏନ୍ଏଲ୍ ମାଗଣା ସେବା ପ୍ରଦାନ କରିପାରିବେ। ତୁରନ୍ତ ରାଜୀବ ପ୍ରତାପ ରୁଡ୍ଡୀ ଏହାକୁ ସମାଲୋଚନା କରିଥିଲେ ଏବଂ ଘରୋଇ ସେବା ପ୍ରଦାନକାରୀ କମ୍ପାନୀ ଗୁଡିକ ମଧ୍ୟ ମାଗଣା ସେବା ଯୋଗାଇବାକୁ ବାଧ୍ୟ ବୋଲି କହିଥିଲେ। ଏହାର ଉତ୍ତରରେ ପ୍ରସାଦ କହିଥିଲେ କି ଘରୋଇ କମ୍ପାନୀ ଗୁଡିକ କିଛି ଦିନ ପାଇଁ ମାଗଣା ସେବା ପ୍ରଦାନ କରିବେ ମାତ୍ର ପ୍ରାକୃତିକ ବିପର୍ଯ୍ୟୟ ଶେଷ ନହେବା ପର୍ଯ୍ୟନ୍ତ ସରକାରୀ ସଂସ୍ଥାନ ଗୁଡିକ ମାଗଣା ସେବା ଯୋଗାଇବେ।
Tags: