ବିଜ୍ଞାନ ଶିକ୍ଷା ଡିପ୍ଲୋମାରେ ନାମଲେଖା: ଆବେଦନର ଶେଷ ତାରିଖ ଜୁନ ୩୦

Published: Jun 24, 2024, 12:39 pm IST

ଭୁବନେଶ୍ୱର: ଏନ.ସି.ଇ.ଆର.ଟି ଅନ୍ତର୍ଗତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର ଆନୁକୂଲ୍ୟରେ ପ୍ରତିବର୍ଷ ଭଳି ଚଳିତବର୍ଷ ବିଜ୍ଞାନ ଶିକ୍ଷା ଡିପ୍ଲୋମା କୋର୍ସ Diploma Programme in Science Education (DPSE) ରେ ନାମଲେଖା ପାଇଁ ଆବେଦନ ପତ୍ର ଗ୍ରହଣ କରାଯାଉଛି।  ବିଜ୍ଞାନରେ ସ୍ନାତକ ଯୋଗ୍ୟତା ଥିବା ବିଜ୍ଞାନ ଶିକ୍ଷକ, ବିଜ୍ଞାନ ଶିକ୍ଷାରେ ରୁଚି ରଖୁଥିବା ବ୍ୟକ୍ତି ବିଶେଷ, ବିଜ୍ଞାନ ଗବେଷକ ଗବେଷିକା, ବିଜ୍ଞାନ ଶିକ୍ଷାକୁ ଵୃତ୍ତି କରୁଥିବା ଯେ କୌଣସି ଆଗ୍ରହୀ ବ୍ୟକ୍ତି ଏଥିପାଇଁ ଆବେଦନ କରିପାରିବେ। ଏହାର କୌଣସି ବୟସ ସୀମାନାହିଁ।  ସବିଶେଷ ବିବରଣୀ ପାଇଁ www.riebbs.ac.in ରେ ଲଗ ଇନ କରିପାରିବେ।

ଆବେଦନର ଶେଷ ତାରିଖ ଚଳିତ ମାସ ୩୦ ତାରିଖ। ଆବେଦନ କରିଥିବା ବ୍ୟକ୍ତିବିଶେଷ ମାନକୁ ଏକ ଅନଲାଇନ ପରୀକ୍ଷା ମାଧ୍ୟମରେ ଚୟନ କରାଯିବ ବୋଲି ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଡିନ ପ୍ରଫେସର ମାନସୀ ଗୋସ୍ୱାମୀ ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି।

Related posts