Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମ୍ବିଧାନର ନକଲ ଧରି କାହିଁକି ସଂସଦରେ ପହଞ୍ଚିଲେ ‘INDIA’ ଦଳର ସାଂସଦ?: କାରଣ କହିଲେ ରାହୁଲ ଗାନ୍ଧୀ
ଆଜିର ଖବର

ସମ୍ବିଧାନର ନକଲ ଧରି କାହିଁକି ସଂସଦରେ ପହଞ୍ଚିଲେ ‘INDIA’ ଦଳର ସାଂସଦ?: କାରଣ କହିଲେ ରାହୁଲ ଗାନ୍ଧୀ

June 24, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ୧୮ ତମ ଲୋକସଭାର ପ୍ରଥମ ଅଧିବେଶନ ଆଜି ହଙ୍ଗାମା ସହିତ ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭ ପୂର୍ବରୁ ମଧ୍ୟ ଇଣ୍ଡିଆ ମେଣ୍ଟର ସାଂସଦମାନେ ସେମାନଙ୍କ ହାତରେ ସମ୍ବିଧାନର ନକଲ ନେଇ ବିରୋଧ କରିବାକୁ ବାହାରିଥିଲେ। ବିରୋଧୀ ସାଂସଦମାନେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ସ୍ଲୋଗାନ ଦେଉଥିଲେ।

ଏହି ପ୍ରତିବାଦ ସମ୍ପର୍କରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ଏବଂ ଅମିତ ଶାହା ଜୀ ସମ୍ବିଧାନ ଉପରେ ଯାହା କରୁଛନ୍ତି ତାହା ଆମ ପାଇଁ ଗ୍ରହଣୀୟ ନୁହେଁ। ସେମାନେ ଯାହା ଚାହୁଁଛନ୍ତି ତାହା ଆମେ ଅନୁମତି ଦେବୁ ନାହିଁ, ସେଥିପାଇଁ ଆଜି ଆମେ ଶପଥ ଗ୍ରହଣ କରିବାବେଳେ ସମ୍ବିଧାନର ଏକ ନକଲ ଧରି ଆସିଛୁ।

ରାହୁଲ ଗାନ୍ଧୀ ଏଠାରେ ମଧ୍ୟ ଅଟକି ନଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ, କୌଣସି ଶକ୍ତି ଭାରତର ସମ୍ବିଧାନକୁ ସ୍ପର୍ଶ କରିପାରିବ ନାହିଁ। ଆମେ ଏଥିରେ କୌଣସି ପରିବର୍ତ୍ତନ କରିବାକୁ ଦେବୁ ନାହିଁ। ରାହୁଲ ଗାନ୍ଧୀଙ୍କ ବ୍ୟତୀତ ସମସ୍ତ କଂଗ୍ରେସ ସାଂସଦ ବିଜେପି ସରକାରକୁ ବିରୋଧ କରିଥିଲେ।

ପିଏମ ମୋଦୀଙ୍କ ଉପରେ ମଧ୍ୟ ବର୍ଷିଲେ ମଲ୍ଲିକାର୍ଜୁନ ଖଡ଼ଗେ:

ଏହି ପ୍ରତିବାଦ ସମ୍ପର୍କରେ କଂଗ୍ରେସ ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ, “ନରେନ୍ଦ୍ର ମୋଦୀ ଜୀ ସମ୍ବିଧାନ ଭାଙ୍ଗିବାକୁ ଚେଷ୍ଟା କରିଥିଲେ, ସେଥିପାଇଁ ଆଜି ସମସ୍ତ ଦଳର ନେତା ଏକାଠି ହୋଇ ବିରୋଧ କରୁଛନ୍ତି। ଯେଉଁଠାରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଥିଲା, ଏହାକୁ ହଟାଇ ଦିଆଯାଇଛି। ବାବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ମଧ୍ୟ ହଟାଇଦିଆଯାଇଛି। ସେମାନେ ସମସ୍ତ ଗଣତାନ୍ତ୍ରିକ ନିୟମ ଭାଙ୍ଗୁଛନ୍ତି। ତେଣୁ ଆଜି ଆମେ ଦେଖାଇବାକୁ ଚାହୁଁଛୁ ଯେ, ମୋଦୀ ଜୀ, ଆପଣ ସମ୍ବିଧାନ ଅନୁଯାୟୀ ଆଗକୁ ବଢିବା ଆବଶ୍ୟକ।

ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ ମଧ୍ୟ ପ୍ରୋଟେମ ବାଚସ୍ପତି ପ୍ରସଙ୍ଗରେ ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, “ଆମେ ଏହାକୁ ବିରୋଧ କରୁଛୁ। କାରଣ ସମ୍ବିଧାନର ନିୟମ ଉଲ୍ଲଂଘନ କରାଯାଇଛି। ପ୍ରୋଟେମ୍ ସ୍ପିକରଙ୍କୁ ଯେଉଁଭଳି ଭାବେ ନିଯୁକ୍ତି ଦିଆଯାଇଛି ତାହା ସାମ୍ବିଧାନିକ ବ୍ୟବସ୍ଥାର ସ୍ପଷ୍ଟ ଉଲ୍ଲଂଘନ।”

18th Lok Sabha india Lok Sabha PM Narendra Modi
Share. Facebook Twitter LinkedIn Email WhatsApp Copy Link

Related Posts

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026
Latest News

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.