Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରମେଶ ରାଉତଙ୍କ ନୂଆ ଚଳଚ୍ଚିତ୍ରର ଟାଇଟଲ ଘୋଷଣା
ଆଜିର ଖବର

ରମେଶ ରାଉତଙ୍କ ନୂଆ ଚଳଚ୍ଚିତ୍ରର ଟାଇଟଲ ଘୋଷଣା

June 25, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଏସ.ଏମ ଏଣ୍ଟରଟେନମେଣ୍ଟ ଏବଂ ଆମର ଷ୍ଟୁଡିଓଜ୍ ର ପ୍ରଥମ ଅବଦାନ, ଚଳଚ୍ଚିତ୍ର – “କାନତରାଟି” ‘ଦ କଣ୍ଟ୍ରାକ୍ଟର’ ର ଟାଇଟଲ ଭୁବନେଶ୍ୱର ସ୍ଥିତ ଏକ ହୋଟେଲରେ ଘୋଷଣା ହୋଇଯାଇଛି। ଜଗନ୍ନାଥ ପଟ୍ଟନାୟକ ଦିଗଦର୍ଶକ ଥିବା ବେଳେ ପ୍ରଯୋଜିକା ଭାବେ ଶ୍ରାବଣୀ ପଟ୍ଟନାୟକ ଅଛନ୍ତି।

ସାଇକୋ, ଥ୍ରୀଲର ସହିତ ଜଣେ ସିରିଏଲ କିଲରର କାହାଣୀକୁ ନେଇ ନିର୍ମାଣ ହେବାକୁ ଯାଉଛି ଚଳଚ୍ଚିତ୍ର କାନତରାଟି। ଯାହାର ନିର୍ଦ୍ଦେଶନା ଦେବେ ନିର୍ଦ୍ଦେଶକ ରମେଶ ରାଉତ।  ବିଗତ ଦିନ ମାନଙ୍କରେ ନିର୍ଦ୍ଦେଶକ ରମେଶ ରାଉତ ଗଡ୍ ଫାଦର, ଚାନ୍ଦ ନା ତୁମେ ତାରା, କାବୁଲା ବାର ବୁଲା, ଟୋକାଟା ଫଶି ଗଲା ଏବଂ ତୋର ମୋର କଟି ଭଳି ସମୁଦାୟ ୨୭ ଟି ବହୁଭାଷୀ ଚଳଚ୍ଚିତ୍ର ନିର୍ଦ୍ଦେଶନା ଦେଇ ସାରିଛନ୍ତି।

ତେବେ ଘୋଷଣା ହୋଇଥିବା ଚଳଚ୍ଚିତ୍ର କାନତରାଟି ରେ ଅଭିନୟରେ ଓଲିଉଡ଼ର ବଛା ବଛା ଅଭିନେତା ଅଭିନେତ୍ରୀ ଯଥା – ଦେବେଶ ରଞ୍ଜନ, ସୂର୍ଯ୍ୟମୟୀ, ତାପସ ସରଘରିଆ ଏବଂ ବିଭାସ ଙ୍କ ସମେତ ଅନେକ କଳାକାର ରହିଛନ୍ତି। ଏହି ଚଳଚ୍ଚିତ୍ରର କାହାଣୀ ରମେଶ ରାଉତ ରଚନା କରିଛନ୍ତି, ଚିତ୍ରନାଟ୍ୟ ରମେଶ ରାଉତ ଙ୍କ ସହିତ ନିଶାନ୍ତ ମଜିଠିଆ ଏବଂ ସଂଳାପ ନିଶାନ୍ତ ମଜିଠିଆ ଲେଖିଛନ୍ତି। ପୂର୍ବରୁ ନିଶାନ୍ତ ଗୋଟିଏ ଟିଭି ସିନେମା ଏବଂ ୬ ଟି ୱେବ ସିରିଜ୍ ର ସଂଳାପ ଲେଖି ଦର୍ଶକଙ୍କ ପସନ୍ଦର ସଂଳାପକାର ହୋଇପାରିଛନ୍ତି।

ଚଳଚ୍ଚିତ୍ରର ଚିତ୍ରତ୍ତୋଳନ ଦାୟିତ୍ୱ ବିଶ୍ୱଜିତ କୁଲଡି ଏବଂ ସମ୍ପାଦନା ପିଣ୍ଟୁ ନାୟକ ନେଇଛନ୍ତି।  ସଙ୍ଗୀତ ନିର୍ଦ୍ଦେଶନା ଅଭିଜିତ ମଜୁମଦାର ଦେଇଛନ୍ତି। କ୍ରି୍ଏଟିଭ ହେଡ଼ ଅଛନ୍ତି ରୀତିଶ ପରିଡା। ଟାଇଟିଲ ଘୋଷଣା ଉତ୍ସବ ରେ ପ୍ରଯୋଜିକା, ନିର୍ଦ୍ଦେଶକ, ସଙ୍ଗୀତ ନିର୍ଦ୍ଦେଶକ, ସଂଳାପକାର ଙ୍କ ସମେତ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ, ଜ୍ୟୋତିର୍ମୟୀ, ତାପସ ସରଘରୀୟା, ଟୁଟୁ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସାଧାରଣ ନିର୍ବାଚନ ଋତୁ ଶେଷ ହେବା ପରେ ଓଲିଉଡ଼ରେ ସିନେମା ଋତୁ ଆରମ୍ଭ ହୋଇଯାଇଛି। ରାଜ୍ୟ ରାଜନୀତିରେ ଯେମିତି ପରିବର୍ତ୍ତନ ଆସିଛି ଠିକ ସେମିତି ଓଡ଼ିଆ ଚଳଚ୍ଚିତ୍ରର ଧାରା ମଧ୍ୟ ପରିବର୍ତ୍ତନ ହୋଇଯାଇ,ଛି ଯାହା ଫଳରେ ଦର୍ଶକ ଏବେ ପ୍ରେକ୍ଷାଳୟ ମୁହାଁ ହେଉଛନ୍ତି।

ଚଳଚ୍ଚିତ୍ରର ଟାଇଟଲରୁ ଜାଣିପଡ଼ୁଛି ଏହା ନିଶ୍ଚିତ ଭାବେ ପାରମ୍ପରିକ ପାରିବାରିକ କାହାଣୀ ଠୁ ଟିକେ ନିଆରା ହୋଇଥିବ।

Share. Facebook Twitter LinkedIn Email WhatsApp Copy Link

Related Posts

ପରବର୍ତ୍ତୀ ବିଶ୍ୱକପ୍ ଜିତିବା ପାଇଁ ପ୍ରସ୍ତୁତ ହେଉଛନ୍ତି ଗୌତମ ଗମ୍ଭୀର: ଜାଣନ୍ତୁ କ’ଣ କହିଲେ ମୁଖ୍ୟ ପ୍ରଶିକ୍ଷକ?

March 10, 2026

ଡାଇରିଆର ତ୍ୱରିତ ନିଦାନ ଲାଗି ବିକଶିତ ହେବ ସ୍ୱଦେଶୀ କିଟ୍

March 10, 2026

ଓଡ଼ିଶାରେ ଆୟୋଜିତ ହେବ ଫିଟ୍ ଇଣ୍ଡିଆ କାର୍ନିଭାଲ- ୨୦୨୬

March 10, 2026

ଖୋର୍ଦ୍ଧା ଜିଲ୍ଲା ସରକାରୀ କର୍ମଚାରୀ ସାଂସ୍କୃତିକ ପରିଷଦ ଉପଦେଷ୍ଟା ମଣ୍ଡଳୀ ବୈଠକ

March 10, 2026
Latest News

ପରବର୍ତ୍ତୀ ବିଶ୍ୱକପ୍ ଜିତିବା ପାଇଁ ପ୍ରସ୍ତୁତ ହେଉଛନ୍ତି ଗୌତମ ଗମ୍ଭୀର: ଜାଣନ୍ତୁ କ’ଣ କହିଲେ ମୁଖ୍ୟ ପ୍ରଶିକ୍ଷକ?

March 10, 2026

“ଏଲପିଜି ଉତ୍ପାଦନ ବୃଦ୍ଧି କର”: କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦେଲେ  ସରକାର

March 10, 2026

ଡାଇରିଆର ତ୍ୱରିତ ନିଦାନ ଲାଗି ବିକଶିତ ହେବ ସ୍ୱଦେଶୀ କିଟ୍

March 10, 2026

ଓଡ଼ିଶାରେ ଆୟୋଜିତ ହେବ ଫିଟ୍ ଇଣ୍ଡିଆ କାର୍ନିଭାଲ- ୨୦୨୬

March 10, 2026

‘ସବ୍‌କା ସାଥ୍‌ ସବ୍‌କା ବିକାଶ-ଲୋକଙ୍କ ଆକାଂକ୍ଷା ପୂରଣ’ ବିଷୟ ଉପରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

March 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.