ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର ବ୍ୟକ୍ତିଙ୍କ ମୃତ୍ୟୁ

Published: Jun 25, 2024, 12:21 pm IST

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତକାଲି ପୁର୍ବାହ୍ନରେ ବ୍ରହ୍ମପୁର ଲାଞ୍ଜିପଲୀ ଜାତୀୟ ରାଜପଥ କଡ଼ରେ ମୁର୍ମୁଷୁ ଅବସ୍ଥାରେ ପଡ଼ିଥିବା ଜଣେ ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ପ୍ରକାଶ ଥାଉକି ମୃତ ବ୍ୟକ୍ତିଙ୍କ ନାମ ଧନେଶ୍ଵର ମହାପାତ୍ର ଓ ଲାଞ୍ଜିପଲୀ ଚନ୍ଦନ ନଗରରେ ତାଙ୍କର ଘର। ସେ ପ୍ରତ୍ୟେକ ଦିନ ପ୍ରାତଃ ଭ୍ରମଣରେ ଘରୁ ବାହାରି ଯାଆନ୍ତି। କିନ୍ତୁ ଗତକାଲି ସେ ସକାଳୁ ଯାଇ ଘରକୁ ଫେରିଥିଲେ। ଏହା ମଧ୍ୟରେ ସେ ହୃଦଘାତରେ ଆକ୍ରମଣ ହୋଇ ରାସ୍ତା କଡରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କରି ବଡ ଡାକ୍ତରଖାନାକୁ ପଠାଇଥିଲେ।

ଖବର ପାଇ ଧନେଶ୍ଵରଙ୍କ ପୁଅ ବଡ଼ ଡ଼ାକ୍ତରଖାନାରେ ପହଞ୍ଚି ବାପାଙ୍କ ଶବ ଚିହ୍ନଟ କରିଥିଲେ। ସେପଟେ ପୋଲିସ ଡାକ୍ତରଖାନାରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ।

Related posts