ଅରବିନ୍ଦ କେଜ୍ରିୱାଲଙ୍କୁ ବଡ଼ ଝଟକା, ସୁପ୍ରିମକୋର୍ଟଙ୍କ ଶୁଣାଣି ପୂର୍ବରୁ ଗିରଫ କଲା ସିବିଆଇ

Published: Jun 26, 2024, 11:54 am IST

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି ସିବିଆଇ ଗିରଫ କରିଛି। ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ଗିରଫ କରାଯାଇଛି। ସିବିଆଇ କେଜ୍ରିୱାଲଙ୍କୁ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରେ ହାଜର କରିଥିଲା, ​​ଯେଉଁଠାରେ ଆମ୍ ଆଦମୀ ପାର୍ଟି (ଏଏପି) ମୁଖ୍ୟଙ୍କୁ ଜେରା ପାଇଁ ତଦନ୍ତକାରୀ ସଂସ୍ଥା ତାଙ୍କ ହେପାଜତ ମାଗିଥିଲା। ସିବିଆଇ ଅଧିକାରୀମାନେ ମଙ୍ଗଳବାର ଦିନ ସନ୍ଧ୍ୟାରେ ତିହାର ଜେଲରେ କେଜ୍ରିୱାଲଙ୍କୁ ମଧ୍ୟ ଜେରା କରିଥିଲେ।

କେଜ୍ରିୱାଲଙ୍କ ଗିରଫ ଏକ ସମୟରେ ଆସିଛି, ଯେତେବେଳେ ସୁପ୍ରିମକୋର୍ଟରେ ତାଙ୍କର ଏକ ଆବେଦନ ଶୁଣାଣି ହେଉଛି। ଏହି ଆବେଦନ ମାଧ୍ୟମରେ ଦିଲ୍ଲୀ ସିଏମ ଦିଲ୍ଲୀ ହାଇକୋର୍ଟଙ୍କ ଜାମିନ ଆଦେଶରେ ରହିତାଦେଶକୁ ଚ୍ୟାଲେଞ୍ଜ କରିଛନ୍ତି। ପ୍ରକୃତରେ, ଦିଲ୍ଲୀର ଏକ ନିମ୍ନ ଅଦାଲତ କେଜ୍ରିୱାଲଙ୍କୁ ଜୁନ୍ ୨୦ ତାରିଖରେ ଜାମିନ ପ୍ରଦାନ କରିଥିଲେ, ଯାହାକି ହାଇକୋର୍ଟଙ୍କ ଦ୍ଵାରା ସ୍ଥଗିତ ରହିଛି।

Related posts