ଏହି ଭୟ ଯୋଗୁଁ ନୀତୀଶ କୁମାର ମାଗିଲେ ନାହିଁ ବଡ଼ ମନ୍ତ୍ରଣାଳୟ! ପ୍ରଶାନ୍ତ କିଶୋରଙ୍କ ଦାବି

Published: Jun 28, 2024, 8:44 am IST

ନୂଆଦିଲ୍ଲୀ: କ୍ରମାଗତ ତୃତୀୟ ଥର ପାଇଁ କେନ୍ଦ୍ରରେ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) ସରକାର ଗଠନ କରାଯାଇଛି, ଯେଉଁଥିରେ ଜନତା ଦଳ ୟୁନାଇଟେଡ୍ (ଜେଡିୟୁ) କିଙ୍ଗ ମେକର ଭୂମିକାରେ ଅଛି। ଏହା ସତ୍ତ୍ୱେ ନୀତୀଶ କୁମାରଙ୍କ ଦଳ କେନ୍ଦ୍ରରେ କୌଣସି ପ୍ରମୁଖ କ୍ୟାବିନେଟ ପାଇନାହିଁ। ଚର୍ଚ୍ଚା ହେଉଥିଲା ଥିଲା ଯେ, ଜେଡିୟୁ ବାଚସ୍ପତି ପଦବୀ ଦାବି କରିପାରେ, କିନ୍ତୁ ତାହା ହୋଇ ନଥିଲା। ଏହି ସମୟରେ ଜନସୁରାଜର ପ୍ରତିଷ୍ଠାତା ତଥା ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର କହିଛନ୍ତି ଯେ, ନୀତୀଶ କୁମାର କାହିଁକି କୌଣସି ବଡ ପଦବୀ ଦାବି କରୁନାହାଁନ୍ତି?

ନୀତୀଶ କୁମାର କାହିଁକି ବଡ଼ ମନ୍ତ୍ରଣାଳୟ ମାଗିଲେ ନାହିଁ?:

ଏକ ସମାବେଶକୁ ସମ୍ବୋଧିତ କରି ପ୍ରଶାନ୍ତ କିଶୋର କହିଛନ୍ତି ଯେ, “ଯଦି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଚାହାଁନ୍ତି, ତେବେ ବିହାରର ପ୍ରତ୍ୟେକ ଜିଲ୍ଲାରେ କାରଖାନା ପ୍ରତିଷ୍ଠା ନହେବା ପର୍ଯ୍ୟନ୍ତ ସେ ସମର୍ଥନ କରିବେ ନାହିଁ ବୋଲି ଦାବି କରିପାରିବେ, କିନ୍ତୁ ସେ ଦାବି କରି ନାହାଁନ୍ତି। କିଛି ଲୋକ କହିଛନ୍ତି ଯେ, ଏକ ବଡ ମନ୍ତ୍ରଣାଳୟ ମାଗିବେ। କିନ୍ତୁ ନୀତୀଶ କୁମାର ଜାଣନ୍ତି ଯେ, ଯଦି ଜଣେ ବ୍ୟକ୍ତି ବଡ ମନ୍ତ୍ରୀ ହୁଅନ୍ତି ତେବେ ଦଳରେ ପ୍ରତିଯୋଗିତା ହେବ। ନୀତୀଶ କୁମାର କେବଳ ଗୋଟିଏ କଥା ମାଗିଛନ୍ତି ଯେ, ସେ ୨୦୨୫ ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ରହିବେ।

Related posts