ଭାରତର ଉତ୍ପାଦ ଶୁଳ୍କ ବୃଦ୍ଧି ଅଗ୍ରହଣୀୟ : ଟ୍ରମ୍ପ

Published: Jun 27, 2019, 11:06 am IST

ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଭିନ୍ନ ଆମେରିକୀୟ ଉତ୍ପାଦ ଉପରେ ଶୁଳ୍କ ବୃଦ୍ଧିକୁ ନାପସନ୍ଦ କରିଛନ୍ତି। ଜାପାନର ଓସାକାରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପୂର୍ବରୁ ଟ୍ବିଟ୍ କରି ଟ୍ରମ୍ପ ଏହି ସୂଚନା ଦେଇଛନ୍ତି। ଭାରତ ପକ୍ଷରୁ ଆମଦାନୀ କରାଯାଉଥିବା କୃଷି ଉତ୍ପାଦ ସମେତ ୨୮ଟି ଦ୍ରବ୍ୟ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କରାଯାଇଥିଲା। ଏହା ଦ୍ୱାରା ଆମେରିକାକୁ ଭାରତରେ ନିଜ ଦ୍ରବ୍ୟ ବିକ୍ରି କରିବାକୁ ହେଲେ ଅଧିକ ଟିକସ ଦେବାକୁ ପଡିବ। ସୂଚନାଯୋଗ୍ୟ ଯେ ପୂର୍ବ ଆର୍ଥିକ ବର୍ଷରେ ଭାରତର ଆମେରିକାରୁ ରପ୍ତାନୀ ମୂଲ୍ୟ ୪୭.୯ ମିଲିୟନ୍‌ ଡଲାର ରହିଥିଲା। ଏହି ସମୟରେ ୨୬.୭ ମିଲିୟନ୍‌ ଡଲାରର ଆମଦାନୀ ହୋଇଥିଲା। ଏବେ ଏହି ନିଷ୍ପତ୍ତି ଫଳରେ ଦେଶକୁ ୨୧.୭ ମିଲିୟନ୍‌ ଡଲାରର ଅତିରିକ୍ତ ରାଜସ୍ୱ ମିଳିବ। ଏହା ସହିତ ଭାରତର ଟ୍ରାଫିକ୍‌ ବ୍ୟବସ୍ଥାକୁ ମଧ୍ୟ ଟ୍ରମ୍ପ ସମାଲୋଚନା କରିବା ସହିତ ଏହି ଦୁଇ ସମସ୍ୟା ନେଇ ମୋଦିଙ୍କ ସହିତ ଆଲୋଚନା କରିବେ ବୋଲି ସ୍ପଷ୍ଟ କରିଛନ୍ତି।

Related posts