Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତ ହେଲା ବିଶ୍ଵ ବିଜେତା: ଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ହରାଇଲା ରୋହିତ ବାହିନୀ
ଆଜିର ଖବର

ଭାରତ ହେଲା ବିଶ୍ଵ ବିଜେତା: ଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ହରାଇଲା ରୋହିତ ବାହିନୀ

June 29, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦୀର୍ଘ ୧୭ ବର୍ଷର ସ୍ଵପ୍ନ ସାକାର ହୋଇଛି। ଭାରତ ବିଶ୍ଵ କ୍ରିକେଟରେ ନୂଆ ଚମ୍ପିୟାନ ହୋଇଛି। ଦକ୍ଷିଣ ଆଫ୍ରିକାକୁ ହରାଇ ରୋହିତ ବାହିନୀ ବିଶ୍ଵ ବିଜେତା ହୋଇଛି। ଭାରତକୁ ବିଶ୍ଵ ବିଜେତା କରିବାରେ ମୁଖ୍ୟ ଭୂମିକା ବିରାଟ କୋହିଲି, ହାର୍ଦ୍ଧିକ ପାଣ୍ଡ୍ୟା, ଜସପ୍ରିତ ବୁମରାହ, ଅର୍ଶଦୀପ ସିଂ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ବିରାଟ କୋହିଲିଙ୍କୁ ଶ୍ରେଷ୍ଠ ଖେଳାଳି ଭାବେ ବିବେଚନା କରାଯାଇଥିଲା। ସେ ଟିମ ଇଣ୍ଡିଆ ପକ୍ଷରୁ ସର୍ବାଧିକ ୭୬ ରନ କରିଥିଲେ। ତେବେ ଅକ୍ସର ପଟେଲ ଏକ ଉପଯୋଗୀ ପାଳି ଖେଳିଥିଲେ। ସେ ୩୧ ବଲରେ ୪୭ ରନର ଏକ ଆକ୍ରମଣାତ୍ମକ ପାଳି ଖେଳିଥିଲେ।

ବୋଲିଂ ବିଭାଗରେ ହାର୍ଦିକ ପାଣ୍ଡ୍ୟା ଅବିଶ୍ଵସନୀୟ ପାଳି ଖେଳିଥିଲେ। ସେ ୩ ଓଭରରେ ୨୦ ରନ ଦେଇ ୩ ଟି ୱିକେଟ ନେଇଥିଲେ। ସେହିଭଳି ଜସପ୍ରିତ ବୁମରାହ ୪ ଓଭରରେ ୧୮ ରନ ଦେଇ ୨ ଟି ୱିକେଟ ନେଇଥିବା ବେଳେ ଅର୍ଶଦୀପ ସିଂ ୪ ଓଭରରେ ୨୦ ରନ ଦେଇ ୨ ଟି ୱିକେଟ ଅକ୍ତିଆର କରିଥିଲେ।

ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୭୬ ରନ ସଂଗ୍ରହ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୮ ୱିକେଟ ହରାଇ ୧୬୯ ରନ କରିପାରିଥିଲା। ଟିମ ଇଣ୍ଡିଆ ଟାଇଟଲ ମ୍ୟାଚରେ ୭ ରନ ରେ ଜିତି ବିଶ୍ଵ ବିଜେତା ହୋଇପାରିଥିଲା।

ଦକ୍ଷିଣ ଆଫ୍ରିକାକୁ ଅନ୍ତିମ ୩ ଓଭରରେ ଜିତିବା ପାଇଁ ମାତ୍ର ୨୨ ରନ ଆବଶ୍ୟକ ଥିବା ବେଳେ ହାତରେ ୫ ଟି ୱିକେଟ ଥିଲା। ୧୮ ତମ ଓଭରରେ ଜସପ୍ରିତ ବୁମରାହଙ୍କ ମାପିଚୁପି ବୋଲିଂ ବଳରେ ଦକ୍ଷିଣ ଆଫ୍ରିକା ଗୋଟିଏ ୱିକେଟ ହରାଇବା ସହ ମାତ୍ର ୨ ରନ କରିପାରିଥିଲା। ୧୯ ତମ ଓଭରେ ଦକ୍ଷିଣ ଆଫ୍ରିକା ପାଇଁ ମାତ୍ର ୪ ରନ ଆସିଥିଲା। ଏବଂ ଅନ୍ତିମ ଓଭରରେ ୧୬ ରନ ଆବଶ୍ୟକତା କରୁଥିବା ଦକ୍ଷିଣ ଆଫ୍ରିକାକୁ ପ୍ରଥମ ବଲରେ ଡେଭିଡ ମିଲରଙ୍କ ରୂପରେ ଝଟକା ଲାଗିଥିଲା। ଡେଭିଡ ମିଲରଙ୍କ ସଟରେ ସୂର୍ଯ୍ୟକୁମାର ସୀମାରେଖାରେ ଏକ ଅବିଶ୍ଵସନୀୟ କ୍ୟାଚ ନେଇ ଭାରତକୁ ଆହୁରୀ ମଜବୁତ କରିପାରିଥିଲେ। ଅନ୍ତିମ ୫ ବଲରେ ୧୬ ରନ ଥିବା ବେଳେ ରାବଡା ଥାର୍ଡ ମ୍ୟାନ ଅଞ୍ଚଳକୁ ଚୌକା ମାରି ମ୍ୟାଚକୁ ଆକର୍ଷଣ କରିଥିଲେ। ହେଲେ ହାର୍ଦ୍ଦିକ ଅନ୍ତିମ ୪ ବଲରେ ଗୋଟିଏ ୱିକେଟ ନେବା ସହ ଭାରତକୁ ୭ ରନରେ ବିଜୟୀ କରିଥିଲେ।

india t-20 cricket world champion world cup
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଫେବୃୟାରୀ ୧୨ ତାରିଖ ଗୁରୁବାର ଦିନ ଏହି ରାଶିଗୁଡିକ ହଠାତ ଧନ ପ୍ରାପ୍ତର ସୁଯୋଗ ପାଇବେ

February 12, 2026

ପୁଣି ଆଇଏଏସ ସ୍ତରରେ ଅଦଳବଦଳ, ବାତିଲ ହେଲା ସ୍ମାର୍ଟ ସିଟି ଓ ବିଡିଏ ଉପାଧ୍ୟକ୍ଷ ନିଯୁକ୍ତି

February 11, 2026

ସୋଆ ଆଇଏଏସ୍ ପକ୍ଷରୁ ବିଶ୍ୱ ଡାଲି ଦିବସ ପାଳିତ

February 11, 2026

ନକ୍ସଲମୁକ୍ତ ରାଷ୍ଟ୍ର ପାଇଁ ନୂତନ ରୋଡମ୍ୟାପ୍ ପ୍ରସ୍ତୁତ କଲେ ଓଡ଼ିଶା ସରକାର

February 11, 2026
Latest News

ଆଜି ଫେବୃୟାରୀ ୧୨ ତାରିଖ ଗୁରୁବାର ଦିନ ଏହି ରାଶିଗୁଡିକ ହଠାତ ଧନ ପ୍ରାପ୍ତର ସୁଯୋଗ ପାଇବେ

February 12, 2026

ଚିଲିକା: ଭିବି ରାମଜି ଅଧୀନରେ ବ୍ଲକ୍ ସ୍ତରୀୟ ସାଧାରଣ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

February 11, 2026

ପୁଣି ଆଇଏଏସ ସ୍ତରରେ ଅଦଳବଦଳ, ବାତିଲ ହେଲା ସ୍ମାର୍ଟ ସିଟି ଓ ବିଡିଏ ଉପାଧ୍ୟକ୍ଷ ନିଯୁକ୍ତି

February 11, 2026

ସୋଆ ଆଇଏଏସ୍ ପକ୍ଷରୁ ବିଶ୍ୱ ଡାଲି ଦିବସ ପାଳିତ

February 11, 2026

ନକ୍ସଲମୁକ୍ତ ରାଷ୍ଟ୍ର ପାଇଁ ନୂତନ ରୋଡମ୍ୟାପ୍ ପ୍ରସ୍ତୁତ କଲେ ଓଡ଼ିଶା ସରକାର

February 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.