ବିପୁଳ ପରିମାଣର ମଦ ଜବତ, ଚାଲାଣକାରୀ ଚମ୍ପଟ

Published: Jun 30, 2024, 8:51 pm IST

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଆଜି ଅଚାନକ ପୋଲିସ ହାବୁଡ଼ରେ ପଡ଼ିଯାଇଛି ବିପୁଳ ପରିମାଣର ମଦ ଓ ଚାଲାଣ କରୁଥିବା ଗାଡ଼ି। ବେଗୁନିଆ ପଡ଼ା ଥାନା ଅଧିକାରୀ ଅଶୋକ କୁମାର ହାଂସଦାଙ୍କ ନେତୃତ୍ବରେ ଆଜି ସଦଳବଳେ ନୁଆଗଡ ଠାରେ ଯାଞ୍ଚ କରୁଥିବାବେଳେ ଗୋଟିଏ ଟ୍ରାଭେରା ଗାଡ଼ିକୁ ଅଟକାଇ ଥିଲେ। କିନ୍ତୁ ଗାଡ଼ି ଡ୍ରାଇଭର ଓ ଚାଲାଣ କାରୀ ଗାଡ଼ି ଛାଡି ଚାଲିଯାଇଥିଲେ।

ପୋଲିସ ଗାଡ଼ିକୁ ଯାଞ୍ଚ କରି ଦେଖିଲେ ଯେ ଗାଡ଼ି ଭିତରେ ୧୫ ବସ୍ତା ମଦ ମହଜୁଦ ଅଛି। ଯାହାର ପରିମାଣ ୬ ଶହ ଲିଟର ହେବ ବୋଲି ଜଣାପଡିଛି। ଗାଡ଼ି ଓ ମଦ ଜବତ କରି ପୋଲିସ ମାମଲା ନଂ ୩୦୨/୨୪ ଅନୁଯାୟୀ ମକଦ୍ଦମା ରୁଜୁ କରିଛନ୍ତି ଓ ମଦ ଚାଲାଣ କାରୀ ଙ୍କ ଅନୁସନ୍ଧାନ ଚଳାଇଛନ୍ତି।

Related posts