ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ରଥଯାତ୍ରା ଲାଗି ଦୁଇ ଦିନ ଛୁଟି

Published: Jul 2, 2024, 1:17 pm IST

ଭୁବନେଶ୍ଵର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀର ରଥଯାତ୍ରା ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି। ଉକ୍ତ ବୈଠକରେ ମୁଖ୍ୟମନ୍ତ୍ରୀ ଏକ ବଡ ଘୋଷଣା କରିଛନ୍ତି। ରଥ ଯାତ୍ରା ଲାଗି ରାଜ୍ୟରେ ଦୁଇ ଦିନ ଛୁଟି କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଆସନ୍ତା ୭ ତାରିଖ ଏବଂ ୮ ତାରିଖ ଦୁଇ ଦିନ ଛୁଟି ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିବା ପାଇଁ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରକାଶ ଯେ, ଚଳିତ ବର୍ଷ ରଥ ଯାତ୍ରା ଦୁଇ ଦିନ ଧରି ଚାଲିବ। ତେଣୁ ଜୁଲାଇ ୭ ତାରିଖ ଏବଂ ୮ ତାରିଖ ଦୁଇ ଦିନ ଛୁଟି ରଖିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Related posts