Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହଠାତ୍ ଟିମ୍ ଇଣ୍ଡିଆରେ ହେଲା ପରିବର୍ତ୍ତନ: ଏହି ୩ ଯୁବ ଖେଳାଳିଙ୍କୁ ମିଳିବ ସୁଯୋଗ
ଆଜିର ଖବର

ହଠାତ୍ ଟିମ୍ ଇଣ୍ଡିଆରେ ହେଲା ପରିବର୍ତ୍ତନ: ଏହି ୩ ଯୁବ ଖେଳାଳିଙ୍କୁ ମିଳିବ ସୁଯୋଗ

July 2, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
Asia Cup
ସାମସନ-ରିଙ୍କୁ ଆଉଟ୍, ଜିତେଶ-ଶିବମ ଇନ୍!, ଏସିଆ କପ୍ ପାଇଁ ଭାରତର ପ୍ଲେଇଂ ଇଲେଭେନ୍ ଲିକ୍

ନୂଆଦିଲ୍ଲୀ: ଜିମ୍ବାୱେ ଗସ୍ତକୁ ଯିବା ପୂର୍ବରୁ ବିସିସିଆଇ ୧୫ ଜଣିଆ ଦଳରେ ତିନୋଟି ବଡ଼ ପରିବର୍ତ୍ତନ କରିଛି। ପ୍ରାୟ ଏକ ସପ୍ତାହ ପୂର୍ବରୁ ଜିମ୍ବାୱେ ବିପକ୍ଷ ଟି -୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଥିଲା। କିନ୍ତୁ ଏହି ସମୟରେ ନୀତୀଶ ରେଡ୍ଡୀ ଆହତ କାରଣରୁ ବାଦ୍ ପଡିଥିଲେ ଏବଂ ତାଙ୍କ ସ୍ଥାନ ଶିବମ ଦୁବେଙ୍କୁ ଦିଆଯାଇଥିଲା। କିନ୍ତୁ ବର୍ତ୍ତମାନ ଟି-୨୦ ସିରିଜର ପ୍ରଥମ ୨ ଟି ମ୍ୟାଚରୁ ଯଶସ୍ୱୀ ଜୟସ୍ଵାଲ, ଶିବମ ଦୁବେ ଏବଂ ସଞ୍ଜୁ ସାମସନଙ୍କ ନାମ ହଟାଇ ଦିଆଯାଇଛି ଏବଂ ସେମାନଙ୍କ ସ୍ଥାନରେ ସାଇ ସୁଦର୍ଶନ, ଜିତେଶ ଶର୍ମା ଏବଂ ହର୍ଷିତ ରାଣାଙ୍କୁ ଦିଆଯାଇଛି। ଜିତେଶ ଶର୍ମା ଏବଂ ସାଇ ସୁଦର୍ଶନ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଖେଳିଛନ୍ତି, କିନ୍ତୁ ହର୍ଷିତ ରାଣାଙ୍କ ପାଇଁ ଏହା ପଦାର୍ପଣ ସିରିଜ ହେବ। ୨୦୨୪ ଆଇପିଏଲ୍ ରେ କୋଲକାତା ନାଇଟ୍ ରାଇଡର୍ସ ପାଇଁ ଖେଳୁଥିବାବେଳେ ହର୍ଷିତ ମୋଟ ୧୯ ୱିକେଟ୍ ନେଇଥିଲେ।

କାହିଁକି ପରିବର୍ତ୍ତନ ହେଲା?:

ପ୍ରକାଶ ଯେ, ଶିବମ୍ ଦୁବେ, ସଞ୍ଜୁ ସାମସନ୍ ଏବଂ ଯଶସ୍ୱୀ ଜୟସ୍ଵାଲ୍, ଏହି ତିନି ଖେଳାଳି ଭାରତର ଟି -୨୦ ବିଶ୍ୱକପ୍ ଦଳର ଅଂଶ ଥିଲେ। ଯେହେତୁ ଝଡ଼ ତୋଫାନ କାରଣରୁ ଟିମ୍ ଇଣ୍ଡିଆ ବର୍ତ୍ତମାନ ବାରବାଡୋସରେ ଅଟକି ରହିଛି। ଏଭଳି ପରିସ୍ଥିତିରେ ସାଇ ସୁଦର୍ଶନ, ଜିତେଶ ଶର୍ମା ଏବଂ ହର୍ଷିତ ରାଣା ପ୍ରଥମ ୨ ଟି -୨୦ ମ୍ୟାଚରେ ତାଙ୍କ ସ୍ଥାନରେ ଖେଳିବେ।

ସିରିଜ୍ କେବେ ଆରମ୍ଭ ହେବ?:

ଭାରତ ଏବଂ ଜିମ୍ବାୱେ ମଧ୍ୟରେ ୫ ଟି ମ୍ୟାଚ୍ ୬ ଜୁଲାଇରୁ ଆରମ୍ଭ ହୋଇ ୧୪ ଜୁଲାଇ ପର୍ଯ୍ୟନ୍ତ ଚାଲିବ। ସିରିଜର ସମସ୍ତ ୫ ଟି ମ୍ୟାଚ୍ ହରାରେରେ ଖେଳାଯିବ। ଗୋଟିଏ ପଟେ ଭାରତ ଏହି ସିରିଜ ପାଇଁ ନିଜର ସମସ୍ତ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦେଇଛି, ଅନ୍ୟପଟେ ଜିମ୍ବାୱେ ଆଗାମୀ ସିରିଜ୍ ପାଇଁ ଏକ ଯୁବ ଦଳ ମଧ୍ୟ ପ୍ରସ୍ତୁତ କରିଛି, ଯେଉଁଥିପାଇଁ କ୍ରେଗ୍ ଇରୱିନ୍ ଏବଂ ଶନ ୱାଲ୍ଟମ୍ୟାନ୍ ଭଳି ଅଭିଜ୍ଞ ଖେଳାଳିଙ୍କୁ ବାହାରେ ରଖାଯାଇଛି।

IND Vs ZIM India vs Zimbabwe indian cricket team Team India Squad Yashasvi Jaiswal
Share. Facebook Twitter LinkedIn Email WhatsApp Copy Link

Related Posts

ଭିଜିଲାନ୍‌ସ ବିଭାଗ ଭାଙ୍ଗିଲା ୨୦ ବର୍ଷର ରେକର୍ଡ, ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, କହିଲେ ଦୁର୍ନିତି ଗସ୍ତଙ୍କୁ ବାନ୍ଧ

January 2, 2026

ପ୍ରତ୍ୟେକ ପରିବାରକୁ ମିଳିବ ମାଗଣା କାର: ଏହି ଦାବିର ସତ୍ୟତା କ’ଣ? ସ୍ପଷ୍ଟ କଲେ ସରକାର

January 2, 2026

ସ୍ମୃତିର ଓଡ଼ିଶା ଚାରିଟେବୁଲ ଟ୍ରଷ୍ଟ ଦ୍ଵାରା ହନରାରୀ ଡକ୍ଟରେଟ୍ ପ୍ରଦାନ

January 2, 2026

ତୃତୀୟ ପର୍ଯ୍ୟାୟ ଇସିଏମଏସ ଯୋଜନାରେ 22ଟି ପ୍ରସ୍ତାବକୁ ସରକାରଙ୍କ ମଞ୍ଜୁରି

January 2, 2026
Latest News

ଭିଜିଲାନ୍‌ସ ବିଭାଗ ଭାଙ୍ଗିଲା ୨୦ ବର୍ଷର ରେକର୍ଡ, ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, କହିଲେ ଦୁର୍ନିତି ଗସ୍ତଙ୍କୁ ବାନ୍ଧ

January 2, 2026

ପ୍ରତ୍ୟେକ ପରିବାରକୁ ମିଳିବ ମାଗଣା କାର: ଏହି ଦାବିର ସତ୍ୟତା କ’ଣ? ସ୍ପଷ୍ଟ କଲେ ସରକାର

January 2, 2026

ସ୍ମୃତିର ଓଡ଼ିଶା ଚାରିଟେବୁଲ ଟ୍ରଷ୍ଟ ଦ୍ଵାରା ହନରାରୀ ଡକ୍ଟରେଟ୍ ପ୍ରଦାନ

January 2, 2026

ତୃତୀୟ ପର୍ଯ୍ୟାୟ ଇସିଏମଏସ ଯୋଜନାରେ 22ଟି ପ୍ରସ୍ତାବକୁ ସରକାରଙ୍କ ମଞ୍ଜୁରି

January 2, 2026

ମହାରାଷ୍ଟ୍ର ପାଲଘରରେ ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପର ପ୍ରଥମ ପାହାଡ଼ି ସୁଡ଼ଙ୍ଗ ନିର୍ମାଣ ସଫଳ: ଅଶ୍ୱିନୀ ବୈଷ୍ଣବ

January 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.