ଲୋକସଭାରେ ରାହୁଲ ଗାନ୍ଧୀଙ୍କ ଉପରେ ଘୋର ଆକ୍ରମଣ କଲେ ପ୍ରଧାନମନ୍ତ୍ରୀ

Published: Jul 2, 2024, 6:02 pm IST

ନୂଆଦିଲ୍ଲୀ: ଆଜି ସଂସଦର ଲୋକସଭା ଏବଂ ରାଜ୍ୟସଭାର ଉଭୟ ଗୃହରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଲୋଚନା ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭାରେ ରାଷ୍ଟ୍ରପତିଙ୍କ ସମ୍ବୋଧନରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା କରୁଛନ୍ତି।

ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ରାହୁଲ ଗାନ୍ଧୀଙ୍କ ଉପରେ ଘୋର ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ, ଗତକାଲି ଗୃହରେ ବାଳକ ବୁଦ୍ଧିର ବିଳାପ ଚାଲିଥିଲା। ସହାନୁଭୂତି ପାଇବା ପାଇଁ ଡ୍ରାମା କରାଯାଇଥିଲା। ସେମାନେ ଭୁଲିଯାଉଛନ୍ତି ଯେ, ହଜାରେ କୋଟି ଟଙ୍କା ହଡପ ମାମଲାରେ ସେମାନେ ଜାମିନରେ ଅଛନ୍ତି। ଓବିସି ଶ୍ରେଣୀକୁ ଚୋର ବୋଲି କହି ଦଣ୍ଡିତ ହୋଇଛନ୍ତି। ଗତକାଲି ଜୁଲାଇ ୧ ତାରିଖରେ ଦେଶ ଖଟାଖଟ ଦିବସ ପାଳନ କରିଛି। ଖାତାକୁ ୮୫୦୦ ଟଙ୍କା ଆସିଛି କି ନାହିଁ ଲୋକମାନେ ବ୍ଯାଙ୍କ ଆକାଉଣ୍ଟ ଯାଞ୍ଚ କରିଛନ୍ତି।

Related posts