Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମ୍ ହସ୍ପିଟାଲ୍ ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ବିରଳ ସଚେତ ଅବସ୍ଥାରେ ମସ୍ତିଷ୍କ ଅତ୍ସୋପଚାର ସମ୍ପନ୍ନ
ଆଜିର ଖବର

ସମ୍ ହସ୍ପିଟାଲ୍ ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ବିରଳ ସଚେତ ଅବସ୍ଥାରେ ମସ୍ତିଷ୍କ ଅତ୍ସୋପଚାର ସମ୍ପନ୍ନ

July 2, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଅତ୍ୟାଧୁନିକ ନ୍ୟୁରୋ ଏବଂ ସ୍ପାଇନ୍ସ ସର୍ଜରୀ ମାଧ୍ୟମରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ସଫଳତାର ସହ ୭୧ ବର୍ଷୀୟ ଜଣେ ରୋଗୀଙ୍କର ସଚେତ ଅବସ୍ଥାରେ ଏକ ଜଟିଳ ମସ୍ତିଷ୍କ ଅସ୍ତ୍ରୋପଚାର କରାଯାଇଛି।

ରୋଗୀଙ୍କର ମସ୍ତିଷ୍କ ଉପର ଭାଗରେ ୨-୨.୫ ସେମି ପରିଧିର ଦୁଇଟି ସୂକ୍ଷ୍ମ କଣା (ବାଇଫ୍ରନ୍‌ଟାଲ୍ ବର୍‌ର ହୋଲସ୍‌) କରାଯାଇ ଏହା ମାଧ୍ୟମରେ ରୋଗୀଙ୍କ ମସ୍ତିଷ୍କ ଉପରେ ଚାପ ପକାଉଥିବା ରକ୍ତ ଓ ଅନ୍ୟାନ୍ୟ ତରଳ ପଦାର୍ଥ ଆଦିକୁ ମସ୍ତିଷ୍କ ମଧ୍ୟରୁ ନିଷ୍କାସନ କରିବାରେ ସର୍ଜନ୍ ସଫଳ ହୋଇଥିଲେ।

ପାରମ୍ପରିକ ଅତ୍ସୋପଚାର ପଦ୍ଧତିରେ ନିଶ୍ଚେତକ (ଜେନେରାଲ୍ ଆନେସ୍ଥେସିଆ) ପ୍ରୟୋଗ କରାଯାଇଥାଏ। କିନ୍ତୁ ତାହାର ବ୍ୟତିକ୍ରମ ସ୍ୱରୂପ ଉପରୋକ୍ତ ‘ଆୱେକ୍ ସର୍ଜରୀ’ ପଦ୍ଧତିରେ ରୋଗୀ ସଚେତ ଥାଇ ଅପରେସନ୍ କରାଯାଇଥିଲା।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ନ୍ୟୁରୋ ସର୍ଜରୀ ବିଭାଗର ଆସୋସିଏଟ୍ ପ୍ରଫେସର (ଡାକ୍ତର) ସୂର୍ଯ୍ୟପ୍ରତାପ ସିଂହ ତୋମାରଙ୍କ ନେତୃତ୍ୱରେ ଏହି ଅସ୍ତ୍ରୋପଚାର କରାଯାଇଥିଲା।
ଡାକ୍ତର ତୋମାର ଏହି ସଫଳ ଅତ୍ସୋପଚାର ସଂପର୍କରେ କହିଛନ୍ତି ଯେ ଏହି ଆୱେକ୍ ବ୍ରେନ୍ ଅସ୍ତ୍ରୋପଚାର ଉଲ୍ଲେଖନୀୟ ସମ୍ଭାବନାର ନିଦର୍ଶନ ଅଟେ। ରୋଗୀଙ୍କୁ ସଚେତ ଅବସ୍ଥାରେ ରଖି ଅପରେସନ୍ କରାଯିବା ଦ୍ୱାରା ଆମେ ଅତ୍ୟନ୍ତ ସ୍ପଷ୍ଟ ସଠିକତା (ଗ୍ରେଟର ପ୍ରେସିସନ୍‌) ସହ ଅସ୍ତ୍ରୋପଚାର କରିପାରୁଛୁ ଓ ନିରାପଦ ଦିଗକୁ ହାସଲ କରିପାରୁଛୁ। ଏହା ଆରୋଗ୍ୟ ହେବାର ସମୟକୁ ହ୍ରାସ କରିବା ସହ ଫଳାଫଳକୁ ଅଧିକ ଉନ୍ନତ କରିବାରେ ସହାୟକ ହେଉଛି। ବୟସ୍କ ରୋଗୀ ଓ ଜଟିଳ ସ୍ୱାସ୍ଥ୍ୟଗତ ସମସ୍ୟା ଥିବା ରୋଗୀଙ୍କ କ୍ଷେତ୍ରରେ ଏହି କୌଶଳ ଅଧିକ ଲାଭଦାୟକ ହୋଇପାରିବ।

ଏ ସଂପର୍କରେ ଶୀତଳାପଲ୍ଲୀସ୍ଥିତ ସମ୍ ହସ୍ପିଟାଲର ନିର୍ଦ୍ଦେଶକ ଦେବପ୍ରସାଦ ଦାଶ କହିଛନ୍ତି ଯେ ଆୱେକ୍ ବ୍ରେନ୍ ସର୍ଜରୀର ସଫଳତା ଆଧୁନିକ ନ୍ୟୁରୋସର୍ଜରୀ କ୍ଷେତ୍ରରେ ରୋଗୀକୈନ୍ଦ୍ରିକ ଆପ୍ରୋଚ୍ ଓ ଜଟିଳତା ହ୍ରାସର ବର୍ଦ୍ଧିତ ମହତ୍ୱକୁ ସୂଚାଏ। ଯେହେତୁ ଟେକ୍‌ନିକ୍ ଓ ଟେକ୍‌ନୋଲୋଜି ବିକଶିତ ହୋଇଚାଲିଛି, ସେ କ୍ଷେତ୍ରରେ ବିଭିନ୍ନ ସ୍ନାୟୁବିକ୍ (ନ୍ୟୁରୋଲୋଜିକାଲ୍) ସ୍ଥିତିରେ ରୋଗୀ ଚିକିତ୍ସାର ଷ୍ଟାଣ୍ଡାର୍ଡ ପ୍ରାକ୍ଟିସ୍ ଉନ୍ନତ ହୋଇପାରୁଛି।

ରୋଗୀଙ୍କ ନିରାପତା, ସୁବିଧା ଓ ଶୀଘ୍ର ଆରୋଗ୍ୟତାକୁ ପ୍ରାଥମିକତା ଦେଇ ଏଭଳି ନିଆରା ପଦ୍ଧତିକୁ ଗ୍ରହଣ କରାଯିବା ମସ୍ତିଷ୍କ ରୋଗ ( ବ୍ରେନ୍ କଣ୍ଡିସନ୍‌) ଥିବା ବ୍ୟକ୍ତିବିଶେଷଙ୍କ ନିମନ୍ତେ ଅଧିକ ପ୍ରଭାବୀ ହୋଇପାରୁଛି ବୋଲି ସେ କହିଛନ୍ତି।

ଶୀତଳାପଲ୍ଲୀ କ୍ୟାମ୍ପସ୍‌ ସମ୍ ହସ୍ପିଟାଲ୍
Share. Facebook Twitter LinkedIn Email WhatsApp Copy Link

Related Posts

ଇଂରାଜୀ ପରୀକ୍ଷା ପରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

February 23, 2026

ଦନ୍ତା ହାତୀ ଆକ୍ରମଣରେ ଦୁଇ ମୃତ

February 23, 2026

ପୁଅର ଠେଙ୍ଗା ମାଡ଼ରେ ପିତା ଗୁରୁତର: ଡାକ୍ତରଖାନାରେ ଭର୍ତ୍ତି

February 23, 2026

ଆକ୍ସନ ମୋଡରେ ଟିମ ମ୍ୟାନଜମେଣ୍ଟ: ଖେଳାଳି ଏକାଦଶରେ ପରିବର୍ତ୍ତନ ସମ୍ଭବ

February 23, 2026
Latest News

ଇଂରାଜୀ ପରୀକ୍ଷା ପରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

February 23, 2026

ଦନ୍ତା ହାତୀ ଆକ୍ରମଣରେ ଦୁଇ ମୃତ

February 23, 2026

ପୁଅର ଠେଙ୍ଗା ମାଡ଼ରେ ପିତା ଗୁରୁତର: ଡାକ୍ତରଖାନାରେ ଭର୍ତ୍ତି

February 23, 2026

ଆକ୍ସନ ମୋଡରେ ଟିମ ମ୍ୟାନଜମେଣ୍ଟ: ଖେଳାଳି ଏକାଦଶରେ ପରିବର୍ତ୍ତନ ସମ୍ଭବ

February 23, 2026

Konark Dance & Music Festival: ବେଶ ଆକର୍ଷଣୀୟ କାର୍ଯ୍ୟକ୍ରମ ସହ ଶେଷ ହୋଇଛି କୋଣାର୍କ ନୃତ୍ୟ ଉତ୍ସବ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.