ଆସନ୍ତା କାଲି ରିଲିଜ୍ ହେବାକୁ ଯାଉଛି ଜାତିପ୍ରଥା ଉପରେ ଆଧାରିତ ଫିଲ୍ମ ଆର୍ଟିକିଲ୍ ୧୫। ଏହି ଫିଲ୍ମଟିର ପ୍ରିମିୟରକୁ ଫିଲ୍ମ ସମୀକ୍ଷକମାନେ ବହୁତ ପସନ୍ଦ କରିଥିବା ବେଳେ ଏହାକୁ ୫ରୁ ୪ ଷ୍ଟାର ପ୍ରଦାନ କରିଛନ୍ତି। ଏହି ଫିଲ୍ମରେ ଉତ୍ତରପ୍ରଦେଶର ଜାତିପ୍ରଥାକୁ ନେଇ ଏକ ସମ୍ପୂର୍ଣ୍ଣ ବାସ୍ତବିକ ଚିତ୍ର ଦେଖାଇଛନ୍ତି ଅନୁଭବ ସିହ୍ନା । ଫିଲ୍ମରେ ଆୟୁଷ୍ମାନ ଖୁରାନା, କୁମୁଦ ମିଶ୍ରା, ସାୟାନୀ ଗୁପ୍ତା ଏବଂ ମହମ୍ମଦ ଜୀଶାନ ଆୟୁବ୍ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସିବେ। ଫିଲ୍ମରେ ଆୟୁଷ୍ମାନ ଜଣେ ପୋଲିସ୍ ଅଫିସର ଭୂମିକାରେ ନଜର ଆସିଥିବା ବେଳେ ତାଙ୍କ ଚରିତ୍ରଟି ଅତ୍ୟନ୍ତ ଜୀବନ୍ତ ଲାଗୁଛି। ପ୍ରଥମ ଥର ପାଇଁ ହିନ୍ଦି ସିନେମାରେ ଜାତିପ୍ରଥାକୁ ବାସ୍ତବିକ୍ ଢଙ୍ଗରେ ଦେଖାଯାଇଥିବାରୁ ଫିଲ୍ମକୁ ସମାଲୋଚକମାନେ ବହୁତ ପସନ୍ଦ କରିଛନ୍ତି। ଆୟୁଷ୍ମାନଙ୍କ ପୂର୍ବ ଫିଲ୍ମ ବଧାଇ ହୋ ବକ୍ସ ଅଫିସ୍ରେ ୨୦୦ କୋଟି ଅତିକ୍ରମ କରିଥିବା ବେଳେ ଏହି ଫିଲ୍ମର ପ୍ରଥମ ଦିନ ବ୍ୟବସାୟ ୧୫ କୋଟି ମଧ୍ୟରେ ରହିବ ବୋଲି ଆଶା କରାଯାଉଛି।