Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରଥଯାତ୍ରା ଉପଲକ୍ଷେ ଜୀ ସାର୍ଥକର ନୂଆ ଚଳଚ୍ଚିତ୍ର “ଜଗା ମୋ ଜଗତଜିତା” ର ସଙ୍ଗୀତ ଲୋକାର୍ପଣ
ଆଜିର ଖବର

ରଥଯାତ୍ରା ଉପଲକ୍ଷେ ଜୀ ସାର୍ଥକର ନୂଆ ଚଳଚ୍ଚିତ୍ର “ଜଗା ମୋ ଜଗତଜିତା” ର ସଙ୍ଗୀତ ଲୋକାର୍ପଣ

July 3, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଜଗତର ନାଥ ଜଗନ୍ନାଥଙ୍କ ରଥଯାତ୍ରା ଉପଲକ୍ଷେ ଜୀ ସାର୍ଥକ ଓଡିଆ ଦର୍ଶକଙ୍କ ମନ ଜାଣି ନେଇ ଆସୁଛି ଭକ୍ତ ଓ ଭଗବାନଙ୍କ ମିଳନର କାହାଣୀର ଚଳଚ୍ଚିତ୍ର ‘ଜଗା ମୋ ଜଗତଜିତା’। ଏହି ରଥଯାତ୍ରା ପାଇଁ ସମ୍ପୂର୍ଣ୍ଣ ନୂଆ ଓ ଭିନ୍ନ କାହାଣୀ ସହିତ ଦର୍ଶକଙ୍କୁ ବାନ୍ଧି ରଖିବା ପାଇଁ ଜୀ ସାର୍ଥକ ପ୍ରସ୍ତୁତ କରିଛି ଏହି ଜଗନ୍ନାଥଙ୍କ ମାନବୀୟ ଲୀଳାର ଏକ କୀୟତ୍ କାହାଣୀ। ଫିଲ୍ମଟି ଭକ୍ତଙ୍କ ଅଲୌକିକ ଅନୁଭୂତିର କାହାଣୀକୁ ନିଖୁଣ ଭାବେ ଦର୍ଶାଯାଇଥିବା ବେଳେ ଏହା ଲୋକଙ୍କୁ ବେଶ ମନୋରଞ୍ଜନର ଖୋରାକ ଯୋଗାଇବ ବୋଲି ଜଣାପଡିଛି।

ଶ୍ରୀଚନ୍ଦ୍ରପୁର ଜଗନ୍ନାଥ ମନ୍ଦିର ପୂଜକ ବଟକେଶ୍ଵର ମିଶ୍ର ରୁହନ୍ତି ନିଜ ବିଧବା ବୋହୁ ସୁଜାତା ଓ ନାତି ଜଗା ସହିତ। ପୁଅ ସୈନିକ ହୋଇ ଦେଶ ପାଇଁ ବୀରଗତି ପ୍ରାପ୍ତ ହୋଇଛନ୍ତି। ସେପଟେ ଗାଁର ଜମିଦାରଙ୍କ ଝିଅ ଚନ୍ଦ୍ରିକା ଜଗାର ସାନ ବେଳର ପ୍ରେମ। କିନ୍ତୁ ସମୟର କାଳଚକ୍ରରେ ଜମିଦାରଙ୍କ ମୃତ୍ଯୁ ହୋଇଛି ଓ ଚନ୍ଦ୍ରିକା ଦୂରେଇ ଯାଇଛି ଜଗା ଠାରୁ। ଜଗା ମଧ୍ୟ ଯୋଗ ଦେଇଛି ଭାରତୀୟ ସେନାରେ ହେଲେ ଏହାରି ଭିତରେ ଆସିଛି ଓଡ଼ିଆଙ୍କ ମଉଡମଣି ଜଗନ୍ନାଥଙ୍କ ରଥଯାତ୍ରା ଓ କଳାଠାକୁର ଖେଲିଛନ୍ତି ଖେଳ। ଗାଁରେ ସମସ୍ତେ ଏକ ହୋଇଛନ୍ତି ଓ ଧରାପଡ଼ିଛି ଖଳନାୟକ ଯାହା ପାଇଁ ଏତେ କାହାଣୀ। ତେବେ କଣ ହେବ ଆଗକୁ ? ରଥଯାତ୍ରା ହେବ ତ? ଚନ୍ଦ୍ରିକା ଜଗାକୁ ପାଇବ ତ? ଏହିପରି ସବୁ ପ୍ରଶ୍ନର ଉତ୍ତର ମିଳିବ ଫିଲ୍ମର ଶେଷରେ।

ଜୀ ସାର୍ଥକ ଫିଲ୍ମ୍ସ ବ୍ୟାନରରେ, ଏସପିପି ପ୍ରଡକସନ୍ସ ହାଉସର ‘ଜଗା ମୋ ଜଗତଜିତା’ ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ତ୍ରିପତି ସାହୁ ଓ ପ୍ରଯୋଜକ କ୍ଷୀରୋଦ ପଟ୍ଟନାୟକ। ବୈଦ୍ୟନାଥ ଦାଶ ସଂଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଫିଲ୍ମର ଗୀତ ରଚନା କରିଛନ୍ତି ଡଃ ନିର୍ମଳ ନାୟକ, ନିହାର ପ୍ରିୟାଶୀଷ ଏବଂ ଅରୁଣ ମନ୍ତ୍ରୀ। କଣ୍ଠଦାନ କରିଛନ୍ତି ସତ୍ୟଜିତ, ପ୍ରଜ୍ଞା, ଚିରାଗ, ଶଶାଙ୍କ ଓ ଅନୁରାଧା। ଫିଲ୍ମର ମୁଖ୍ୟ ଭୂମିକାରେ ଅମନ, ଶ୍ରଦ୍ଧା ପାଣିଗ୍ରାହୀ, ବାଦଲ ମହାନ୍ତି, ପୃଥ୍ଵୀରାଜ ନାୟକ ସହିତ ଓଡିଆ ଚଳଚ୍ଚିତ୍ର ଜଗତର ନାମୀ ଦାମୀ କଳାକାର ନଜର ଆସିବେ।

ଫିଲ୍ମ ରେ ଅଛି ରହସ୍ୟ ଓ ରୋମାଞ୍ଚ, କାହାଣୀରେ ମଧ୍ୟ ନୂତନତ୍ତ୍ୱ ଅଛି, ଯାହା ଦର୍ଶକଙ୍କୁ ଭଲ ଲାଗିବ। ଆସନ୍ତା ୭ ତାରିଖ ସନ୍ଧ୍ୟା ୬:୩୦ ରେ ଦର୍ଶକମାନ ଚଳଚ୍ଚିତ୍ରଟି ଦେଖିଲେ ନିଶ୍ଚୟ ମନୋରଞ୍ଜନ ପାଇବେ ବୋଲି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ଶ୍ରୀ ପ୍ରତୀକ ସିଲ୍ କହିଛନ୍ତି।

RathYatra2024 ଜଗନ୍ନାଥ ଜୀ ସାର୍ଥକ ରଥଯାତ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

ଆନ୍ତର୍ଜାତୀୟ କ୍ରୀଡ଼ାରେ ଓଡ଼ିଶା ପାଇଁ ଗୌରବ ଆଣିଥିବା ରାଜ୍ୟର ଚାରି କ୍ରୀଡ଼ାବିତ୍ ସମ୍ମାନିତ

February 1, 2026

କେନ୍ଦ୍ରୀୟ ଆୟୁର୍ବେଦ ବିଜ୍ଞାନ ଅନୁସନ୍ଧାନ ପରିଷଦ ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

February 1, 2026

ଆଜି ଖୋଲିବ କି ସେୟାର ବଜାର?: ବଜେଟ୍ ଉପସ୍ଥାପନ ପୂର୍ବରୁ ଅଖିଳେଶ ଯାଦବଙ୍କ ତାଚ୍ଛଲ୍ୟ

February 1, 2026

ନୂଆ ସମବାୟ ନୀତି-2026 କୁ କ୍ୟାବିନେଟ୍ ଅନୁମୋଦନ

February 1, 2026
Latest News

ଆନ୍ତର୍ଜାତୀୟ କ୍ରୀଡ଼ାରେ ଓଡ଼ିଶା ପାଇଁ ଗୌରବ ଆଣିଥିବା ରାଜ୍ୟର ଚାରି କ୍ରୀଡ଼ାବିତ୍ ସମ୍ମାନିତ

February 1, 2026

କେନ୍ଦ୍ରୀୟ ଆୟୁର୍ବେଦ ବିଜ୍ଞାନ ଅନୁସନ୍ଧାନ ପରିଷଦ ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

February 1, 2026

ଆଜି ଖୋଲିବ କି ସେୟାର ବଜାର?: ବଜେଟ୍ ଉପସ୍ଥାପନ ପୂର୍ବରୁ ଅଖିଳେଶ ଯାଦବଙ୍କ ତାଚ୍ଛଲ୍ୟ

February 1, 2026

ବଜେଟ୍ ପୂର୍ବରୁ ବଡ଼ ଝଟକା: ମହଙ୍ଗା ହେଲା ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ

February 1, 2026

ନୂଆ ସମବାୟ ନୀତି-2026 କୁ କ୍ୟାବିନେଟ୍ ଅନୁମୋଦନ

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.