ଜଷ୍ଟିସ ବିଦ୍ୟୁତ ରଂଜନ ଷଡଙ୍ଗୀ ହେଲେ ଝାଡଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି

Published: Jul 3, 2024, 3:31 pm IST

ନୂଆଦିଲ୍ଲୀ: ଓଡିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ବିଦ୍ୟୁତ ରଂଜନ ଷଡଙ୍ଗୀ ଝାଡଖଣ୍ଡ ଉଚ୍ଚ ନ୍ୟାୟଳୟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଛନ୍ତି। ଏ ନେଇ କେନ୍ଦ୍ର ଆଇନ ଓ ନ୍ୟାୟପାଳିକା ମନ୍ତ୍ରୀ ଅର୍ଜୁନରାମ ମେଘୱାଲ ନିଜ ଏକ୍ସ ପୋଷ୍ଟରେ ସୂଚନା ଦେଇଛନ୍ତି।

ଜଷ୍ଟିସ ବିଦ୍ୟୁତ ରଂଜନ ବର୍ତ୍ତମାନ ଓଡିଶା ହାଇକୋର୍ଟର ବିଚାରପତି ଅଛନ୍ତି। ସେ କିଛିଦିନ ପାଇଁ ଓଡିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିଛନ୍ତି। ତାଙ୍କ ସମୟରେ ସେ ଓଡିଶାର ନୂଆ ରାଜ୍ୟପାଳ ରଘୁବର ଦାସଙ୍କୁ ଶପଥ ପାଠ କରାଇଥିଲେ।

ନୟାଗଡ ଜିଲ୍ଲା ଓଡଗାଁରେ 1962 ମସିହାରେ ଜନ୍ମିତ ଜଷ୍ଟିସ ବିଦ୍ୟୁତ ରଂଜନ 1985 ମସିହାରୁ କଟକ ହାଇକୋର୍ଟରେ ଓକିଲ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ଏହାପରେ ସେ ବିଚାରପତି ଭାବେ ନିଯୁକ୍ତ ହୋଇ ଓଡିଶା କୋର୍ଟରେ କାର୍ଯ୍ୟ କରିଆସୁଛନ୍ତି।

Related posts