Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦୋସ୍ତାନା-୨ରେ ନଜର ଆସିବେ କାର୍ତ୍ତିକ ଆର୍ଯ୍ୟନ୍‌ ଓ ଜାହ୍ନବୀ କପୁର୍‌
ଆଜିର ଖବର

ଦୋସ୍ତାନା-୨ରେ ନଜର ଆସିବେ କାର୍ତ୍ତିକ ଆର୍ଯ୍ୟନ୍‌ ଓ ଜାହ୍ନବୀ କପୁର୍‌

June 27, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ପ୍ରିୟଙ୍କା ଚୋପ୍ରା, ଅଭିଷେକ ବଚ୍ଚନ ଓ ଜନ ଆବ୍ରାହମ୍‌ଙ୍କ ଅଭିନୀତ ସୁପରହିଟ୍‌ ଫିଲ୍ମ ‘ଦୋସ୍ତାନା’ ରିଲିଜ୍‌ ହେବାର ୧୧ ବର୍ଷ ପରେ ଏହାର ସିକ୍ବେଲ୍‌ ହେବା ନେଇ ସୂଚନା ମିଳିଛି । କରନ୍‌ ଜୋହର୍‌ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରି ଏ ସମ୍ବନ୍ଧୀୟ ସୂଚନା ଦେଇଛନ୍ତି । ଏହି ସିକ୍ବେଲରେ ଅଭିନେତା କାର୍ତ୍ତିକ୍‌ ଆର୍ଯ୍ୟନ୍‌ ଓ ଜାହ୍ନବୀ କପୁର୍‌ ନଜର ଆସିବେ । ତେବେ ଏହି ଫିଲ୍ମର ତୃତୀୟ ଚରିତ୍ରରେ ଅର୍ଥାତ୍‌ ତୃତୀୟ ଅଭିନେତାଙ୍କ ସମ୍ପର୍କରେ ସୂଚନା ମିଳିପାରିନାହିଁ । ତେବେ ମିଳିଥିବା ସୂଚନା ଅନୁସାରେ ଏହି ତୃତୀୟ ଅଭିନେତା ଜଣକ ଏହି ଫିଲ୍ମ ଜରିଆରେ ବଲିଉଡ୍‌ ଡେବ୍ୟୁ କରିବେ । ତରୁଣ ମନସୁଖାନୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ବକ୍ସ ଅଫିସ୍‌ରେ ବେଶ୍‌ ହିଟ୍‌ ସାବ୍ୟସ୍ତ ହୋଇଥିଲା । ତେବେ ସିକ୍ବେଲ୍‌ ଫିଲ୍ମର ନିର୍ଦ୍ଦେଶନା ଭାର ଗ୍ରହଣ କରିବେ କୋଲିନ୍‌ ଡି କୁହ୍ନା ।  କରନ୍‌ ଜୋହରଙ୍କ ପ୍ରଡକ୍ସନ୍‌ ହାଉସ୍‌ ଧର୍ମା ଫିଲ୍ମସ୍‌ ବ୍ୟାନ୍‌ରରେ ଏହି ଫିଲ୍ମଟି ପ୍ରସ୍ତୁତ ହେବ । ବହୁତ ଦିନ ହେବ ‘ଦୋସ୍ତାନା-୨‘କୁ ନେଇ ଚର୍ଚ୍ଚା ଲାଗି ରହିଥିଲା । କାର୍ତ୍ତିକ୍‌ ଏବେ ‘ଲଭ୍‌ ଆଜକଲ୍‌-୨’ର ଶୁଟିଂରେ ବ୍ୟସ୍ତ ଥିବାବେଳେ ଧଡକ ଗାର୍ଲ ଜାହ୍ନବୀ କପୁର୍‌ ’ରୁହୀ-ଅଫ୍‌ଜା’ ଓ ‘କାରଗିଲ୍‌ ଗାର୍ଲ’ ଶୁଟିରେ ବ୍ୟସ୍ତ ରହିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଏପ୍ରିଲ ୧ରୁ ମହଙ୍ଗା ହୋଇପାରେ ବିମାନ ଯାତ୍ରା: ଭଡ଼ା ବୃଦ୍ଧି କରିବାକୁ ଯାଉଛନ୍ତି ବିମାନ କମ୍ପାନୀ!

March 24, 2026

ହିମାଚଳ ପ୍ରଦେଶ ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

March 24, 2026

ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ: ୧୧୦ ସୈନିକ କରୁଥିଲେ ଯାତ୍ରା

March 24, 2026

ଆଜି ମାର୍ଚ୍ଚ ୨୪ ତାରିଖ ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

March 24, 2026
Latest News

ଏପ୍ରିଲ ୧ରୁ ମହଙ୍ଗା ହୋଇପାରେ ବିମାନ ଯାତ୍ରା: ଭଡ଼ା ବୃଦ୍ଧି କରିବାକୁ ଯାଉଛନ୍ତି ବିମାନ କମ୍ପାନୀ!

March 24, 2026

ହିମାଚଳ ପ୍ରଦେଶ ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

March 24, 2026

ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ: ୧୧୦ ସୈନିକ କରୁଥିଲେ ଯାତ୍ରା

March 24, 2026

ବାଧାମୁକ୍ତ ଜାହାଜ ଚଳାଚଳ ଉପରେ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ

March 24, 2026

ଇରାନ ଯୁଦ୍ଧ କେବେ ଶେଷ ହେବ?: ଦିନ ଧାର୍ଯ୍ୟ କଲା ଆମେରିକା, ମଧ୍ୟସ୍ଥତା କରିବ ପାକିସ୍ତାନ

March 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.