ହାଥ୍ରାସ୍ ଦୁର୍ଘଟଣା ମାମଲା: ହେପାଜତରେ ୩୦ ରୁ ଉର୍ଦ୍ଧ୍ଵ, ତଦନ୍ତରେ ୧୦୦ ଲୋକ

Published: Jul 4, 2024, 12:19 pm IST

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ହାଥ୍ରାସରେ ପୋଲିସ ଦୁଇ ଡଜନରୁ ଅଧିକ ଲୋକଙ୍କୁ ଅଟକ ରଖିଛି। ୧୦୦ ରୁ ଅଧିକ ଲୋକଙ୍କ CDR ଯାଞ୍ଚ କରାଯାଉଛି। ରାଜ୍ୟର ଅନେକ ଜିଲ୍ଲାରେ ଚଢାଉ ଜାରି ରହିଛି। ୟୁପି ପୋଲିସ୍ ଟିମ୍ ସେବାୟତଙ୍କ ସନ୍ଧାନରେ ହାଥ୍ରାସ୍, ଏଟା, କାସଗଞ୍ଜ, ମେନ୍ପୁରୀ, ଏଟାୱା ଫାରୁଖବାଦ୍, ମଥୁରା, ଆଗ୍ରା, ମେରଠ ଭଳି ୬ ରୁ ଅଧିକ ଜିଲ୍ଲାରେ ଅନୁସନ୍ଧାନ କରୁଛନ୍ତି। ଅନେକ ସ୍ଥାନରେ ପୋଲିସର ଚଢାଉ ଜାରି ରହିଛି।

ହାଥ୍ରାସ ଘଟଣାସ୍ଥଳ ନିକଟରେ ଥିବା ଗ୍ରାମଗୁଡିକରେ ମଧ୍ୟ ସେବକମାନଙ୍କୁ ଖୋଜୁଛି ପୋଲିସ। ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ତିରିଶରୁ ଅଧିକ ସେବାୟତଙ୍କୁ ଅଟକ ରଖି ସେମାନଙ୍କୁ ପଚରାଉଚରା କରୁଛି।

Related posts