ବିଶ୍ୱ ଚାମ୍ପିୟନ ଭାରତୀୟ କ୍ରିକେଟ୍ ଦଳ ସହିତ ପିଏମ ମୋଦୀଙ୍କ ସାକ୍ଷାତ

Published: Jul 4, 2024, 2:21 pm IST

ନୂଆଦିଲ୍ଲୀ: ଟି -୨୦ ବିଶ୍ୱକପ ଜିତିବା ପରେ ବାରବାଡୋସରୁ ଦିଲ୍ଲୀ ଫେରିଥିବା ଭାରତୀୟ କ୍ରିକେଟ୍ ଦଳ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ଏହାର ଭିଡିଓ ସାମ୍ନାକୁ ଆସିଛି।

ଭିଡିଓରେ ଦେଖାଯାଇଛି ଯେ, ଅଧିନାୟକ ରୋହିତ ଶର୍ମା, ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବ ଏବଂ ଋଷଭ ପନ୍ତ ଏବଂ କୋଚ ରାହୁଲ ଦ୍ରାବିଡଙ୍କ ସମେତ ସମସ୍ତ ୧୫ ଖେଳାଳି ତାଙ୍କ ବାସଭବନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଛନ୍ତି।

ଭାରତୀୟ କ୍ରିକେଟ୍ ଦଳ ସହ କଥାବାର୍ତ୍ତା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ବହୁତ ଖୁସି ଥିବା ଦେଖାଯାଉଛନ୍ତି। ଏହି ସମୟ ମଧ୍ୟରେ ପିଏମ ମୋଦୀ ବିଶ୍ୱକପ ଟ୍ରଫି ମଧ୍ୟ ତାଙ୍କ ହାତରେ ନେଇଛନ୍ତି। ପ୍ରକୃତରେ ପ୍ରଧାନମନ୍ତ୍ରୀ ମୋଦୀ ଭାରତୀୟ କ୍ରିକେଟ୍ ଦଳକୁ ଜଳଖିଆ ପାଇଁ ନିମନ୍ତ୍ରଣ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବା ପରେ ଦଳ ମୁମ୍ବାଇ ଅଭିମୁଖେ ଯାତ୍ରା କରିବ, ଯେଉଁଠାରେ ଏହା ନରିମାନ ପଏଣ୍ଟରୁ ୱାନଖେଡେ ପର୍ଯ୍ୟନ୍ତ ଏକ ରୋଡ୍ ସୋ କରିବ ଯାହା ଦ୍ଵାରା ପ୍ରଶଂସକମାନେ ବିଶ୍ୱକପ୍ ଟ୍ରଫି ସହିତ ତାରକାଙ୍କୁ ନିକଟଋ ଦେଖିପାରିବେ। ଏହା ପରେ ୱାନଖେଡେ ଷ୍ଟାଡିୟମରେ ଦଳକୁ ସମ୍ମାନିତ କରାଯିବ।

Related posts