
ଚାନ୍ଦପୁର: ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବେଣ୍ଟ ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଯେଉଁଥିରେ ଜଣେ ମୋଟର ସାଇକେଲ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ଭର୍ତ୍ତି କରିଛନ୍ତି। ପରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।
ଖବର ମୁତବକ ନିରଞ୍ଜନ ପ୍ରଧାନ (୪୧) ଓ ତାଙ୍କ ସାଥି ବୁଲେଟ ଯୋଗେ କୌଣସି କାମରେ ଖୋର୍ଦ୍ଧା ଜିଲ୍ଲା କୁହୁଡି ଯାଇଥିଲେ। ସେଠାରୁ ନିଜ ଗାଁ ପୁରୀ ଜିଲ୍ଲା କଣାସ ଥାନା ଅନ୍ତର୍ଗତ ଗଡ଼ ଖାରଦକୁ ଫେରୁଥିଲେ। ହେଲେ ବୁଲେଟ ଟି ବେଣ୍ଟ ଛକ ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଫଳରେ ନିରଞ୍ଜନଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସାଆଠିଏ ଗୁରୁତର ହୋଇଥିଲେ। ଦୁର୍ଘଟଣାର କାରଣ ଜଣା ପଡିନାହିଁ। ଚାନ୍ଦପୁର ପୋଲିସ ଶବ ସହ ବୁଲେଟକୁ ଜବତ କରି ଘଟଣାର ତଦନ୍ତ କରୁଛି।