ବ୍ରିଟିଶ ନିର୍ବାଚନରେ ହାରିଲେ ଋଷି ସୁନକ, ତଥାପି କାହିଁକି ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ?

Published: Jul 5, 2024, 6:17 pm IST

ନୂଆଦିଲ୍ଲୀ: ଭାରତୀୟ ବଂଶଜ ବ୍ରିଟିଶ ପ୍ରଧାନମନ୍ତ୍ରୀ ତଥା କଞ୍ଜର୍ଭେଟିଭ ପାର୍ଟି ନେତା ଋଷି ସୁନକ ତାଙ୍କ ପରାଜୟକୁ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁନକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ, ୟୁ.କେ. ରେ ଆପଣଙ୍କର ପ୍ରଶଂସନୀୟ ନେତୃତ୍ୱ ଏବଂ ଆପଣଙ୍କ କାର୍ଯ୍ୟକାଳ ମଧ୍ୟରେ ଭାରତ-ବ୍ରିଟେନ ମଧ୍ୟରେ ସମ୍ପର୍କ ମଜବୁତ କରିବାରେ ସକ୍ରିୟ ଅବଦାନ ପାଇଁ ଋଷି ସୁନକଙ୍କୁ ଧନ୍ୟବାଦ। ଏଥିସହ ପିଏମ ମୋଦୀ ଋଷି ସୁନକ ଏବଂ ତାଙ୍କ ପରିବାରକୁ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

ବ୍ରିଟେନରେ ନିକଟରେ ଶେଷ ହୋଇଥିବା ନିର୍ବାଚନର ଫଳାଫଳରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ତଥା କଞ୍ଜର୍ଭେଟିଭ ପାର୍ଟି ନେତା ଋଷି ସୁନକ ତାଙ୍କ ପରାଜୟକୁ ଗ୍ରହଣ କରିଛନ୍ତି। ଏହି ବିଜୟ ପାଇଁ ସେ ଲେବର ପାର୍ଟି ନେତା କିଆର ଷ୍ଟାର୍ମରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ, “ବ୍ରିଟିଶ ଲୋକମାନେ ଏକ ସମ୍ମାନଜନକ ନିଷ୍ପତ୍ତି ଦେଇଛନ୍ତି। ଏଥିରୁ ବହୁତ କିଛି ଶିଖିବା ଆବଶ୍ୟକ। ମୁଁ ପରାଜୟକୁ ସ୍ଵୀକାର କରିଛି। ତେବେ ଋଷି ସୁନକ ୟର୍କସାୟାରରେ ରିଚମଣ୍ଡ ଆସନ ବଜାୟ ରଖିଛନ୍ତି।

Related posts