
ନୂଆଦିଲ୍ଲୀ: ବିହାରରେ ବର୍ଷା ପରିମାଣ ବୃଦ୍ଧି ପାଇଛି। ଶୁକ୍ରବାର ଦିନ ବଜ୍ରପାତ ଘଟି ବିହାରରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି। ଭଗଲପୁରରେ ୪ ଜଣ, ବେଗୁସରାଇରେ ୩ ଜଣ ଏବଂ ଜେହାନାବାଦରେ ମଧ୍ୟ ତିନି ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ମଧେପୁରାରୁ ଦୁଇ, ସହାର୍ସାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଏଥି ସହିତ କରକାଟ, ବୈଶାଳୀ ଏବଂ ଛପରାରେ ଜଣେ ଲେଖାଏଁ ମୃତ୍ୟୁ ଘଟିଛି। ତେବେ ବିପର୍ଯ୍ୟୟ ପରିଚାଳନା ବିଭାଗ ଏପର୍ଯ୍ୟନ୍ତ କେବଳ ୮ ଜଣଙ୍କ ମୃତ୍ୟୁକୁ ନିଶ୍ଚିତ କରିଛି।
ବିପର୍ଯ୍ୟୟ ପରିଚାଳନା ବିଭାଗ ଲୋକଙ୍କୁ ନିବେଦନ କରିଛି ଯେ, ପ୍ରବଳ ବର୍ଷା ଓ ବଜ୍ରପାତର ସମ୍ଭାବନାକୁ ଦୃଷ୍ଟିରେ ରଖି ସେମାନେ କ୍ଷେତରେ କିମ୍ବା ରାସ୍ତାକୁ ବାହାରିବେ ନାହିଁ। ପକ୍କା ଘରେ ରହିବାକୁ ନିବେଦନ କରାଯାଇଛି।