Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡିଶାର ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଗୁଣ୍ଡିଚା ରଥଯାତ୍ରା: ଲକ୍ଷାଧିକ ଭକ୍ତଙ୍କ ସମାଗମ, ଗଡିଲାନି ରଥ
ଆଜିର ଖବର

ଓଡିଶାର ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଗୁଣ୍ଡିଚା ରଥଯାତ୍ରା: ଲକ୍ଷାଧିକ ଭକ୍ତଙ୍କ ସମାଗମ, ଗଡିଲାନି ରଥ

July 7, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର: ଓଡିଶାର ଦ୍ୱିତୀୟ ଶ୍ରୀ କ୍ଷେତ୍ର ଭାବେ ପରିଚିତ ରଣପୁର ଗୁଣ୍ଡିଚା ରଥଯାତ୍ରାରେ ଆଜି ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି। ମାଦଳା ପାଞି ଓ କିମ୍ବଦନ୍ତି ଅନୁଯାୟୀ ପୁରୀର ଷୋଳ କଳାରୁ ରଣପୁରରେ ଗୋଟିଏ କଳା ରହିଛି। ପୁରୀରେ ଠାକୁରଙ୍କୁ ଦର୍ଶନ କଲେ ଯେଉଁ ପୁଣ୍ୟ ମିଳେ ରଣପୁରରେ ଠାକୁରଙ୍କୁ ଦର୍ଶନକଲେ ସେହି ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଥିବାରୁ ଏଠାରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଲକ୍ଷାଧିକ ଭକ୍ତ ସମାଗମ ହୋଇଥିଲା।

ଶ୍ରୀ ଗୁଣ୍ଡିଚାରେ ଗୋଟିଏ ଦିନରେ ନବଯୌବନ ଦର୍ଶନ ପଡିଥିଲା। ସେଥିପାଇଁ ରଥରେ ନେତ ଲାଗିବା ବକି ରହିଥିଲା। ଆଜି ସକାଳୁ ଶ୍ରୀ ଜୀଉଙ୍କର ନେତ୍ର ଉତ୍ସବ ପରେ ଶହ ଶହ ଭକ୍ତ ନବଯୌବନ ଦର୍ଶନ କରିଥିଲେ, ପରେ ୩ ରଥରେ ନେତ ବନ୍ଧା ଯାଇଥିଲା। ଏହା ପରେ ଶ୍ରୀ ଜୀଉଙ୍କୁ ଛେନାପଟା କରାଯାଇଥିଲା। ଆଜି ସକାଳୁ ରଣପୁରରେ ପାଗ ଖରାପ ସାଙ୍ଗକୁ ଅସହ୍ୟ ଗରମ ଗୁଳୁଗୁଳି ଅନୁଭୁତି ହୋଇଥିଲା। କିନ୍ତୁ ମଧ୍ୟାହ୍ନରେ ବର୍ଷା ଲାଗି ରହିଥିଲା। ଯାହା ଫଳରେ ଠାକୁରଙ୍କର ନୀତି ବିଳମ୍ବିତ ହୋଇଥିଲା। ନୟାଗଡ ଜିଲ୍ଲା ପୂର୍ବତନ ଖାଉଟି ଫୋରମ ଅଧ୍ୟକ୍ଷ ନାରାୟଣ ମହାପାତ୍ର ତିନି ରଥର ପ୍ରତିଷ୍ଠା କରିଥିଲେ।

ପୁରୀ ମନ୍ଦିରକୁ ଶ୍ରୀ ଜୀଉଙ୍କ ପାଇଁ ବିଭିନ୍ନ ଜିନିଷ ରାଘବଦାସ ମଠ ଯୋଗାଉ ଥିବା ବେଳେ ଶହ ଶହ ବର୍ଷର ପରମ୍ପରା ଅନୁଯାୟୀ ଆଜି ରାଘବଦାସ ମଠ ତରଫରୁ ତିନି ବୋଝ ଭୋଗ ରଣପୁର ଜଗନ୍ନାଥ ମନ୍ଦିରକୁ ଆସିଥିଲା। ଅପରାହ୍ଣରେ ରଣପୁର ବଡଦାଣ୍ଡ ଭକ୍ତମୟ ହୋଇଯାଇଥିଲା। ଘଂଟ, ଘଂଟା, ମାଦଳ, ଢୋଲ ଓ ହରିବୋଲ ହୁଳହୁଳିରେ ଓ ପାରମ୍ପାରିକ ଓଡିଶୀ ନୃତ୍ୟରେ ଜଗନ୍ନାଥ ମନ୍ଦିର ପରିସର ଭକ୍ତମୟ ହୋଇ ଯାଇଥିଲା।

ଅପରାହ୍ନ ୩.୧୫ ରେ ପ୍ରଥମେ ଘରବାହୁ ଠାକୁରଙ୍କୁ ପହଣ୍ଡି କରାଯାଇଥିଲା। ପରେ ସୁଦର୍ଶନଙ୍କୁ ରଥାରୁଢ କରାଯାଇଥିଲା। କିନ୍ତୁ ମଧ୍ୟହ୍ନରେ ବର୍ଷା ହୋଇଥିଲେ ମଧ୍ୟ ଠାକୁର ପହଣ୍ଡି ବେଳକୁ ଖରା ହୋଇଥିଲା। ପ୍ରବଳ ଗୁଳୁଗୁଳି ହେଉଥିଲେ ମଧ୍ୟ ସେଥିପ୍ରତି ଖାତିରି ନ କରି ହଜାର ହଜାର ଭକ୍ତ ମନ୍ଦିର ସମ୍ମୁଖରେ ଶ୍ରୀ ଜୀଉଙ୍କ ପହଣ୍ଡି ଦେଖିବାପାଇଁ ରୁଣ୍ଡ ହୋଇଥିଲେ। ଅପରାହନ୍ନ ୩.୪୫ ରେ ରେ ତିନି ଠାକୁରଙ୍କୁ ଧାଡି ପହଂଡି କରା ଯାଇଥିଲା।

ଶ୍ରୀ ଜୀଉଙ୍କ ପହଣ୍ଡି ବେଳେ ମହିଳା ଓ ପୁରୁଷଙ୍କ ହୁଳହୁଳି ଓ ହରିବୋଲରେ ଏକ ଭକ୍ତିମୟ ପରିବେଷ ସୃଷ୍ଟି ହୋଇଥିଲା। ଠାକୁର ପହଣ୍ଡି ବେଳେ ଓଡିଶୀ ନୃତ୍ୟ ଭକ୍ତମାନଙ୍କୁ ବେଶ ଆକର୍ଷିତ କରିଥିଲା।

ଅପରାହ୍ନ ୫ ଟାରେ ତିନି ଠାକୁରଙ୍କୁ ରଥାରୁଢ କରାଯାଇଥିଲା। ସନ୍ଧ୍ୟା ୬ ଟାରେ ରଣପୁର ରାଜା ଦିଲିପ ଚନ୍ଦ୍ର ସିଂହଦେଓ ରାଜପୁରହିତଙ୍କ ସହ ଏକ ସୁସଜ୍ଜିତ ବିମାନରେ ଆସି ରୂପା ଖଡିକାରେ ତିନି ରଥରେ ଛେରା ପହଁରା କରିଥିଲେ। କିନ୍ତୁ ଛେରା ପହଁରା ଚାଲିଥିବା ବେଳେ ତିନି ରଥରେ ଲୋକମାନେ ମନ ଇଛା ଚଢୁଥିବା ଦେଖିବାକୁ ମିଳିଥିଲା। କିଛି କାର୍ଯ୍ୟ ବିଳମ୍ବ ହେବାରୁ ରଥ ଟଣା ହୋଇ ପାରି ନ ଥିଲା।

ରଣପୁର ରଥଯାତ୍ରାରେ ପ୍ରତିବର୍ଷ ଗୁଣ୍ଡିଚାରେ ବଳଭଦ୍ରଙ୍କ ରଥ ଟଣା ହୋଇଥାଏ, କିନ୍ତୁ ଚଳିତ ବର୍ଷ ଶ୍ରୀ ଗୁଣ୍ଡିଚାରେ ରଥ ଟଣା ନ ହୋଇ ତିନି ରଥ ଜଗନ୍ନାଥ ମନ୍ଦିର ନିକଟ ରଥ ପଡିଆରେ ଅଟକି ରହିଛି। ଯାହା ଫଳରେ ଶହ ଶହ ବର୍ଷର ପରମ୍ପରା ଭଙ୍ଗ ହୋଇଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି ଏବଂ ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ଆଜି ସ୍ଥାନୀୟ ଦୁର୍ଗା ମଣ୍ଡପ ଉପରେ ନାରାୟଣ ମହାପାତ୍ର , ସୁଦର୍ଶନ ବେହେରା, ଡଃ ପ୍ରଶାନ୍ତ ମିଶ୍ର , ବିରଂଚି ତ୍ରିପାଠି, ଡଃ କଳ୍ପନା ରଥ, ବାଳକୃଷ୍ଣ ମିଶ୍ର, କିଶୋର ଭଞ୍ଜ, ପ୍ରଭାସ ରଞ୍ଜନ ମହାପାତ୍ର ଗୁଣ୍ଡିଚା ଯାତ୍ରାର ଧାରା ବିବରଣୀ ବର୍ଣ୍ଣନା କରିଥିଲେ। ରଣପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ତରଫରୁ ଭକ୍ତମାନଙ୍କୁ ଦହି ପଣା ବଂଟନ କରାଯାଇଥିଲା।

ଓଡିଶା ଗୁଣ୍ଡିଚା ରଥଯାତ୍ରା ଦ୍ୱିତୀୟ ଶ୍ରୀ କ୍ଷେତ୍ର ନବଯୌବନ ଦର୍ଶନ ଲକ୍ଷାଧିକ ଭକ୍ତ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରେସ୍ ସେବା ପୋର୍ଟାଲ୍ ମାଧ୍ୟମରେ ସବୁ ପ୍ରେସ୍ ପଞ୍ଜୀକରଣ ସେବା ଏବେ ଅନଲାଇନରେ ଉପଲବ୍ଧ

March 12, 2026

ରେଳଭଡାରେ କୌଣସି ବ୍ୟବସାୟିକ ଗୋପନୀୟତା ନାହିଁ: ଅଶ୍ୱିନୀ ବୈଷ୍ଣବ

March 12, 2026

ତିରୁଚିରାପଲ୍ଲିରେ ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

March 12, 2026

ଦୃଢ଼ ଡିଜିଟାଲ ଭିତ୍ତିଭୂମି ଦ୍ୱାରା ଡିଜିଟାଲ ଅନ୍ତର୍ଭୁକ୍ତିକୁ ଆଗେଇ ନେଉଛି ଡିଜିଟାଲ ଇଣ୍ଡିଆ: ଅଶ୍ୱିନୀ ବୈଷ୍ଣବ

March 12, 2026
Latest News

ପ୍ରେସ୍ ସେବା ପୋର୍ଟାଲ୍ ମାଧ୍ୟମରେ ସବୁ ପ୍ରେସ୍ ପଞ୍ଜୀକରଣ ସେବା ଏବେ ଅନଲାଇନରେ ଉପଲବ୍ଧ

March 12, 2026

ରେଳଭଡାରେ କୌଣସି ବ୍ୟବସାୟିକ ଗୋପନୀୟତା ନାହିଁ: ଅଶ୍ୱିନୀ ବୈଷ୍ଣବ

March 12, 2026

ତିରୁଚିରାପଲ୍ଲିରେ ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

March 12, 2026

ଦୃଢ଼ ଡିଜିଟାଲ ଭିତ୍ତିଭୂମି ଦ୍ୱାରା ଡିଜିଟାଲ ଅନ୍ତର୍ଭୁକ୍ତିକୁ ଆଗେଇ ନେଉଛି ଡିଜିଟାଲ ଇଣ୍ଡିଆ: ଅଶ୍ୱିନୀ ବୈଷ୍ଣବ

March 12, 2026

କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀଙ୍କ ଦ୍ୱାରା ‘ଭାରତ ଟେକ୍ସ ୨୦୨୬’ ଶୁଭାରମ୍ଭ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.