Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରଥଯାତ୍ରାରେ ହୋମିଓପ୍ୟାଥିକ ସ୍ୱାସ୍ଥ୍ୟ କ୍ୟାମ୍ପ ବନ୍ଦ ନେଇ ରାଜ୍ୟ ଆୟୁଷ ଛାତ୍ର ସଂସଦ କ୍ଷୁବ୍ଧ
ଆଜିର ଖବର

ରଥଯାତ୍ରାରେ ହୋମିଓପ୍ୟାଥିକ ସ୍ୱାସ୍ଥ୍ୟ କ୍ୟାମ୍ପ ବନ୍ଦ ନେଇ ରାଜ୍ୟ ଆୟୁଷ ଛାତ୍ର ସଂସଦ କ୍ଷୁବ୍ଧ

July 7, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରଥଯାତ୍ରାରେ ହୋମିଓପ୍ୟାଥିକ ସ୍ୱାସ୍ଥ୍ୟ କ୍ୟାମ୍ପ ବନ୍ଦ ନେଇ ରାଜ୍ୟ ଆୟୁଷ ଛାତ୍ର ସଂସଦ କ୍ଷୁବ୍ଧ

ଭୁବନେଶ୍ବର: ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ସମୟରେ ଜନ ସାଧାରଣ ଙ୍କୁଉତ୍ତମ ଭାବେ ଆୟୁର୍ବେଦ ଓ ହୋମିଓପ୍ୟାଥିକ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବା ସହିତ ଆୟୁର୍ବେଦ ଓ ହୋମିଓପ୍ୟାଥିକ ପଦ୍ଧତି ସମ୍ପର୍କରେ ସଚେତନ କରିବା ଲକ୍ଷ୍ୟରେ ପ୍ରତିବର୍ଷ ମେଗା ସ୍ୱାସ୍ଥ୍ୟ କ୍ୟାମ୍ପ ଅନୁଷ୍ଠିତ ହୋଇଥାଏ। ଚଳିତ ବର୍ଷ ଆୟୁର୍ବେଦ ସ୍ୱାସ୍ଥ୍ୟ କ୍ୟାମ୍ପ ଅନୁଷ୍ଠିତ ହୋଇଥିବା ବେଳେ ବିଗତ ଦୁଇ ବର୍ଷ ଧରି ହୋମିଓପ୍ୟାଥିକ ସ୍ୱାସ୍ଥ୍ୟ କ୍ୟାମ୍ପ ହୋଇପାରି ନାହିଁ।

ହୋମିଓପ୍ୟାଥିକ ସ୍ଵାସ୍ଥ୍ୟ କ୍ୟାମ୍ପ କରିବା ପାଇଁ ଆୟୁଷ ଛାତ୍ର ସଂସଦ ରାଜ୍ୟ ସରକାରଙ୍କ ଆୟୁଷ ନିର୍ଦେଶାଳୟ କୁ ଅନୁରୋଧ କରାଯାଇଥିଲା। ହେଲେ ହୋମିଓପ୍ୟାଥିକ କ୍ୟାମ୍ପ କରିବା ପାଇଁ ବିଭାଗ ପକ୍ଷରୁ କୌଣସି ଉତ୍ସାହ ପ୍ରକାଶ କରାଯାଇ ନ ଥିଲା। ଅନ୍ୟପକ୍ଷରେ ରାଜ୍ୟ ଆୟୁଷ ନିର୍ଦେଶକ କାର୍ଯ୍ୟାଳୟରେ ଆୟୁଷ ପରାମର୍ଶ ଦାତା ଭାବେ ଡେପୁଟେସନ ରେ ଥିବା ଜଣେ କର୍ମଚାରୀଙ୍କ ସହିତ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଥିଲେ।

ଆୟୁଷ ନିର୍ଦ୍ଦେଶକଙ୍କ ଆୟୁଷ ପରାମର୍ଶ ପାଇଁ ଡା ଅଭିନ୍ୟ ଚନ୍ଦ୍ର ହୋମିଓପ୍ୟାଥିକ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ମଧ୍ୟ ନିଯୁକ୍ତ ଥିବା ଏହି ଅଧିକାରୀ ପୁଣି ଆଉ ଏକ ଗ୍ରାମୀଣ ଦିସ୍ପେନସାରି ନିଯୁକ୍ତ ପାଇଥିବା ବେଳେ ଏହି ଡାକ୍ତର ଙ୍କୁ ପରାମର୍ଶ କରିବା ପାଇଁ ନିର୍ଦେଶକ ଦେଇଥିବା ପରାମର୍ଶ ପଛରେ କି ପ୍ରକାର ରହସ୍ୟ ରହିଛି ତାକୁ ନେଇ ଅଲ ଓଡ଼ିଶା ଆୟୁଷ ଷ୍ଟୁଡେଣ୍ଟ ଆସୋସିଏସନ ପକ୍ଷରୁ ତୀଵ୍ର ପତିକ୍ରିୟା ଓ ଆସନ୍ତୋଷ ପ୍ରକାଶ ପାଇଛି।

ତିନୋଟ ଦାୟିତ୍ୱରେ ଥିବା ଏହି ଅଧିକାରୀ ହୋମିଓପ୍ୟାଥିକର ପ୍ରଚାର ଓ ପ୍ରସାର ପାଇଁ ସ୍ୱାସ୍ଥ୍ୟ କ୍ୟାମ୍ପ ନ କରାଇଦେବା ପଛରେ କି ପ୍ରକାର କୁଚକ୍ରାନ୍ତ ରହିଛି ତାକୁ ନେଇ ବିଭିନ୍ନ ହୋମିଓପ୍ୟାଥିକ ହାଉସ ସର୍ଜନ ଡାକ୍ତର ମାନେ କ୍ଷୁବ୍ଧ ହୋଇଛନ୍ତି।ତୁରନ୍ତ ଏହାର ତଦନ୍ତହେବା ସହିତ ସମ୍ପୃକ୍ତ ଅଧିକାରୀ ଙ୍କ ବିରୁଦ୍ଧରେ ଆଇନ ଗତକାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆୟୁଷ ଷ୍ଟୁଡେଣ୍ଟ ଆସୋସିଏସନ ପକ୍ଷରୁ ଦାବୀ କରାଯାଉଛି।

ରାଜ୍ୟରେ ଆୟୁଷ ବିଭାଗ ରେ ତିନି ତିନି ଦାଇତ୍ୱରେ ରହି ଆୟୁଷ କୁ ଧ୍ୱସଁ କରିବା ପଛରେ ଥିବା କାହାର ହାତ ଅଛି ବୋଲି ରାଜ୍ୟ ଆୟୁଷ ଛାତ୍ର ସଂସଦ ସହିତ ଓଡ଼ିଶା ଆୟୁଷ ବିକାଶ ପରିଷଦ ଦାବୀ କରିଛି।

ହୋମିଓପ୍ୟାଥିକ
Share. Facebook Twitter LinkedIn Email WhatsApp Copy Link

Related Posts

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026

ଥାଇଲାଣ୍ଡରେ ଭାରତୀୟ ଶ୍ରମିକ ଅଟକ ରହିବା ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କଲେ ଏନଏଚଆରସି

February 23, 2026

ରୋଟାରୀ ରୟାଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୨୦୨୬: ରୋଟାରୀ କ୍ଲବ୍ ଅଫ୍ କଟକ ବିଜୟୀ

February 23, 2026
Latest News

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026

ଗାଲୁଆ ଗ୍ରାମ ପଂଚାୟତରେ ‘ପଲ୍ଲୀରେ ପ୍ରଶାସନ’ ଜନଶୁଣାଣି

February 23, 2026

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026

ଥାଇଲାଣ୍ଡରେ ଭାରତୀୟ ଶ୍ରମିକ ଅଟକ ରହିବା ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କଲେ ଏନଏଚଆରସି

February 23, 2026

ରୋଟାରୀ ରୟାଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୨୦୨୬: ରୋଟାରୀ କ୍ଲବ୍ ଅଫ୍ କଟକ ବିଜୟୀ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.