ବହୁ ଚର୍ଚ୍ଚିତ ଗଞ୍ଜାମ ଜିଲ୍ଲା ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟା ମାମଲାରେ ଆଜି ୫ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ୨୦୧୪ ମସିହାର ଦୀର୍ଘଦିନରୁ ଚାଲିଥିବା ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଂଚଳର ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟା ଘଟଣାର ଆଜି ଶୁଣାଣୀ ହୋଇଛି। ଏହି ମାମଲାର ଶୁଣାଣି କରିଛନ୍ତି ଖଲ୍ଲିକୋଟ ଏଡିଜେ କୋର୍ଟ। ୫ ବର୍ଷ ପରେ ଏଡିଜେ କୋର୍ଟରେ ପ୍ରକାଶ ପାଇଲା ଚୂଡ଼ାନ୍ତ ରାୟ। ଏହି ମାମଲାରେ ସମ୍ପୃକ୍ତ ଅଭିଯୁକ୍ତମାନେ ଦୀର୍ଘ ଦିନରୁ ଗିରଫ ହୋଇ ଜାମିନ ଆବେଦନ କରୁଥିବା ବେଳେ ତାହା ଖାରଜ ହେଉଥିଲା। ତେବେ ଏହି ଅଭିଯୁକ୍ତମଧ୍ୟରୁ ଜଣେ ଫେରାର୍ ଅଛି। ଗଞ୍ଜାମ ଜିଲ୍ଲାରେ ସାମ୍ବାଦିକ ତରୁଣ ଆଚାର୍ଯ୍ୟଙ୍କୁ ୨୦୧୪ ମସିହା ମେ ମାସ ୨୬ତାରିଖରେ ହତ୍ୟା କରାଯାଇଥିଲା।
Tags: