ସରକାରୀ ଚାକିରି ତଥା ଶୈକ୍ଷିକ ସଂସ୍ଥାଗୁଡ଼ିକରେ ମରାଠୀ ସମୁଦାୟଙ୍କୁ ୧୬ ପ୍ରତିଶତ ସଂରକ୍ଷଣ ଦେବା ନେଇ ବମ୍ବେ ହାଇକୋର୍ଟ ଶୁଣାଣି କରିଛନ୍ତି । ମରାଠୀ ସଂରକ୍ଷଣ ବିଲ୍ର ବୈଧତାକୁ ଗ୍ରହଣ କରିବା ସହ ଏହା ଶିକ୍ଷଣ ସଂସ୍ଥାରେ ୧୨ପ୍ରତିଶତ ଓ ସରକାରୀ ଚାକିରିରେ ୧୩ ପ୍ରତିଶତ ସଂରକ୍ଷଣ ରହିବା ନେଇ ନିଷ୍ପତ୍ତି ଦେଇଛନ୍ତି । ସରକାର ୧୬ ପ୍ରତିଶତ ସଂରକ୍ଷଣ ଦେଇଥିବାବେଳେ ଏହା ସମ୍ଭବ ନୁହେଁ ବୋଲି କହିଛନ୍ତି ବମ୍ବେ ହାଇକୋର୍ଟ । କୋର୍ଟଙ୍କ ମତରେ ଗାଏକ୍ବେଡ଼ା କମିଶନ ରିପୋର୍ଟ ଅନୁସାରେ ୧୨ରୁ ୧୩ ପ୍ରତିଶତ ସଂରକ୍ଷଣ ରହିବା ଜରୁରୀ, ଯାହାକୁ କୋର୍ଟ ଗ୍ରହଣ କରିଛନ୍ତି । ଏହା ସହିତ କୋର୍ଟ ଏସିଇବିସି କମିଶନଙ୍କ ରିପୋର୍ଟକୁ ମଧ୍ୟ ଗ୍ରହଣ କରିଛନ୍ତି । କୋର୍ଟ ୫୦ ପ୍ରତିଶତ ଅଧିକ ସଂରକ୍ଷଣ ଦେବା ଉପରେ ଏହା ସମ୍ବିଧାନ ଅନ୍ତର୍ଗତ ବୋଲି କହିଛନ୍ତି । ସଂରକ୍ଷଣ ଦେବା ରାଜ୍ୟର ଅଧିକାର ଅଟେ ବୋଲି କୋର୍ଟ କହିଛନ୍ତି । ଗତ ବର୍ଷ ନଭେମ୍ବର ୩୦ ତାରିଖରେ ମହାରାଷ୍ଟ୍ର ବିଧାନମଣ୍ଡଳରେ ସର୍ବସମ୍ମତି କ୍ରମେ ସରକାରୀ ଚାକିରି ଓ ଶୈକ୍ଷଣୀୟସଂସ୍ଥାଗୁଡ଼ିକରେ ପଛୁଆ ବର୍ଗଙ୍କ (ଏସ୍ଇବିସି) ଶ୍ରେଣୀଙ୍କ ପରି ମରାଠୀ ସମୁଦାୟଙ୍କ ପାଇଁ ୧୬ ପ୍ରତିଶତ ସଂରକ୍ଷଣ ଦେବା ପାଇଁ ଏକ ବିଧେୟକ ପାରିତ କରିଥିଲେ । ଏହି ସଂରକ୍ଷଣ ବିରୋଧରେ ହାଇକୋର୍ଟରେ ଅନେକଗୁଡ଼ିଏ ଯାଚିକା ଦାଏର କରାଯାଇଥିଲା । ତତ୍ସହିତ ଏହି ସଂରକ୍ଷଣକୁ ସମର୍ଥନରେ ମଧ୍ୟ ଯାଚିକା ଦାଏର କରାଯାଇଥିଲା । ଏହି ବିଲ୍ ଉପରେ ବମ୍ବେ ଉଚ୍ଚ ଅଦାଲତ ରହିତାଦେଶ ଲଗାଇଥିଲେ ।
ମରାଠୀ ସଂରକ୍ଷଣ ବିଲ୍ ଉପରେ ବମ୍ବେ ହାଇକୋର୍ଟଙ୍କ ମୋହର
Published:
Jun 27, 2019, 5:17 pm IST
Tags: