Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚୀନ୍‌କୁ ଝଟକା ଦେଲା ଶ୍ରୀଲଙ୍କା, ସୀମାରେ ପ୍ରବେଶ କରିପାରିବ ନାହିଁ ଗୁପ୍ତଚର ଜାହାଜ
ଆଜିର ଖବର

ଚୀନ୍‌କୁ ଝଟକା ଦେଲା ଶ୍ରୀଲଙ୍କା, ସୀମାରେ ପ୍ରବେଶ କରିପାରିବ ନାହିଁ ଗୁପ୍ତଚର ଜାହାଜ

July 9, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଶ୍ରୀଲଙ୍କା ବୈଦେଶିକ ମନ୍ତ୍ରୀ ଅଲି ସାବ୍ରି ସେହି ସମସ୍ତ ଗଣମାଧ୍ୟମ ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଯେଉଁଥିରେ ଦାବି କରାଯାଇଛି ଯେ ଶ୍ରୀଲଙ୍କା ବିଦେଶୀ ଜାହାଜକୁ ଏହାର ସାମୁଦ୍ରିକ ଜୋନ୍ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦେବ। ସାବ୍ରି କହିଛନ୍ତି ଯେ, ଶ୍ରୀଲଙ୍କା ଏହାର ଆଞ୍ଚଳିକ ଜଳ ତଥା ସ୍ୱତନ୍ତ୍ର ଅର୍ଥନୈତିକ ଅଞ୍ଚଳରେ ସର୍ଭେ କରୁଥିବା ବିଦେଶୀ ଅନୁସନ୍ଧାନ ଜାହାଜ ଉପରେ ଥିବା ପ୍ରତିବନ୍ଧକକୁ ହଟାଇବାକୁ ନିଷ୍ପତ୍ତି ନେଇ ନାହିଁ। ଅଲି ସାବ୍ରିଙ୍କ ନିକଟରେ ଜାପାନ ଗସ୍ତ ସମୟରେ ଜାପାନ ଗଣମାଧ୍ୟମ ତାଙ୍କ ଉଦ୍ଧେଶ୍ୟରେ କହିଛି ଯେ, ଶ୍ରୀଲଙ୍କା ସାମୁଦ୍ରିକ ଜଳରେ ବିଦେଶୀ ଜାହାଜ ଉପରେ ଥିବା ପ୍ରତିବନ୍ଧକକୁ ଶୀଘ୍ର ହଟାଇବ। ଶ୍ରୀଲଙ୍କାର ଏହି ନିଷ୍ପତ୍ତି ଭାରତର ଚିନ୍ତା ବଢାଇ ଦେଇଛି, କାରଣ ଏହା ଚୀନ୍ ଜାହାଜକୁ ଭାରତୀୟ ଉପକୂଳର ନିକଟତର ହେବାକୁ ସୁଯୋଗ ଦେଇଥାନ୍ତା।

ସାବ୍ରି ରବିବାର କହିଛନ୍ତି ଯେ, ଟୋକିଓରେ ଏକ ସାକ୍ଷାତକାର ସମୟରେ ଦେଇଥିବା ବିବୃତ୍ତିକୁ ବିକୃତ ଏବଂ ଭୁଲ ଭାବରେ ଉପସ୍ଥାପିତ କରାଯାଇଛି। ସାବ୍ରି ଶ୍ରୀଲଙ୍କା ଖବରକାଗଜ ଦ ଡେଲି ମର୍ନିଂ ପୋଷ୍ଟକୁ କହିଛନ୍ତି ଯେ, ଚଳିତ ବର୍ଷ ପର୍ଯ୍ୟନ୍ତ ସେମାନଙ୍କ ଜଳରେ ବିଦେଶୀ ଜାହାଜ ଚଳାଚଳ ଉପରେ ନିଷେଧାଦେଶ ରହିଛି। ଆମେ ବର୍ଷ ଶେଷରେ ପରିସ୍ଥିତିର ଆକଳନ କରିବୁ, ଯାହା ପରେ ବିଦେଶୀ ଜାହାଜକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ କି ନାହିଁ ନିଷ୍ପତ୍ତି ନିଆଯିବ। ଏହା ସବୁ ପରିସ୍ଥିତି ଉପରେ ନିର୍ଭର କରିବ। ବର୍ତ୍ତମାନ ସୁଦ୍ଧା ସରକାର ଏହି ପ୍ରତିବନ୍ଧକ ହଟାଇବା ନେଇ କୌଣସି ନିଷ୍ପତ୍ତି ନେଇ ନାହାଁନ୍ତି।

ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ‘ଆମେ ଏକ ରାଷ୍ଟ୍ର ଭାବରେ ଏକ ଆଞ୍ଚଳିକ ତଥା ଆନ୍ତର୍ଜାତୀୟ ସାମୁଦ୍ରିକ ହବ୍ ହେବାକୁ ଇଚ୍ଛା କରୁଛୁ। ମିଳିତ ଜାତିସଂଘର ସମୁଦ୍ର ଆଇନ୍ ସମ୍ମିଳନୀ ଅନୁଯାୟୀ ଆମେ ଆମର ଦାୟିତ୍ଵ ପୂରଣ କରୁ। ଆମେ ଏହା ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ ଜାହାଜର ଗତିବିଧି ସମ୍ବନ୍ଧରେ ବିଭିନ୍ନ ଦେଶ ପାଇଁ ବିଭିନ୍ନ ନିୟମ ପ୍ରସ୍ତୁତ କରାଯାଇପାରିବ ନାହିଁ। ଏଭଳି ପରିସ୍ଥିତିରେ ଚୀନ୍ ଅନ୍ୟ ଦେଶ ପରି ସମାନ ସୁଯୋଗ ପାଇବ।

Chinese Spy Ships Sri Lanka
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଥମ ଐତିହାସିକ ଭାରତ ଗସ୍ତରେ ୟୁକେର ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

October 8, 2025

ଭାରତର ପ୍ରଥମ ‘ସେଫ୍ଟି ଫାଷ୍ଟ’ ମୋବାଇଲ୍ ଫୋନ୍: ମୂଲ୍ୟ ମାତ୍ର ୭୯୯ ଟଙ୍କା

October 8, 2025

GST ହ୍ରାସ ପରେ 7,731 ଟଙ୍କା ଶସ୍ତା ହେଲା TVS Jupiter 125: ଜାଣନ୍ତୁ ଆଜିର ମୂଲ୍ୟ

October 8, 2025

ବିହାର ନିର୍ବାଚନରେ ​​NDAର ମୁଖ୍ୟମନ୍ତ୍ରୀ ଚେହରା କିଏ?: ସ୍ପଷ୍ଟ କଲେ ଗିରିରାଜ ସିଂହ

October 8, 2025
Latest News

ବିହାର ନିର୍ବାଚନ: ଆଦର୍ଶ ଆଚରଣ ସଂହିତାକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବା ପାଇଁ ଇସିଆଇଙ୍କ ନିର୍ଦ୍ଦେଶ

October 8, 2025

ପ୍ରଥମ ଐତିହାସିକ ଭାରତ ଗସ୍ତରେ ୟୁକେର ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

October 8, 2025

ଭାରତର ପ୍ରଥମ ‘ସେଫ୍ଟି ଫାଷ୍ଟ’ ମୋବାଇଲ୍ ଫୋନ୍: ମୂଲ୍ୟ ମାତ୍ର ୭୯୯ ଟଙ୍କା

October 8, 2025

GST ହ୍ରାସ ପରେ 7,731 ଟଙ୍କା ଶସ୍ତା ହେଲା TVS Jupiter 125: ଜାଣନ୍ତୁ ଆଜିର ମୂଲ୍ୟ

October 8, 2025

ଡିଜିଟାଲ ସଶକ୍ତ ଭାରତରେ ସାଇବର ଠକେଇ ନିୟନ୍ତ୍ରଣ

October 8, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.