Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚୀନ୍‌କୁ ଝଟକା ଦେଲା ଶ୍ରୀଲଙ୍କା, ସୀମାରେ ପ୍ରବେଶ କରିପାରିବ ନାହିଁ ଗୁପ୍ତଚର ଜାହାଜ
ଆଜିର ଖବର

ଚୀନ୍‌କୁ ଝଟକା ଦେଲା ଶ୍ରୀଲଙ୍କା, ସୀମାରେ ପ୍ରବେଶ କରିପାରିବ ନାହିଁ ଗୁପ୍ତଚର ଜାହାଜ

July 9, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଶ୍ରୀଲଙ୍କା ବୈଦେଶିକ ମନ୍ତ୍ରୀ ଅଲି ସାବ୍ରି ସେହି ସମସ୍ତ ଗଣମାଧ୍ୟମ ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଯେଉଁଥିରେ ଦାବି କରାଯାଇଛି ଯେ ଶ୍ରୀଲଙ୍କା ବିଦେଶୀ ଜାହାଜକୁ ଏହାର ସାମୁଦ୍ରିକ ଜୋନ୍ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦେବ। ସାବ୍ରି କହିଛନ୍ତି ଯେ, ଶ୍ରୀଲଙ୍କା ଏହାର ଆଞ୍ଚଳିକ ଜଳ ତଥା ସ୍ୱତନ୍ତ୍ର ଅର୍ଥନୈତିକ ଅଞ୍ଚଳରେ ସର୍ଭେ କରୁଥିବା ବିଦେଶୀ ଅନୁସନ୍ଧାନ ଜାହାଜ ଉପରେ ଥିବା ପ୍ରତିବନ୍ଧକକୁ ହଟାଇବାକୁ ନିଷ୍ପତ୍ତି ନେଇ ନାହିଁ। ଅଲି ସାବ୍ରିଙ୍କ ନିକଟରେ ଜାପାନ ଗସ୍ତ ସମୟରେ ଜାପାନ ଗଣମାଧ୍ୟମ ତାଙ୍କ ଉଦ୍ଧେଶ୍ୟରେ କହିଛି ଯେ, ଶ୍ରୀଲଙ୍କା ସାମୁଦ୍ରିକ ଜଳରେ ବିଦେଶୀ ଜାହାଜ ଉପରେ ଥିବା ପ୍ରତିବନ୍ଧକକୁ ଶୀଘ୍ର ହଟାଇବ। ଶ୍ରୀଲଙ୍କାର ଏହି ନିଷ୍ପତ୍ତି ଭାରତର ଚିନ୍ତା ବଢାଇ ଦେଇଛି, କାରଣ ଏହା ଚୀନ୍ ଜାହାଜକୁ ଭାରତୀୟ ଉପକୂଳର ନିକଟତର ହେବାକୁ ସୁଯୋଗ ଦେଇଥାନ୍ତା।

ସାବ୍ରି ରବିବାର କହିଛନ୍ତି ଯେ, ଟୋକିଓରେ ଏକ ସାକ୍ଷାତକାର ସମୟରେ ଦେଇଥିବା ବିବୃତ୍ତିକୁ ବିକୃତ ଏବଂ ଭୁଲ ଭାବରେ ଉପସ୍ଥାପିତ କରାଯାଇଛି। ସାବ୍ରି ଶ୍ରୀଲଙ୍କା ଖବରକାଗଜ ଦ ଡେଲି ମର୍ନିଂ ପୋଷ୍ଟକୁ କହିଛନ୍ତି ଯେ, ଚଳିତ ବର୍ଷ ପର୍ଯ୍ୟନ୍ତ ସେମାନଙ୍କ ଜଳରେ ବିଦେଶୀ ଜାହାଜ ଚଳାଚଳ ଉପରେ ନିଷେଧାଦେଶ ରହିଛି। ଆମେ ବର୍ଷ ଶେଷରେ ପରିସ୍ଥିତିର ଆକଳନ କରିବୁ, ଯାହା ପରେ ବିଦେଶୀ ଜାହାଜକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ କି ନାହିଁ ନିଷ୍ପତ୍ତି ନିଆଯିବ। ଏହା ସବୁ ପରିସ୍ଥିତି ଉପରେ ନିର୍ଭର କରିବ। ବର୍ତ୍ତମାନ ସୁଦ୍ଧା ସରକାର ଏହି ପ୍ରତିବନ୍ଧକ ହଟାଇବା ନେଇ କୌଣସି ନିଷ୍ପତ୍ତି ନେଇ ନାହାଁନ୍ତି।

ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ‘ଆମେ ଏକ ରାଷ୍ଟ୍ର ଭାବରେ ଏକ ଆଞ୍ଚଳିକ ତଥା ଆନ୍ତର୍ଜାତୀୟ ସାମୁଦ୍ରିକ ହବ୍ ହେବାକୁ ଇଚ୍ଛା କରୁଛୁ। ମିଳିତ ଜାତିସଂଘର ସମୁଦ୍ର ଆଇନ୍ ସମ୍ମିଳନୀ ଅନୁଯାୟୀ ଆମେ ଆମର ଦାୟିତ୍ଵ ପୂରଣ କରୁ। ଆମେ ଏହା ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ ଜାହାଜର ଗତିବିଧି ସମ୍ବନ୍ଧରେ ବିଭିନ୍ନ ଦେଶ ପାଇଁ ବିଭିନ୍ନ ନିୟମ ପ୍ରସ୍ତୁତ କରାଯାଇପାରିବ ନାହିଁ। ଏଭଳି ପରିସ୍ଥିତିରେ ଚୀନ୍ ଅନ୍ୟ ଦେଶ ପରି ସମାନ ସୁଯୋଗ ପାଇବ।

Chinese Spy Ships Sri Lanka
Share. Facebook Twitter LinkedIn Email WhatsApp Copy Link

Related Posts

ଅହମ୍ମଦାବାଦ ବିମାନବନ୍ଦରରେ ଭାବପ୍ରବଣ ଦୃଶ୍ୟ: ଜେଦ୍ଦାରୁ ଫେରି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଯାତ୍ରୀ 

March 4, 2026

Holi Festival: ଚିଲିକା ନିର୍ବାଚନ ମଣ୍ଡଳି ଲୋକଙ୍କ ସହିତ ହୋଲି ଖେଳିଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

March 4, 2026

ଯୁଦ୍ଧ ମଧ୍ୟରେ ଭାରତ ପାଇଲା ଉଲ୍ଲେଖନୀୟ ସଫଳତା!: ଥରିବେ ଶତ୍ରୁ ଦେଶ 

March 4, 2026

ରଙ୍ଗ ଖେଳିଲା ବେଳେ ବ୍ୟବହାର କରୁଛନ୍ତି କି ସ୍ମାର୍ଟଫୋନ୍: ତାହା ୱାଟରପ୍ରୁଫ୍ କି ନୁହେଁ କିପରି ଜାଣିବେ?

March 4, 2026
Latest News

ରାଜ୍ୟସଭା ନିର୍ବାଚନ: ବିଜୟ ମହାପାତ୍ରଙ୍କ ଘରକୁ କାହିଁକ ଗଲେ ଦିଲ୍ଲୀପ ରାୟ, ବିଧାୟକ ଅରବିନ୍ଦ କହିଲେ..

March 4, 2026

ଅହମ୍ମଦାବାଦ ବିମାନବନ୍ଦରରେ ଭାବପ୍ରବଣ ଦୃଶ୍ୟ: ଜେଦ୍ଦାରୁ ଫେରି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଯାତ୍ରୀ 

March 4, 2026

Holi Festival 2026: ହୋଲି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

March 4, 2026

Holi Festival: ଚିଲିକା ନିର୍ବାଚନ ମଣ୍ଡଳି ଲୋକଙ୍କ ସହିତ ହୋଲି ଖେଳିଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

March 4, 2026

ଯୁଦ୍ଧ ମଧ୍ୟରେ ଭାରତ ପାଇଲା ଉଲ୍ଲେଖନୀୟ ସଫଳତା!: ଥରିବେ ଶତ୍ରୁ ଦେଶ 

March 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.