Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇଗିଣିଆ ଓଭରବ୍ରିଜ ଦବିବା ଘଟଣାରେ ଏନଏଚ ଓ ଠିକାଦାରଙ୍କ ବିରୁଦ୍ଧରେ ଖଣ୍ଡଗିରି ଥାନାରେ ଏତଲା
ଆଜିର ଖବର

ଆଇଗିଣିଆ ଓଭରବ୍ରିଜ ଦବିବା ଘଟଣାରେ ଏନଏଚ ଓ ଠିକାଦାରଙ୍କ ବିରୁଦ୍ଧରେ ଖଣ୍ଡଗିରି ଥାନାରେ ଏତଲା

July 9, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଇଗିଣିଆ ଓଭରବ୍ରିଜ ଦବିବା ଘଟଣାରେ ଏନଏଚ ଓ ଠିକାଦାରଙ୍କ ବିରୁଦ୍ଧରେ ଖଣ୍ଡଗିରି ଥାନାରେ ଏତଲା

ଭୁବନେଶ୍ୱର: ଆଇଗିଣିଆ ଓଭରବ୍ରିଜ ଦବିବା ଘଟଣାକୁ ନେଇ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସୀର ନୱାଜ ଏବଂ ପ୍ରଦେଶ ଯୁବ କଂଗ୍ରେସ ରଣଜିତ ପାତ୍ରଙ୍କ ମିଳିତ ନେତୃତ୍ୱରେ ମଙ୍ଗଳବାର ଦିନ ଛାତ୍ର ଓ ଯୁବ କଂଗ୍ରେସର ଏକ ପ୍ରତିିନିଧି ଦଳ ଖଣ୍ଡଗିରି ଥାନା ଅଧିକାରୀଙ୍କୁ ଜାତୀୟ ରାଜପଥ ପ୍ରାଧିକରଣ ଏବଂ ଆଇଗିଣିଆ ଓଭରବ୍ରିଜ ନିର୍ମାଣ କରିଥିବା ଠିକାଦାରଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏତଲା ଦରଜ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ପ୍ରଦେଶ ଛାତ୍ର କଂଗ୍ରେସର ସଭାପତି ୟାସୀର ନୱାଜ କହିଛନ୍ତି ଯେ, ଭୁବନେଶ୍ୱର ସହର ମଝିରେ ଯାଇଥିବା ଜାତୀୟ ରାଜପଥ-୧୬ରେ ହୋଇଥିବା ଆଇଗିଣିଆ ଓଭରବ୍ରିଜ୍‌ର ନିର୍ମାଣ ଅତି ନିମ୍ନମାନର ବୋଲି ପ୍ରମାଣିତ ହୋଇଛି। ଏହି ରାସ୍ତାରେ ଦୈନିକ ଅସୁମାରୀ ଗାଡ଼ିମୋଟର ଯାତାୟତ କରୁଛନ୍ତି। ଏଣୁ ଜାତୀୟ ରାଜପଥ ପ୍ରାଧିକରଣ ନିମ୍ନମାନର କାମ କରି ଲକ୍ଷ ଲକ୍ଷ ଯାତ୍ରୀଙ୍କ ଜୀବନକୁ ସାଙ୍ଘାତିକ ବିପଦ ଭିତରକୁ ଠେଲି ଦେଉଛନ୍ତି। ଜାତୀୟ ରାଜପଥ ପ୍ରାଧିକରଣଙ୍କ ନିକଟରେ ଜୀବନର ମୂଲ୍ୟ କିଛି ନୁହେଁ। ଏପରିିକି ଏବେ ଭାରତର ମହାମହିମ ରାଷ୍ଟ୍ରପତି ମଧ୍ୟ ଏହି ଓଭରବ୍ରିଜ ଦେଇ ଯାଇଥିଲେ।

ଆଇଗିଣିଆ ଫ୍ଲାଏ ଓଭର ଯାହାକି ନିର୍ମାଣ ପରେ ମାତ୍ର ୬ ମାସ ହେବ ଯାତାୟତ ପାଇଁ ଖୋଲା ଯାଇଥିଲା। ଗତ ଜୁଲାଇ ୮ ତାରିଖ ଦିନ ସେଠାରେ ଗୋଟିଏ ଅଂଶ ଦବି ଯାଇ ଏକ ଗର୍ତ୍ତ ସୃଷ୍ଟି ହୋଇଗଲା। ସେହି ଗର୍ତ୍ତରେ ଏକ ମିନିଟ୍ରକ (୪୦୭) ଫଶିଯିବା ଫଳରେ ଟ୍ରକରୁ ଡ୍ରାଇଭର ଓ ସହାୟକ ଡେଇଁପଡ଼ି ଜୀବନ ବଞ୍ଚାଇଲେ। ଅନ୍ୟ ପକ୍ଷରେ ଦୃତ ବେଗରେ ଆସୁଥିବା ଅନ୍ୟାନ୍ୟ ଯାନବାହାନ ମଧ୍ୟ ହଠାତ୍ ବ୍ରେକ୍ ଦେଇ ସେଠାରେ ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି।

ସେହି ଗର୍ତ୍ତରୁ ଅତଡ଼ା ଖସି ଓଭରବ୍ରିଜ ତଳେ ଯାଉଥିବା ଯାତ୍ରୀମାନଙ୍କ ଉପରେ ପଡ଼ିବା ଫଳରେ ପୋଲ ତଳର ଅନେକ ଯାତ୍ରୀ ମଧ୍ୟ ଖଣ୍ଡିଆ ଖାବରା ହୋଇଛନ୍ତି। କାଳେ ପୋଲ ଭୁଷୁଡ଼ି ପଡ଼ିବ, ଆତଙ୍କିତ ହୋଇ ସେଠାରେ ଥିବା ଲୋକମାନେ ଜୀବନ ରକ୍ଷା ପାଇଁ ଧାଁ ଧପଡ଼ କରିବା ଫଳରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଯାହାଫଳରେ ସାଧାରଣ ଯାତାୟତରେ ବ୍ୟାଘାତ ସୃଷ୍ଟି ହୋଇ ଦୀର୍ଘ ୪ ଘଣ୍ଟା ଧରି ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ଥ ହୋଇପଡ଼ିଥିଲା।

ଏହି ଓଭର ବ୍ରିଜର ନିର୍ମାଣରେ ବ୍ୟାପକ ଅନିୟମିତତା ବା ଦୁର୍ନୀତି କରି ସାଧାରଣ ଯାତ୍ରୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ଜାତୀୟ ରାଜପଥ ପ୍ରାଧିକରଣ ଏବଂ ନିର୍ମାଣ ଦାୟିତ୍ୱ ନେଇଥିବା ଠିକାଦାରଙ୍କୁ ତୁରନ୍ତ ଗିରଫ କରାଯିବା ସହ ସେମାନଙ୍କ ଉପରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି। ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଣଜିତ ପାତ୍ର କହିଥିଲେ ଯେ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଠିକାଦାର ପ୍ରଭାବିତ କରିଥିବାର ଅଭିଯୋଗ ହେଉଛି। କାରଣ ଏହି ଘଟଣା ତାଙ୍କ ନିର୍ବାଚନ ମଣ୍ଡଳୀ ଭିତରେ ଆସୁଥିଲେ ମଧ୍ୟ ସେ ଏ ସମ୍ପର୍କରେ ପଦୁଟିଏ ମୁହଁ ଖୋଲୁନାହାଁନ୍ତି।

ମୋଦୀ ସରକାର ସମୟରେ ସମସ୍ତ ନିର୍ମାଣ କାର୍ଯ୍ୟ ନିମ୍ନମାନ ହେଉଛି। କାରଣ ଏଥିରୁ ବହୁ ଅର୍ଥ ନିର୍ବାଚନ ପାଇଁ ପିସି ଆକାରରେ ଆଦାୟ ହେଉଛି। ସୁତରାଂ କନିଷ୍ଠ ଯନ୍ତ୍ରୀଙ୍କ ଠାରୁ ମୁଖ୍ୟ ଯନ୍ତ୍ରୀଙ୍କ ପର୍ଯ୍ୟନ୍ତ ଏହି ନିର୍ମାଣରେ ଯେଉଁମାନେ ସମ୍ପୃକ୍ତ ସମସ୍ତଙ୍କ ବିରୁଦ୍ଧରେ କାର୍ଯର୍୍ୟାନୁଷ୍ଠା ପାଇଁ ଦାବି କରାଯାଇଛି।

ଏହି କାର୍ଯ୍ୟକ୍ରମରେ ପିସିସି ସାଧାରଣ ସମ୍ପାଦକ ମନୋଜ ବିଶ୍ୱାଳ, ଗଣେଶ ଦାଶ, ନିହାର ବେହେରା, ସୁଦୀପ ସାମଲ, ସ୍ୱାଗତ କର, ଅଖିଳେଶ ଯାଦବ, ଶ୍ରୀ ମହାନ୍ତି, ଲିପିକା ପାତ୍ର, ଲିପ୍ସା ନାୟକ, ମହମ୍ମଦ ସାମୁଏଲ, ସେଖ ଅବଦୁଲ, ନିଆଜୁଲ ଇସଲାମ, ୱାସିମ, ପିଙ୍କୁ ଖାନ, ସେଖ ବାବୁଲି, ମହମ୍ମଦ ତାକୁୱିନ, ଯୁବରାଜ ମହାନ୍ତି, ବଳରାମ ସାହୁ ଓ ବିଶ୍ୱଜିତ ସ୍ୱାଇଁ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ଆଇଗିଣିଆ ଓଭରବ୍ରିଜ ଛାତ୍ର କଂଗ୍ରେସର ସଭାପତି ୟାସୀର ନୱାଜ
Share. Facebook Twitter LinkedIn Email WhatsApp Copy Link

Related Posts

ଅଗଷ୍ଟ  ୧୧ ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେସନ

August 5, 2025

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ପ୍ରିୟଙ୍କା ଚତୁର୍ବେଦୀ, ବିଜେପିରେ ଯୋଗଦେବା ଉପରେ ବଢିଲା କଳ୍ପନାଜଳ୍ପନା

August 5, 2025

ରାଜ୍ୟସ୍ତରୀୟ ବନ ଅଧିକାରୀ ସମ୍ମିଳନୀରେ ଜଙ୍ଗଲ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡା ତାଗିଦ, କହିଲେ…

August 5, 2025

ଘୋଷଣା ହେଲା ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଏବଂ ସଦସ୍ୟାଙ୍କ ନାମ

August 5, 2025
Latest News

ଅଗଷ୍ଟ  ୧୧ ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେସନ

August 5, 2025

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ପ୍ରିୟଙ୍କା ଚତୁର୍ବେଦୀ, ବିଜେପିରେ ଯୋଗଦେବା ଉପରେ ବଢିଲା କଳ୍ପନାଜଳ୍ପନା

August 5, 2025

ରାଜ୍ୟସ୍ତରୀୟ ବନ ଅଧିକାରୀ ସମ୍ମିଳନୀରେ ଜଙ୍ଗଲ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡା ତାଗିଦ, କହିଲେ…

August 5, 2025

ଘୋଷଣା ହେଲା ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଏବଂ ସଦସ୍ୟାଙ୍କ ନାମ

August 5, 2025

ଇତିହାସ ରଚିଲେ ଦୀପିକା ପାଦୁକୋଣ: ପଛରେ ପଡ଼ିଲେ ଏହି ହଲିଉଡ୍ ଷ୍ଟାର

August 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.