Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆତଙ୍କବାଦୀମାନଙ୍କୁ ନିଜ ଭାଷାରେ ଜବାବ ଦିଆଯିବା ଉଚିତ: କଠୁଆ ଆକ୍ରମଣ ପରେ କହିଲା କଂଗ୍ରେସ 
ଆଜିର ଖବର

ଆତଙ୍କବାଦୀମାନଙ୍କୁ ନିଜ ଭାଷାରେ ଜବାବ ଦିଆଯିବା ଉଚିତ: କଠୁଆ ଆକ୍ରମଣ ପରେ କହିଲା କଂଗ୍ରେସ 

July 9, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପୁଞ୍ଚ ଏବଂ ସାମ୍ବାରେ ଦେଖାଗଲା ପାକିସ୍ତାନୀ ଡ୍ରୋନ୍: ହାଇ ଆଲର୍ଟରେ ସୁରକ୍ଷା ବାହିନୀ
ପୁଞ୍ଚ ଏବଂ ସାମ୍ବାରେ ଦେଖାଗଲା ପାକିସ୍ତାନୀ ଡ୍ରୋନ୍: ହାଇ ଆଲର୍ଟରେ ସୁରକ୍ଷା ବାହିନୀ

ନୂଆଦିଲ୍ଲୀ: ସୋମବାର ଦିନ ଜମ୍ମୁ କାଶ୍ମୀରର କଠୁଆ ଜିଲ୍ଲାରେ ଆତଙ୍କବାଦୀମାନେ ଗ୍ରେନେଡ ଫିଙ୍ଗି ସେନା ଗାଡି ଉପରକୁ ଗୁଳି ଚଳାଇଥିଲେ। ଏହି ଘଟଣାରେ ୫ ଯବାନ ସହିଦ ହୋଇଥିଲେ ଏବଂ ୫ ଯବାନ ଆହତ ହୋଇଥିଲେ। ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଆଜି ଏହି ପ୍ରସଙ୍ଗରେ ଦୁଃଖ ପ୍ରକାଶ କରିବା ସହ ଆତଙ୍କବାଦୀଙ୍କ ଏହି କାର୍ଯ୍ୟକୁ ନିନ୍ଦା କରିଛି।

ଦଳ ଦ୍ୱାରା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ଦୀପେନ୍ଦ୍ର ହୁଡା କହିଛନ୍ତି ଯେ, “କଠୁଆ,ରେ ସେନା ଉପରେ ଆକ୍ରମଣର ଦୁଃଖଦ ଖବର ଆସିଛି। ଆମେ ଆମର ସହିଦମାନଙ୍କୁ ପ୍ରଣାମ କରୁଛୁ। ଏହି ଘଟଣା ନିନ୍ଦନୀୟ। କେବଳ କଂଗ୍ରେସ ନୁହେଁ ପ୍ରତ୍ୟେକ ଭାରତୀୟ ଏହି ମୂହୁର୍ତ୍ତରେ ସେମାନଙ୍କ ପରିବାର ସହିତ ଅଛନ୍ତି। ଗୋଟିଏ ମାସ ମଧ୍ୟରେ ଏହା ହେଉଛି ପଞ୍ଚମ ଆତଙ୍କବାଦୀ ଆକ୍ରମଣ। ଜାରି ଆକ୍ରମଣକୁ ନେଇ ଆମେ ଚିନ୍ତା ପ୍ରକଟ କରୁଛୁ।”

କଂଗ୍ରେସ ପାର୍ଟି ସରକାରଙ୍କ ନିକଟରେ ଦାବି କରି କହିଛି ଯେ, “ଆମେ ବିଶ୍ୱାସ କରୁ ଯେ ସରକାର ଏହାକୁ ସେତିକି ଗୁରୁତ୍ଵ ବୋଲି ମନେ କରୁନାହାଁନ୍ତି। ଏକ ଦାୟିତ୍ଵପୂର୍ଣ୍ଣ ବିରୋଧୀ ହୋଇଥିବାରୁ ସରକାର ଏହାକୁ ଗୁରୁତର ସହ ନେବାକୁ ଆମେ ଦାବି କରୁଛୁ। ଆତଙ୍କବାଦୀଙ୍କୁ ନିଜ ଭାଷାରେ ଜବାବ ଦିଆଯିବା ଉଚିତ ଏବଂ ଆମେ ସରକାରଙ୍କୁ ପ୍ରତ୍ୟେକ ସହାୟତା ଯୋଗାଇବାକୁ ପ୍ରସ୍ତୁତ ଅଛୁ।

ଦିପେନ୍ଦ୍ର ହୁଡା କହିଛନ୍ତି ଯେ, “ଆତଙ୍କବାଦୀ କାର୍ଯ୍ୟକଳାପର କେନ୍ଦ୍ର କାଶ୍ମୀରରୁ ଜାମ୍ମୁକୁ ସ୍ଥାନାନ୍ତରିତ ହୋଇଛି। ଏହି ଧାରାକୁ ନେଇ କଂଗ୍ରେସ ନିଜର ଗମ୍ଭୀର ଚିନ୍ତା ପ୍ରକଟ କରିଛି। ଏହାର ଗୋଟିଏ କାରଣ ସାମ୍ନାକୁ ଆସିଛି ଯେ, ସାମରିକ ନିୟୋଜନ ଲଦାଖ ଆଡକୁ ଗତି କରୁଛି। ସରକାର ଏଥିପ୍ରତି ଧ୍ୟାନ ଦେବା ଉଚିତ୍। ”

ସେ ଆହୁରି କହିଛନ୍ତି ଯେ, “ସେନା ବିଶେଷଜ୍ଞଙ୍କ କହିବାନୁସାରେ, ଆକ୍ରମଣର ମୁଖ୍ୟ କାରଣ ହେଉଛି ସାମରିକ ନିୟୋଜନ ପାକିସ୍ତାନ ପ୍ରତି କମ୍ ଏବଂ ଲଦାଖ ପ୍ରତି ଅଧିକ। ସେନା ବିଶେଷଜ୍ଞମାନେ କହିଛନ୍ତି ଯେ, ସରକାର ଏହା ପୂର୍ବରୁ ସତର୍କ ରହିବା ଉଚିତ୍ କିନ୍ତୁ ଜାମ୍ମୁ କାଶ୍ମୀରରେ ସ୍ଥିତିକୁ ନେଇ ମୋଦୀ ସରକାର ଗୁରୁତର ନୁହଁନ୍ତି। ସେ ନିଜ କାହାଣୀକୁ ଦେଶ ଆଗରେ ଉପସ୍ଥାପନ କରିବାରେ ଅଧିକ ବ୍ୟସ୍ତ ଅଛନ୍ତି।”

କଂଗ୍ରେସ ନେତା କହିଛନ୍ତି ଯେ, “ମାଲଦ୍ୱୀପ ଏବଂ ନେପାଳ ଭଳି ଛୋଟ ଦେଶ ମଧ୍ୟ ଭାରତ ଉପରେ ନଜର ରଖିଛନ୍ତି। ଏପରିକି ପାକିସ୍ତାନ ମଧ୍ୟ ଭାରତକୁ ଆଖି ଦେଖାଉଛି। ନିଜର ବିଫଳ ନୀତି ଯୋଗୁଁ ନିଜ ଦେଶର ଲୋକଙ୍କ ଧ୍ୟାନ ହଟାଇବା ପାଇଁ ସେମାନେ ଏହି ଅଦମ୍ୟ କାର୍ଯ୍ୟ କରୁଛନ୍ତି।”

Congress indian army jammu kashmir kathua terrorist attack
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱରରେ ଖୋଲିବ ‘ଭିଏଫଏସ ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’: ଧର୍ମେନ୍ଦ୍ର ପ୍ରଧାନ

February 21, 2026

ଛୁରି ଭୁସି ଔଷଧ କମ୍ପାନୀର ମ୍ୟାନେଜରଙ୍କୁ ହତ୍ୟା: ଜଣେ ଅଟକ

February 21, 2026

ଦୟାପଲୀ ଗ୍ରାମର ହତ୍ୟାକାଣ୍ଡ ମାମଲା: ୮ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

February 21, 2026

୧୦% ବୈଶିକ ଶୁଳ୍କ ଲାଗୁ କଲା ଆମେରିକା: ଜାଣନ୍ତୁ ଭାରତ ଉପରେ କ’ଣ ପଡ଼ିବ ଏହାର ପ୍ରଭାବ? 

February 21, 2026
Latest News

ଭୁବନେଶ୍ୱରରେ ଖୋଲିବ ‘ଭିଏଫଏସ ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’: ଧର୍ମେନ୍ଦ୍ର ପ୍ରଧାନ

February 21, 2026

ଛୁରି ଭୁସି ଔଷଧ କମ୍ପାନୀର ମ୍ୟାନେଜରଙ୍କୁ ହତ୍ୟା: ଜଣେ ଅଟକ

February 21, 2026

ଦୟାପଲୀ ଗ୍ରାମର ହତ୍ୟାକାଣ୍ଡ ମାମଲା: ୮ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

February 21, 2026

୧୦% ବୈଶିକ ଶୁଳ୍କ ଲାଗୁ କଲା ଆମେରିକା: ଜାଣନ୍ତୁ ଭାରତ ଉପରେ କ’ଣ ପଡ଼ିବ ଏହାର ପ୍ରଭାବ? 

February 21, 2026

ସ୍ୱତନ୍ତ୍ର ଅର୍ଥନୈତିକ ଜୋନରେ ମାଛ ଧରା ପାଇଁ ପ୍ରବେଶ ପାସ ଶୁଭାରମ୍ଭ କଲେ ରାଜୀବ ରଞ୍ଜନ ସିଂହ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.