Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏନସିଇଆରଟି ପାଠ୍ୟପୁସ୍ତକ ସମ୍ବନ୍ଧୀୟ ବିଭ୍ରାନ୍ତିକର ଖବର ଉପରେ ସ୍ପଷ୍ଟୀକରଣ
ଆଜିର ଖବର

ଏନସିଇଆରଟି ପାଠ୍ୟପୁସ୍ତକ ସମ୍ବନ୍ଧୀୟ ବିଭ୍ରାନ୍ତିକର ଖବର ଉପରେ ସ୍ପଷ୍ଟୀକରଣ

July 10, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
NCERT
ବିବାଦୀୟ ଅଧ୍ୟାୟ ପାଇଁ ସାର୍ବଜନୀନ ଭାବରେ କ୍ଷମା ମାଗିଲା NCERT

ନୂଆଦିଲ୍ଲୀ: ୨୦୨୪ ଜୁଲାଇ ୯ ତାରିଖରେ ‘ଷଷ୍ଠ, ନବମ ଓ ଏକାଦଶ ଶ୍ରେଣୀ ପାଇଁ ସଂଶୋଧିତ ଏନସିଇଆରଟି ପାଠ୍ୟପୁସ୍ତକକୁ ନେଇ ଦ୍ୱନ୍ଦ୍ୱ’ ଶୀର୍ଷକରେ ଦ ହିନ୍ଦୁରେ ପ୍ରକାଶିତ ଖବର ସମ୍ପର୍କରେ ସ୍ପଷ୍ଟ କରାଯାଇଛି ଯେ ଏହି ଖବରଟି ତଥ୍ୟଗତ ଭାବେ ଭୁଲ୍ ଏବଂ ବିଭ୍ରାନ୍ତିକର।

ଖବରରେ ଉଲ୍ଲେଖ ଅଛି ଯେ:

୧- ଷଷ୍ଠ ଶ୍ରେଣୀ ଏନସିଇଆରଟି ପାଠ୍ୟପୁସ୍ତକ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିବାକୁ ଆଉ ୨ ମାସ ଲାଗିବ।

୨- କେବଳ ତୃତୀୟ ଓ ଷଷ୍ଠ ଶ୍ରେଣୀକୁ ସଂଶୋଧିତ ପାଠ୍ୟପୁସ୍ତକ ମିଳିବ ନା ନବମ ଓ ଏକାଦଶ ଶ୍ରେଣୀକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯିବ ସେ ନେଇ ସିବିଏସ୍ଇ ପକ୍ଷରୁ ସଠିକ୍ ଭାବେ ସୂଚନା ଦିଆଯାଇନାହିଁ।

୩- ନବମ ଶ୍ରେଣୀ ଇଂରାଜୀ ଓ ଭୂଗୋଳ ଏବଂ ଏକାଦଶ ଶ୍ରେଣୀ ର କମ୍ପ୍ୟୁଟର ବିଜ୍ଞାନ, ରସାୟନ ବିଜ୍ଞାନ ଏବଂ ଇତିହାସ ପାଠ୍ୟପୁସ୍ତକ ଛପା ଯାଇନାହିଁ।

କୌଣସି ସନ୍ଦେହ ଦୂର କରିବା ପାଇଁ ଏବଂ ଅଧିକ ସ୍ପଷ୍ଟତା ପାଇଁ, ନିମ୍ନଲିଖିତ ସୂଚନା ପୁନଃ ପ୍ରଦାନ କରାଯାଉଛି-

୧- ଜୁଲାଇ ୨୦୨୪ ମଧ୍ୟରେ ଏନସିଇଆରଟି ଦ୍ୱାରା ସମସ୍ତ ଷଷ୍ଠ ଶ୍ରେଣୀ ପାଠ୍ୟପୁସ୍ତକ ଉପଲବ୍ଧ ହେବ। ଯେଉଁ ୨ ମାସର ସମୟ ସୀମାକୁ ଦର୍ଶାଯାଉଛି ତାହା ଭୁଲ୍। ପରୀକ୍ଷାମୂଳକ ଶିକ୍ଷଣ ପରିପ୍ରେକ୍ଷୀରେ ଅଭିଜ୍ଞତା ପାଇଁ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ପର୍ଯ୍ୟାପ୍ତ ସମୟ ପ୍ରଦାନ କରିବା ଏବଂ ଉଭୟ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ପୁରୁଣାରୁ ନୂତନ ପାଠ୍ୟକ୍ରମକୁ ସୁରୁଖୁରୁରେ ପରିବର୍ତ୍ତନ ସୁନିଶ୍ଚିତ କରିବା ପାଇଁ ଏନସିଇଆରଟି ଷଷ୍ଠ ଶ୍ରେଣୀ ପାଇଁ ସମସ୍ତ ୧୦ଟି ବିଷୟ କ୍ଷେତ୍ରରେ ଏକ ମାସ ବ୍ୟାପୀ ସେତୁ କାର୍ଯ୍ୟକ୍ରମ ଉପଲବ୍ଧ କରିସାରିଛି, ଯାହା ବର୍ତ୍ତମାନ ଶିକ୍ଷାଦାନ ପାଇଁ ବ୍ୟବହୃତ ହେଉଛି।

୨- ମାର୍ଚ୍ଚ ୨୦୨୪ ରେ ହିଁ ସିବିଏସ୍ଇର ସର୍କୁଲାର ନମ୍ବର ଜରିଆରେ ଏହା ସୂଚନା ଦିଆଯାଇଥିଲା। ମାର୍ଚ୍ଚ ୨୨, ୨୦୨୪ରେ ୩ ଓ ୬ ଶ୍ରେଣୀ ବ୍ୟତୀତ ଅନ୍ୟ ସମସ୍ତ ଶ୍ରେଣୀ ପାଇଁ ପ୍ରଚଳିତ ପାଠ୍ୟକ୍ରମ କିମ୍ବା ପାଠ୍ୟପୁସ୍ତକରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ବିଭ୍ରାନ୍ତିକର ତଥ୍ୟକୁ ଦୃଷ୍ଟିରେ ରଖି ସିବିଏସ୍ଇ ପକ୍ଷରୁ ପୁଣି ଥରେ ପୂର୍ବ ଶିକ୍ଷାବର୍ଷ (୨୦୨୩-୨୪) ଭଳି ଏହି ଶ୍ରେଣୀଗୁଡ଼ିକ ପାଇଁ ସମାନ ପାଠ୍ୟପୁସ୍ତକ ବ୍ୟବହାର ଜାରି ରଖିବାକୁ ପରାମର୍ଶ ଦିଆଯାଇଛି।

୩- ଆରପିଡିସି ବାଙ୍ଗାଲୋର ତାମିଲନାଡୁ ସମେତ ସମସ୍ତ ଦକ୍ଷିଣ ଭାରତୀୟ ରାଜ୍ୟକୁ ସେବା ଯୋଗାଇଥାଏ । ଆରପିଡିସି ବାଙ୍ଗାଲୋରରୁ ମିଳିଥିବା ନବମ ଓ ଏକାଦଶ ଶ୍ରେଣୀ ପାଠ୍ୟପୁସ୍ତକର ଶୀର୍ଷକ ଭିତ୍ତିରେ ଦାବି ଏନସିଇଆରଟି ପବ୍ଲିକେସନ ଡିଭିଜନ ଦ୍ୱାରା ପୂରଣ ହୋଇଛି ଏବଂ ଆରପିଡିସି ବାଙ୍ଗାଲୋର ଦ୍ୱାରା କୌଣସି ତ୍ରୁଟି  ରିପୋର୍ଟ କରାଯାଇନାହିଁ।

ଏନସିଇଆରଟି
Share. Facebook Twitter LinkedIn Email WhatsApp Copy Link

Related Posts

ସଡ଼କ ଦୁର୍ଘଟଣାରେ ପିତା ମୃତ: ପୁଅ ଗୁରୁତର

April 5, 2026

ବାଣପୁର କୋର୍ଟର ଉନ୍ନତି ପାଇଁ ଆଇନ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ଓକିଲ ସଂଘର ନୂତନ ସଭାପତି

April 5, 2026

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026
Latest News

ସଡ଼କ ଦୁର୍ଘଟଣାରେ ପିତା ମୃତ: ପୁଅ ଗୁରୁତର

April 5, 2026

କାଠଯୋଡି ସେତୁ ଟେଣ୍ଡର ବିବାଦକୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ

April 5, 2026

ଚିଲିକାରେ ପଣ୍ତିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬, ଯୋଗ ଦେଲେ ଆଇନ ମନ୍ତ୍ରୀ

April 5, 2026

ବାଣପୁର କୋର୍ଟର ଉନ୍ନତି ପାଇଁ ଆଇନ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ଓକିଲ ସଂଘର ନୂତନ ସଭାପତି

April 5, 2026

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.