Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାପାନ ସହ ଭାରତର ସଂପର୍କ ମଜବୁତ ହେବାରେ ଲାଗିଛି – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଆଜିର ଖବର

ଜାପାନ ସହ ଭାରତର ସଂପର୍କ ମଜବୁତ ହେବାରେ ଲାଗିଛି – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

June 27, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଜି-୨୦ ସମ୍ମିଳନୀରେ ଭାଗ ନେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନରେ ପହଞ୍ଚିଛନ୍ତି ।  ଏହି ଅବସରରେ ସେ ଭାରତୀୟ ସମୁଦାୟଙ୍କୁ ସମ୍ବୋଧନ କରିଛନ୍ତି । ମୋଦୀ କହିଛନ୍ତି ଯେ, ୭ମାସ ପରେ ଏଠାକୁ ଆସି ସେ ନିଜକୁ ଭାଗ୍ୟଶାଳୀ ଅନୁଭବ କରୁଛନ୍ତି । ଆଜି ଯଦି ସେ ଏଠାରେ ଅଛନ୍ତି ତେବେ ଏହା କେବଳ ଲୋକତନ୍ତ୍ର କାରଣରୁ ଏବଂ ଲୋକଙ୍କ ବିଶ୍ୱାସ ଭରସା କାରଣରୁ ହୋଇ ପାରିଛି । ୧୩୦ କୋଟି ଭାରତୀୟ ମଜବୁତ ସରକାର ଗଠନ କରିଛନ୍ତି । ତିନି ଦଶକ ପରେ ପ୍ରଥମ ଥର ପାଇଁ ପୂର୍ଣ୍ଣ ବହୁମତ ସହ ଦ୍ୱିତୀୟ ଥର ପାଇଁ ଆମେ ସରକାର ଗଠନ କରି ପାରିଛୁ । ଆମେ ଏହି ମନ୍ତ୍ର ସହ ଆଗକୁ ବଢିବୁ । ଭାରତ ଏକ ଶକ୍ତିଶାଳୀ ରାଷ୍ଟ୍ର ହେବ । ସେ ଆହୁରି କହିଛନ୍ତି ଯେ, ଯେତେବେଳେ ଦୁନିଆ ସହ ଭାରତର ସମ୍ବନ୍ଧ ବିଷୟରେ ବାର୍ତ୍ତାଳାପ ହୁଏ ସେହି ସମୟରେ ଜାପାନ ଏକ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହନ କରେ । ଏହି ସମ୍ବନ୍ଧ ଆଜିର ନୁହେଁ ଏହା ବହୁ ବର୍ଷର ପୁରୁଣା ସମ୍ପର୍କ । ଉଭୟ ଉଭୟଙ୍କ ସଂସ୍କୃତିକୁ ନେଇ ସମ୍ମାନ ଏବଂ ସାମଞ୍ଜସ୍ୟତା ରଖିଛନ୍ତି ବୋଲି ମୋଦୀ କହିଛନ୍ତି ।  ପ୍ରାୟ ଦୁଇ ଦଶକ ପୂର୍ବରୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଓ ପ୍ରଧାନମନ୍ତ୍ରୀ ୟୋଶିଣ୍‌ ମୋରୀ ମିଶି ଆମ ସମ୍ପର୍କକୁ ବିଶ୍ବସ୍ତରୀୟ ଭାଗିଦାରୀତାକୁ ରୂପ ଦେଇଥିଲେ ବୋଲି କହିଛନ୍ତି ମୋଦି । ଭାରତରେ ଏପରି କିଛି ସ୍ଥାନ ନାହିଁ ଯେଉଁଠାରେ ଜାପାନର ପରିଯୋଜନା ଏବଂ ନିବେଶର ଛାପ ରହିନାହିଁ । ସେହିପରି ଭାରତର ପ୍ରତିଭା ଓ ଲୋକବଳ ଜାପାନକୁ ମଜବୁତ୍‌ କରିବାରେ ଯୋଗଦାନ ଦେଉଛି । ଜାପାନ ସହ ଭାରତର ସଂପର୍କ ମଜବୁତ ହେବାରେ ଲାଗିଛି । ଜାପାନ ଭାରତର ଆର୍ଥିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଆଗାମୀ ୫ବର୍ଷରେ ଭାରତ ପାଂଚ ଲକ୍ଷ କୋଟି ଡଲାରର ଅର୍ଥବ୍ୟବସ୍ଥା ଲକ୍ଷ୍ୟ ନେଇ ଆଗକୁ ବଢୁଛି । ଫଳରେ ଦୁଇ ଦେଶ ମଧ୍ୟରେ ଥିବା ସଂପର୍କ ପୂର୍ବାପେକ୍ଷା ମଜବୁତ ହେବ । ମୋଦିଙ୍କ ସମ୍ବୋଧନ ପରେ ଜୟଶ୍ରୀରାମ ଓ ଭାରତ ମାତା କି ଜୟର ନାରା ଶୁଣିବାକୁ ମିଳିଥିଲା ।

Share. Facebook Twitter LinkedIn Email WhatsApp Copy Link

Related Posts

ଏପ୍ରିଲ ୧ରୁ ମହଙ୍ଗା ହୋଇପାରେ ବିମାନ ଯାତ୍ରା: ଭଡ଼ା ବୃଦ୍ଧି କରିବାକୁ ଯାଉଛନ୍ତି ବିମାନ କମ୍ପାନୀ!

March 24, 2026

ହିମାଚଳ ପ୍ରଦେଶ ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

March 24, 2026

ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ: ୧୧୦ ସୈନିକ କରୁଥିଲେ ଯାତ୍ରା

March 24, 2026

ଆଜି ମାର୍ଚ୍ଚ ୨୪ ତାରିଖ ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

March 24, 2026
Latest News

ଏପ୍ରିଲ ୧ରୁ ମହଙ୍ଗା ହୋଇପାରେ ବିମାନ ଯାତ୍ରା: ଭଡ଼ା ବୃଦ୍ଧି କରିବାକୁ ଯାଉଛନ୍ତି ବିମାନ କମ୍ପାନୀ!

March 24, 2026

ହିମାଚଳ ପ୍ରଦେଶ ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

March 24, 2026

ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ: ୧୧୦ ସୈନିକ କରୁଥିଲେ ଯାତ୍ରା

March 24, 2026

ବାଧାମୁକ୍ତ ଜାହାଜ ଚଳାଚଳ ଉପରେ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ

March 24, 2026

ଇରାନ ଯୁଦ୍ଧ କେବେ ଶେଷ ହେବ?: ଦିନ ଧାର୍ଯ୍ୟ କଲା ଆମେରିକା, ମଧ୍ୟସ୍ଥତା କରିବ ପାକିସ୍ତାନ

March 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.