Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାପାନ ସହ ଭାରତର ସଂପର୍କ ମଜବୁତ ହେବାରେ ଲାଗିଛି – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଆଜିର ଖବର

ଜାପାନ ସହ ଭାରତର ସଂପର୍କ ମଜବୁତ ହେବାରେ ଲାଗିଛି – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

June 27, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଜି-୨୦ ସମ୍ମିଳନୀରେ ଭାଗ ନେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନରେ ପହଞ୍ଚିଛନ୍ତି ।  ଏହି ଅବସରରେ ସେ ଭାରତୀୟ ସମୁଦାୟଙ୍କୁ ସମ୍ବୋଧନ କରିଛନ୍ତି । ମୋଦୀ କହିଛନ୍ତି ଯେ, ୭ମାସ ପରେ ଏଠାକୁ ଆସି ସେ ନିଜକୁ ଭାଗ୍ୟଶାଳୀ ଅନୁଭବ କରୁଛନ୍ତି । ଆଜି ଯଦି ସେ ଏଠାରେ ଅଛନ୍ତି ତେବେ ଏହା କେବଳ ଲୋକତନ୍ତ୍ର କାରଣରୁ ଏବଂ ଲୋକଙ୍କ ବିଶ୍ୱାସ ଭରସା କାରଣରୁ ହୋଇ ପାରିଛି । ୧୩୦ କୋଟି ଭାରତୀୟ ମଜବୁତ ସରକାର ଗଠନ କରିଛନ୍ତି । ତିନି ଦଶକ ପରେ ପ୍ରଥମ ଥର ପାଇଁ ପୂର୍ଣ୍ଣ ବହୁମତ ସହ ଦ୍ୱିତୀୟ ଥର ପାଇଁ ଆମେ ସରକାର ଗଠନ କରି ପାରିଛୁ । ଆମେ ଏହି ମନ୍ତ୍ର ସହ ଆଗକୁ ବଢିବୁ । ଭାରତ ଏକ ଶକ୍ତିଶାଳୀ ରାଷ୍ଟ୍ର ହେବ । ସେ ଆହୁରି କହିଛନ୍ତି ଯେ, ଯେତେବେଳେ ଦୁନିଆ ସହ ଭାରତର ସମ୍ବନ୍ଧ ବିଷୟରେ ବାର୍ତ୍ତାଳାପ ହୁଏ ସେହି ସମୟରେ ଜାପାନ ଏକ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହନ କରେ । ଏହି ସମ୍ବନ୍ଧ ଆଜିର ନୁହେଁ ଏହା ବହୁ ବର୍ଷର ପୁରୁଣା ସମ୍ପର୍କ । ଉଭୟ ଉଭୟଙ୍କ ସଂସ୍କୃତିକୁ ନେଇ ସମ୍ମାନ ଏବଂ ସାମଞ୍ଜସ୍ୟତା ରଖିଛନ୍ତି ବୋଲି ମୋଦୀ କହିଛନ୍ତି ।  ପ୍ରାୟ ଦୁଇ ଦଶକ ପୂର୍ବରୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଓ ପ୍ରଧାନମନ୍ତ୍ରୀ ୟୋଶିଣ୍‌ ମୋରୀ ମିଶି ଆମ ସମ୍ପର୍କକୁ ବିଶ୍ବସ୍ତରୀୟ ଭାଗିଦାରୀତାକୁ ରୂପ ଦେଇଥିଲେ ବୋଲି କହିଛନ୍ତି ମୋଦି । ଭାରତରେ ଏପରି କିଛି ସ୍ଥାନ ନାହିଁ ଯେଉଁଠାରେ ଜାପାନର ପରିଯୋଜନା ଏବଂ ନିବେଶର ଛାପ ରହିନାହିଁ । ସେହିପରି ଭାରତର ପ୍ରତିଭା ଓ ଲୋକବଳ ଜାପାନକୁ ମଜବୁତ୍‌ କରିବାରେ ଯୋଗଦାନ ଦେଉଛି । ଜାପାନ ସହ ଭାରତର ସଂପର୍କ ମଜବୁତ ହେବାରେ ଲାଗିଛି । ଜାପାନ ଭାରତର ଆର୍ଥିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଆଗାମୀ ୫ବର୍ଷରେ ଭାରତ ପାଂଚ ଲକ୍ଷ କୋଟି ଡଲାରର ଅର୍ଥବ୍ୟବସ୍ଥା ଲକ୍ଷ୍ୟ ନେଇ ଆଗକୁ ବଢୁଛି । ଫଳରେ ଦୁଇ ଦେଶ ମଧ୍ୟରେ ଥିବା ସଂପର୍କ ପୂର୍ବାପେକ୍ଷା ମଜବୁତ ହେବ । ମୋଦିଙ୍କ ସମ୍ବୋଧନ ପରେ ଜୟଶ୍ରୀରାମ ଓ ଭାରତ ମାତା କି ଜୟର ନାରା ଶୁଣିବାକୁ ମିଳିଥିଲା ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟି-୨୦: ଦେଖନ୍ତୁ ଉଭୟ ଦଳର ସମ୍ଭାବ୍ୟ ଏକାଦଶ

January 21, 2026

ଆଜି ମହାପ୍ରଭୃଙ୍କର ପଦ୍ମବେଶ: କାହିଁକି ହୁଏ ଏହି ବେଶ, କଣ ରହିଛି ଏହା ପଛର କିମ୍ବଦନ୍ତୀ?

January 21, 2026

ଶୁଳ୍କ ଧମକ ମଧ୍ୟରେ ଟ୍ରମ୍ପଙ୍କୁ ଲାଗିବ ଡବଲ ଝଟକା!: ବାଣିଜ୍ୟ ଚୁକ୍ତି ଭାଙ୍ଗିବେ ଭାରତ ସହିତ ୨୭ଟି ଦେଶ

January 21, 2026

ଆଜିଠାରୁ ସ୍ମାର୍ଟ ବଜାରର ‘ଫୁଲ ପଇସା ଅସୁଲ ସେଲ୍‌’ ଆରମ୍ଭ

January 21, 2026
Latest News

ଆଜି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟି-୨୦: ଦେଖନ୍ତୁ ଉଭୟ ଦଳର ସମ୍ଭାବ୍ୟ ଏକାଦଶ

January 21, 2026

ଆଜି ମହାପ୍ରଭୃଙ୍କର ପଦ୍ମବେଶ: କାହିଁକି ହୁଏ ଏହି ବେଶ, କଣ ରହିଛି ଏହା ପଛର କିମ୍ବଦନ୍ତୀ?

January 21, 2026

ଅଟଳ ପେନସନ ଯୋଜନାର ଅବଧି ବୃଦ୍ଧି ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି

January 21, 2026

ଶୁଳ୍କ ଧମକ ମଧ୍ୟରେ ଟ୍ରମ୍ପଙ୍କୁ ଲାଗିବ ଡବଲ ଝଟକା!: ବାଣିଜ୍ୟ ଚୁକ୍ତି ଭାଙ୍ଗିବେ ଭାରତ ସହିତ ୨୭ଟି ଦେଶ

January 21, 2026

ଆଜିଠାରୁ ସ୍ମାର୍ଟ ବଜାରର ‘ଫୁଲ ପଇସା ଅସୁଲ ସେଲ୍‌’ ଆରମ୍ଭ

January 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.