Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏକ ଜିପ୍ ‘ଷ୍ଟେସନ ଓ୍ବାଗନ’ର ଆତ୍ମ କାହାଣୀ
ଆଜିର ଖବର

ଏକ ଜିପ୍ ‘ଷ୍ଟେସନ ଓ୍ବାଗନ’ର ଆତ୍ମ କାହାଣୀ

July 15, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଶୀଳଭଦ୍ର ଶାସ୍ତ୍ରୀ

ମୁଁ ହେଲି ଉଇଲିସ୍ କମ୍ପାନୀ,ଆମେରିକା ଦ୍ବାରା ୧୯୪୬ ମସିହାରେ ଧରା ପୃଷ୍ଠକୁ ଆସିଥିବା ଏକ ମୋଟର ଜାନ,ଆଉ ନାଁ ମୋର ଥିଲା ‘ଷ୍ଟେସନ ଓ୍ବାଗନ’ ! ୧୯୪୦ ଦଶକର ବାଲ୍ୟାବସ୍ଥାରୁ ନେଇ ୧୯୬୪ ପର୍ଯନ୍ତ ଯୁବା ବସ୍ଥାରେ ମୁଁ ଘୁରି ବୁଲୁ ଥିଲି ଆମେରିକାର ଭୁଖଣ୍ଡରେ,ରାସ୍ତାରେ ଗଲା ବେଳେ ଆଛା ଆଛା ବଡ ଲୋକ ମୋତେ ଘଡିଏ ଚାହୁଁ ଥିଲେ ! ଧିରେ ଧିରେ ଗାଡି ମାଲିକଙ୍କ ଭିତରେ ମୋର ଆଦର ବଢ଼ିଲା !ତେଣୁ ମୋର ଆମେରିକୀୟ ଗୋରା,ଡେଙ୍ଗା ମାଲିକ ୧୯୭୦ ରୁ ନେଇ ୧୯୭୭ ପର୍ଯନ୍ତ ମୋତେ ପଠେଇଲେ ଆର୍ଜେଣ୍ଟିନା ଓ ବ୍ରାଜିଲ ଦେଶର ଭୁଖଣ୍ଡରେ ରାଜ୍ କରିବା ପାଇଁ,ସେଠିକାର ଧନିକ ଶ୍ରେଣୀରେ ମୋର ଆଦୃତି ବଢ଼ିଲା !

ସେହି ୭୦ ଦଶକରେ ମୋର ଗୃହ ପ୍ରବେଶ ହେଲା ବିରାଟ ଦେଶ ଭାରତ ବର୍ଷରେ,ଆଉ ତାପରେ ସମସ୍ତ ଗାଡି ମଟରଙ୍କୁ ପଛରେ ପକାଇ ମୁଁ ୪୦୦ ମିଟର ଦୌଡ ପ୍ରତିଯୋଗିତାର ପ୍ରତିଯୋଗି ହୋଇ ବାହାର ଟ୍ରାକ୍ ରେ ଦଉଡି ଚମ୍ପିଆନ ହବାକୁ ଲାଗିଲି,ଏବଂ ଆଗ ଧାଡିର ଧନିକ, ରାଜ ନେତା, ସରକାରୀ ବାବୁ ତଥା ହାକିମ ହୁକୁମାଙ୍କର ପ୍ରଥମ ପସନ୍ଦର ଗାଡି ହବାକୁ ଲାଗିଲି !

ଧିରେ ଧିରେ ମୋର ପ୍ରବେଶ ହେଲା ଓଡିଶାର କଟକ ଓ ଭୁବନେଶ୍ବର ସହରରେ! ସେତେ ବେଳେ ପୁରୁଣା ଭୁବନେଶ୍ବରର ପ୍ରଥମ ମଟର କମ୍ପାନୀର ମାଲିକ ‘ନନ୍ଦ’ ପରିବାରରେ ମୁଁ ସାମିଲ ହେଲି, କିନ୍ତୁ ସେତେ ବେଳକୁ ସରକାର ଘରୋଇ ମଟର କମ୍ପାନୀ ଉପରେ ରୋକ୍ ଲଗେଇବାରୁ, ମୁଁ ଅଧିକାଂଶ ସମୟ ‘ଡାକରା ବିଭିଷଣ’ ମନ୍ଦିର ନିକଟ ଖୋଲା ପଡିଆରେ ଠିଆ ହେଇ ରହିଲି, ଆଉ ‘ନନ୍ଦ’ ପରିବାର ତାଙ୍କ ନୁଆ ତିଆରି କରିଥିବା ପ୍ରଥମ ସିନେମା ହଲ ‘କଳ୍ପନା’କୁ ମଟର କମ୍ପାନୀ ଅପେକ୍ଷା ବେଶି ଗରୁତ୍ବ ଦେଲେ, ତେଣୁ ଭୁବନେଶ୍ବରରେ ମୋର ମୃତ୍ୟୁ ଅବସମ୍ଭାବି ଥିବା ଜାଣି ମୁଁ ସେମିତି ପଡି ରହିଲି !

ଠିକ୍ ଏତିକି ବେଳେ ମୋ ଉପରେ ଶୁଭ ନଜର ପଡିଲା ମହା ନାୟକ ତଥା କଳିଙ୍ଗର ମୁକୁଟ ବିହୀନ ସମ୍ରାଟ ‘ବିଜୟାନନ୍ଦ ପଟ୍ଟନାୟକ’ ଓରଫ୍ ‘ବିଜୁ’ ବାବୁଙ୍କର, ତା ପରେ ମୁଁ ପୁଣି ମୋର କାୟା ବିସ୍ତାର କଲି ଓ ‘ବିଜୁ’ ବାବୁଙ୍କର ସହଚର ‘କଳିଙ୍ଗ ରଥ’ ହୋଇ ଖେଦି ଚାଲିଲି ସାରା ଓଡିଶାରେ,’ଷ୍ଟେସନ ଓ୍ବାଗନ’ କହିଲେ ବୁଝେଇଲା ‘କଳିଙ୍ଗ ରଥ’କୁ !

ଏ ଭିତରେ ଭୁବନେଶ୍ବର ‘ଲୁଇସ୍ ରୋଡ’ରେ ପ୍ରତିଷ୍ଠା ହୋଇ ଥାଏ ନୁଆ କଚେରୀ, ଯାହା ସେତେବେଳେ ନ୍ୟାୟ ପାଳିକା ଓ କାର୍ଯପାଳିକା ଉଭୟଙ୍କ ପାଇଁ ଜଣେ ହାକିମଙ୍କ ଦ୍ବାରା ପରି ଚାଳିତ ହେଉ ଥାଏ! ତେଣୁ ହାକିମ ହୁକୁମାଙ୍କ ପାଇଁ ମୋର ସେବା ଲୋଡା ହେଲା ଏବୁ ମୁଁ ‘ଷ୍ଟେସନ୍ ଓ୍ବାଗନ୍’ ପହଁଚିଲି ଭୁବନେଶ୍ବର କଚେରୀ ହତାରେ! ସେଠି ରହି ଅନେକ୍ ହାକିମଙ୍କ ସେବା କଲି,କିନ୍ତୁ ଭଲ ପାଇବା ପାଉ ଥିଲି ‘ବିଜୁ’ ବାବୁଙ୍କ ଠାରୁ ଆଉ ସରକାରୀ ଗାଡି ଚାଳକଙ୍କ ଠାରୁ!

ପରବର୍ତ୍ତୀ ଅବସ୍ଥାରେ ପୁଣି ନୁଆ ଘରକୁ କଚେରୀ ଉଠି ଗଲା ୧୯୮୦ ଦଶକରେ ଏବଂ ମୁଁ ହୋଇ ଗଲି ସବ୍ କଲେକ୍ଟରଙ୍କ ବାହାନ! ମୋତେ ଯିଏ ଯେମିତି ପାରିଲେ ବ୍ୟବହାର କଲେ, ଧିରେ ଧିରେ ସେବା ନିବୃତ ହେଲି!

ସେବାରୁ ଅବ୍ୟାହତି ନେବା ପରେ ମୋତେ ସବ୍ କଲେକ୍ଟରଙ୍କ ହତାରେ ପିଆଦା ଭଳି ନେତାଜୀ ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତୀ କୁ ଜଗିବାକୁ ଠିଆ କରେଇ ଦିଆ ଗଲା, କିନ୍ତୁ ମୁଁ ମୋ ଜାଗାରେ ଥିବାରୁ ଖୁସି ଥିଲି ଏବଂ ମୂକ ସାଖି ହୋଇ ଚୁପ୍ ଚାପ୍ ଲୁହ ଗଡଉ ଥିଲି, ସମସ୍ତଙ୍କୁ ନଜର ରଖୁ ଥିଲି ! ହଠାତ୍ ମୋ ଉପରେ ବଜ୍ର ପଡିଲା ଭଳି ଆସି ଖବର ପହଁଚିଲା ସବ୍ କଲେକ୍ଟରଙ୍କ କୋଠା ଭଙ୍ଗା ହୋଇ ହବ ନବଶ୍ଚୁମ୍ବି କଚେରୀ ଅଟ୍ଟାଳିକା!

୨୦୧୯ ମସିହାରୁ ନୂଆ କୋଠା ତିଆରି ଆରମ୍ଭ ହେଲା ଏବଂ ଗଛ କଟା, ଦୋକାନ ଭଙ୍ଗାରୁ ନେଇ ପୁରୁଣା ‘ସବ୍ ରେଜିଷ୍ଟର’ଙ୍କ କୋଠା ଭଙ୍ଗା ଆରମ୍ଭ ହେଲା,ମୁଁ ଶୁଣିବାକୁ ପାଇଲି ତହସିଲ୍ ଓ ସବ୍ କଲେକ୍ଟରଙ୍କ କୋଠା ବି ଭଙ୍ଗା ହବ ବୋଲି, ତେଣୁ ମୁଁ ବି ଆତଙ୍କରେ ଥାଏ!
ହଠାତ୍ ଦିନେ ମୋର ନିଦ ଭାଙ୍ଗିଲା ବେଳକୁ ଦେଖିଲି ସବ୍କଲେକ୍ଟରଙ୍କ କୋଠା ଭଙ୍ଗା ଆରମ୍ଭ ହୋଇ ଗଲା! ତାପରେ ମୋର ଠିକଣା ବି ବଦଳିଲା, ନିଷ୍ଠୁର ଠିକାଦାର ମୋତେ ଧକ୍କାମାରି ଆଣି ଫିଙ୍ଗି ଦେଲା ଭୁବନେଶ୍ବର ‘ମଦ୍ଧସ୍ତତା କେନ୍ଦ୍ର’ ନିକଟ ବର ଗଛ ତଳେ, ମୁଁ ଭାବିଲି ଯାହା ହଉ ପଛେ ମୁଁ କଚେରୀ ହତାରେ ତ ରହିଲି! ହେଲେ ଏବେ ସବୁ ବର ଗଛ ବି କଟା ହେଇ ଗଲା, ତେଣୁ ମୋ ଛାତର ଅବଶିଷ୍ଟ ଅଂଶ ହେଇ ଗଲା ମଦୁଆ ଓ ଗଞୋଡଙ୍କ ଆଡ୍ଡା ସ୍ଥଳି, ଓଃ କି କଷ୍ଟ ଆଉ ସହି ପାରୁନି!

ତଥାପି ଭାବୁଚି ମୋତେ ନିଷ୍ଠୁର କବାଡି ବାଲା ହାତକୁ ନ ଟେକି, ଯଦି ସେହି ‘ବିଜୁ ବାବୁ’ଙ୍କ ସୁପୁତ୍ର କିମ୍ବା କେହି ଜଣେ ହାକିମ ମୋତେ ମୁକ ସାଖି ଆଦରୀ, ମୋ ଦେହରେ ରଙ୍ଗ ଟିକିଏ ବୋଳି ପୁଣି ସେହି ନୁଆ କଚେରୀ ଆଗରେ ସ୍ଥାନିତ କରନ୍ତେ ,ମୁଁ କଣ ପୁଣି ତୁମ ଶୋଭା ବଢେଇବା ସହ ପୁରୁଣା ସ୍ମୃତିକୁ ସାଇତି ରଖନ୍ତି ନାହିଁ…ହଉ ଆଶା ତ ଅସୁମାରି ଦେଖା ଯାଉ ମୋର ଭାଗ୍ୟ ରେଖା କୁଆଡେ ଯାଉଛି।

( ଲେଖକ ଶୀଳଭଦ୍ର ଶାସ୍ତ୍ରୀ ହେଉଛନ୍ତି ରାଜ୍ୟର ଜଣେ ବରିଷ୍ଠ ଓକିଲ)

bijubabu କଳିଙ୍ଗ ରଥ ବିଜୁ ପଟ୍ଟନାୟକ ବିଜୁବାବୁ ଷ୍ଟେସନ ଓ୍ବାଗନ
Share. Facebook Twitter LinkedIn Email WhatsApp Copy Link

Related Posts

ଟି-୨୦ ବିଶ୍ୱକପ୍ ରେ ଭାରତର ଲଗାତାର ଦ୍ୱିତୀୟ ବିଜୟ: ନାମିବିୟା ୯୩ ରନରେ ପରାସ୍ତ

February 12, 2026

ଓମ୍ଫେଡ୍ ମୁଖ୍ୟାଳୟରେ କେନ୍ଦ୍ର ସମବାୟ ସଚିବ: କେନ୍ଦ୍ରୀୟ ସହାୟତା ଯୋଗାଇଦେବାକୁ ପ୍ରତିଶୃତି

February 12, 2026

“ମୁଁ ପ୍ରଧାନମନ୍ତ୍ରୀଙ୍କ କ୍ୟାରିଅରକୁ ନଷ୍ଟ କରିବାକୁ ଚାହୁଁନାହିଁ:” ଟ୍ରମ୍ପଙ୍କ ଭାଇରାଲ ଭିଡିଓ ଉପରେ MEAର ପ୍ରତିକ୍ରିୟା

February 12, 2026

ପଞ୍ଜାବରେ ଅପରେସନ ଲୋଟସ୍!: ବିଜେପିରେ ଯୋଗଦେବା ପାଇଁ ଆପ ବିଧାୟକଙ୍କୁ ପ୍ରଲୋଭନ ଅଭିଯୋଗ

February 12, 2026
Latest News

ଟି-୨୦ ବିଶ୍ୱକପ୍ ରେ ଭାରତର ଲଗାତାର ଦ୍ୱିତୀୟ ବିଜୟ: ନାମିବିୟା ୯୩ ରନରେ ପରାସ୍ତ

February 12, 2026

ଓମ୍ଫେଡ୍ ମୁଖ୍ୟାଳୟରେ କେନ୍ଦ୍ର ସମବାୟ ସଚିବ: କେନ୍ଦ୍ରୀୟ ସହାୟତା ଯୋଗାଇଦେବାକୁ ପ୍ରତିଶୃତି

February 12, 2026

“ମୁଁ ପ୍ରଧାନମନ୍ତ୍ରୀଙ୍କ କ୍ୟାରିଅରକୁ ନଷ୍ଟ କରିବାକୁ ଚାହୁଁନାହିଁ:” ଟ୍ରମ୍ପଙ୍କ ଭାଇରାଲ ଭିଡିଓ ଉପରେ MEAର ପ୍ରତିକ୍ରିୟା

February 12, 2026

ଏଣିକି ସମବାୟ କ୍ଷେତ୍ରରେ ମହିଳାଙ୍କୁ ଦିଆଯିବ ଗୁରୁତ୍ବ, କେନ୍ଦ୍ର ସଚିବଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ବୈଠକ

February 12, 2026

ପଞ୍ଜାବରେ ଅପରେସନ ଲୋଟସ୍!: ବିଜେପିରେ ଯୋଗଦେବା ପାଇଁ ଆପ ବିଧାୟକଙ୍କୁ ପ୍ରଲୋଭନ ଅଭିଯୋଗ

February 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.